ଦେଶ

ସନାତନ ଧର୍ମ ମ୍ୟାଲେରିଆ ଓ ଡେଙ୍ଗୁ ଭଳି: ଉଦୟନିଧି ଷ୍ଟାଲିନ – Ibnodisha

[ad_1]

ନୂଆଦିଲ୍ଲୀ: ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହିତ ତୁଳନା କରି ତାମିଲନାଡୁ ‘ଡିଏମ୍‌କେ’ ସରକାରଙ୍କ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ତାଙ୍କର ଏହି ବୟାନକୁ ନେଇ ରାଜନୀତି ଜୋର ଧରିଛି ।ଶନିବାର ‘ସନାତନ ଉଚ୍ଛେଦ ସମ୍ମିଳନୀ’ରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଲେ ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୁଦ୍ଧାଚରଣ କରୁଛି।

‘ସନାତନ ଧର୍ମ ବିରୋଧ’ ପରିବର୍ତ୍ତେ ସମ୍ମିଳନୀର ନାଁ ‘ସନାତନ ଧର୍ମ ଉଚ୍ଛେଦ’ ଦେଇଥିବାରୁ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଉଛି। ଏମିତି କିଛି କଥା ଅଛି ଯାହାକୁ ଖାଲି ବିରୋଧ କଲେ ଚଳିବ ନାହିଁ, ଉଚ୍ଛେଦ କରିବାକୁ ପଡ଼ିବ। ମଶା, ଡେଙ୍ଗୁ ମ୍ୟାଲେରିଆ, କରୋନା ଆଦିକୁ ବିରୋଧ କରାଯାଇ ପାରିବ ନାହିଁ।

ସେସବୁ ବିଲୋପ କରିବାକୁ ପଡ଼ିବ। ସନାତନ ମଧ୍ୟ ସେହିପରି। ବିରୋଧ ନୁହେଁ ସନାତନ ବିଲୋପ ଆମର ମୁଖ୍ୟ କାର୍ୟ୍ୟ ହେବା ଉଚିତ’। ତାଙ୍କର ଏଭଳି ବୟାନବାଜିକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିଭିନ୍ନ ରାଜନୈତିକ ମହଲରୁ ନିନ୍ଦା କରାଯାଇଛି । ହେଲେ ସେ ନିଜ ବୟାନରେ ଅଟଳ ବୋଲି କହିଛନ୍ତି ଉଦୟନିଧିô ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button