IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବେସନରେ ଏହି ଜିନିଷକୁ ମିଶାଇ ତିଆରି ଫେସପ୍ୟାକ ଚେହେରାରେ ଲଗାନ୍ତୁ, ଚେହେରା ଏତେ ଚମକି ଉଠିବ କି ଆପଣ ବିଶ୍ବାସ କରିପାରିବେନି

ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଫେସ ପ୍ୟାକ ବନାଇବାର ପ୍ରଣାଳୀ କହିବାକୁ ଯାଉଛୁ । ଯାହାକୁ ଆପଣ ମାତ୍ର ୫ ମିନିଟ ବ୍ୟବହାର କରି ନିଜ ଚେହେରାରେ ଗ୍ଲୋ ଆଣି ପାରିବେ । ଏହି ଫେସ ପ୍ୟାକ ଆପଣଙ୍କ ସ୍କିନରୁ ସବୁ ଧୁଳିମଇଳା ବାହାର କରି ସ୍କିନରେ ଗୋରାପଣ ଆଣିଦେବ । ଅର୍ଥାତ ଆପଣଙ୍କ ଚେହେରାରେ ବ୍ରଣ ଓ କଳା ଦାଗ ଇତ୍ୟାଦି ସବୁକୁ ଦୂର କରିଦେବ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଏହି ଫେସ ପ୍ୟାକକୁ ପ୍ରସ୍ତୁତ ପାରିବେ ।

ଏହି ଫେସ ପ୍ୟାକ ପାଇଁ ଆପଣ ଗୋଟିଏ ବଡ ଆଳୁକୁ ନେଇ ତାର ଜୁସ ବାହାର କରନ୍ତୁ । ଜୁସ ବାହାର କରିବା ପାଇଁ ଆପଣ ପ୍ରଥମେ ଆଳୁକୁ ଅଧା କାଟି ତାର ଚୋପାକୁ ଛଡାଇ ତାକୁ ଛେଲି ଏବଂ ସେହି ଆଳୁ ଛେଲାକୁ ଚୁପୁଡି ତାହାର ରସ ବାହାର କରିଦିଅନ୍ତୁ । ଆଳୁକୁ ଗୋଟିଏ ପାତ୍ରରେ ନେଇ ସେଥିରେ ଅଧ ଚାମଚ ବେସନ, ଅଧ ଚାମଚ ଚାଉଳ ଚୂନା, ଅଧ ଚାମଚ ମହୁ ଓ ଦୁଇ ରୁ ତିନି ଚାମଚ କ୍ଷୀର ମିଶାନ୍ତୁ ।

ଏହି ସବୁ ଜିନିଷକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହାକୁ ଚେହେରାରେ ଲଗାଇବା ପୂର୍ବରୁ ଆପଣ ନିଜର ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ଫେସ ପ୍ୟାକକୁ ଆପଣ ନିଜର ଚେହେରାରେ ଲଗାନ୍ତୁ । ଚେହେରାରେ ଲଗାଇବା ସହିତ ଆପଣ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ମସାଜ ବି କରନ୍ତୁ । ଏହାକୁ ଆପଣ ନିଜର ବେକରେ ବି ଲଗାଇ ପାରିବେ ।

ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଓ ଏହା ପରେ ପାଣିରେ ନିଜ ଚେହେରାକୁ ଧୋଇ ଦିଅନ୍ତୁ । ଏହି ଫେସ ପ୍ୟାକ ଆପଣଙ୍କ ଚେହେରାରେ ସଙ୍ଗେ ସଙ୍ଗେ ଗ୍ଲୋ ନେଇ ଆସିବ । ଏହା ଆପଣଙ୍କ ସ୍କିନକୁ ସଫା କରିଥାଏ । ଅର୍ଥାତ ଆପଣଙ୍କ ଚେହେରାରେ ଯାହା ବି କଳା ଦାଗ ଅଛି ଓ ବ୍ରଣ ଅଛି ତାହାକୁ ସଫା କରିଦେବ । ଏଥିରେ ମିଶିଥିବା ସବୁ ଜିନିଷ ବହୁତ ହିଁ ପ୍ରଭାବୀ ହୋଇଥାଏ ।

ବେସନ ଆମ ଚେହେରାକୁ ଗୋରା କରିବାରେ ବହୁତ ଅଧିକ ସାହାଜ୍ଯ କରିଥାଏ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଚେହେରାକୁ ନର୍ମାଲ ପାଣିରେ ଧୋଇ ଦେବେ । ଏହି ଫେସ ପ୍ୟାକକୁ ଲଗାଇବା ପରେ ଆପଣ ଚେହେରାରେ କୌଣସି ମଏଶ୍ଚରାଇଜର କିମ୍ବା ଆଲୋବେରା ଜେଲ ଲଗାଇ ପାରିବେ । ଏହା ବହୁତ ଜରୁରୀ ହୋଇଥାଏ । କାରଣ ଫେସ ପ୍ୟାକ ଲଗାଇବା ପରେ କେତେକଙ୍କ ସ୍କିନ ସାମାନ୍ୟ ଡ୍ରାଏ ହୋଇଯାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button