ଦେଶ

ଭାରତୀୟ ବଂଶୋଦ୍ଭବ ସନ୍‌ମୁଗରତ୍ନମ ସିଙ୍ଗାପୁରର ନୂଆ ରାଷ୍ଟ୍ରପତି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଥର୍ମନ ସନମୁଗରତ୍ନମ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ସିଙ୍ଗାପୁରର ନବମ ରାଷ୍ଟ୍ରପତି। ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ସାନମୁଗରତ୍ନମ ସିଙ୍ଗାପୁରର ରାଷ୍ଟ୍ରପତି ହୋଇଛନ୍ତି। ୬୬ ବର୍ଷୀୟ ଅର୍ଥନୀତିଜ୍ଞ ଥର୍ମନ ସନମୁଗରତ୍ନମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ହୋଇଥିବା ନିର୍ବାଚନରେ ସେ ୭୦.୦୪ ପ୍ରତିଶତ ଭୋଟ୍‌ ପ୍ରତିଶତ ସହ ବିପୁଳ ବିଜୟ ହାସଲ କରିଛନ୍ତି। ନିର୍ବାଚନରେ ଥିବା ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନେ ହେଉଛନ୍ତି ଚୀନ୍ ବଂଶୋଦ୍ଭବ ଏନଡ଼୍‌ଜି କକ୍‌ ସଙ୍ଗ ଏବଂ ତାନ କିନ୍‌ ଲିଆନ୍‌। ସେମାନଙ୍କୁ ଯଥାକ୍ରମେ ୧୫.୭ ଏବଂ ୧୩.୮୮ ପ୍ରତିଶତ ଭୋଟ୍‌ ମିଳିଛି। ୨୦୧୧ ପରେ ସିଙ୍ଗାପୁରରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button