ରାଜ୍ୟ

ନବରଙ୍ଗପୁରରେ ଡରାଇଲା ଡେଙ୍ଗୁ: ଯୁବକଙ୍କ ମୃତ୍ୟୁ – Ibnodisha

[ad_1]

ଉମରକୋଟ: ଡେଙ୍ଗୁରେ ଜଣେ ଯୁବକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ହିମେନ୍ଦ୍ର ଶେଖର ଘୋଷ (୩୪)। ହିମେନ୍ଦ୍ରଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟସ୍ଥ ଅଧିକାରୀଗୁଡ଼ା ଗ୍ରାମରେ। ସେ ଗତ ୨୫ ତାରିଖ ଦିନ ଭୋରୁ ଗ୍ରାମର କିଛି ସାଥୀଙ୍କ ସହ ଝାରଖଣ୍ଡର ବାବାଧାମରୁ ଘରକୁ ଫେରି ଥିଲେ। ୨୫ ତାରିଖ ରାତି ହିମେନ୍ଦ୍ରଙ୍କର ଜ୍ୱର ଆରମ୍ଭ ହେଇଥିଲା। ୨୬ ତାରିଖ ଦିନ ନିକଟସ୍ଥ ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରକ୍ତ ପରୀକ୍ଷା ନିରୀକ୍ଷା ପରେ ଜଣା ପଡ଼ିଥିଲା ଯେ ସେ ଡେଙ୍ଗୁରେ ଆକ୍ରାନ୍ତ ହେଇଛନ୍ତି। ୨୭ ତାରିଖ ଦିନ ଘରେ ରହି ହିମେନ୍ଦ୍ର ଚିକିତ୍ସା ପାଇଁ ୨୮ ତାରିଖ ଦିନ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ପୁଣି ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରିବା ପରେ ୩୦ ତାରିଖ ଦିନ ସମସ୍ତ ରିପୋର୍ଟ ଆସିଥିଲା ଓ ସେ ଡେଙ୍ଗୁ ଆକ୍ରାନ୍ତ ଥିବ। ଜଣାପଡ଼ିଥିଲା। ମାତ୍ର ସେତେବେଳକୁ ହିମେନ୍ଦ୍ରଙ୍କ ପ୍ଲେଟ୍‌ଲେଟ୍‌ ବହୁତ କମି ଯାଇଥିଲା। ସେ ପୁରା ଗୁରୁତର ହେଇ ପଡ଼ି ଥିଲେ। ତୁରଂତ ତାଙ୍କୁ ଭେଣ୍ଟିଲେଟରକୁ ନିଆ ଯାଇ ଚିକିତ୍ସା ଆରମ୍ଭ କରା ଯାଇଥିଲା।

ଗୁରୁତର ଅବସ୍ଥା ଦେଖି ସମ୍ପର୍କୀୟ ଓ ସାଥୀମାନେ ଏୟାର ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ନେବା ପାଇଁ ପ୍ରସ୍ତୁତି କରୁ ଥିବା ବେଳେ ହଠାତ ଶୁକ୍ରବାର ରାତି ପ୍ରାୟ ୧୨ଟାରେ ହିମେନ୍ଦ୍ରଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଆଜି ଦିନ ୨ଟାରେ ହିମେନ୍ଦ୍ରଙ୍କ ମରଶରୀର ଅଧିକାରୀଗୁଡ଼ାରେ ପହଞ୍ଚିବ। ପରେ ସମଗ୍ର ଗାଁରେ କ୍ରନ୍ଦନରେ ଫାଟି ପଡ଼ିଥିଲା। ହିମେନ୍ଦ୍ର ଜଣେ ମେଳ।ପି ଓ ପୋରୋପକାରି ବ୍ୟକ୍ତି ଭାବରେ ଗାଁରେ ସୁନାମ ରହି ଥିଲା। ହିମେନ୍ଦ୍ରଙ୍କର ସ୍ତ୍ରୀ ଓ ୮ ଓ ୪ ବର୍ଷର ୨ ଜଣ କୁନି ଝିଅ ଅଛନ୍ତି। ଆଜି ସନ୍ଧ୍ୟାରେ ଶୋକ।କୁଳ ପରିବେଶରେ ଅଧିକାରୀଗୁଡ଼ା ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହେଇ ଥିଲା। ହିମେନ୍ଦ୍ର ଅଧିକାରୀଗୁଡାରେ ଏକ ତେଜରାତି ଦୋକାନ କରି ପରିବାର ଭରଣପୋଷଣ କରୁଥିଲେ। ତେବେ ଉମରକୋଟ ଅଂଚଳରେ ଡେଙ୍ଗୁ ଜ୍ଵରରେ ମୃତ୍ୟୁ ଘଟିବା ପ୍ରଥମ ଘଟଣା ବୋଲି ଜଣା ପଡିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button