IBN ଓଡ଼ିଶା ଏକ୍ସକ୍ଲୁସିଭ୍

ତାଙ୍କ ହୃଦୟରେ ଆପଣଙ୍କ ପାଇଁ ବର୍ତ୍ତମାନ କେଉଁ ସ୍ଥାନ ଅଛି, ଯାହାଙ୍କ ମନର କଥା ଜାଣିବାକୁ ଆପଣ ଚାହୁଁଛନ୍ତି… Tarot Reading

ଆମ ବିଷୟରେ କିଏ କଣ ଭାବୁଛି, ତାହା ଜାଣିବା ପାଇଁ ଆମେ ଅନେକ ସମୟରେ ଚାହିଁଥାଉ । ହେଲେ ସେମାନେ ତାଙ୍କ ମୁହଁରୁ ଆମ ପାଇଁ ବେଳେବେଳେ କିଛି କହିଥାନ୍ତି । ହେଲେ ତାଙ୍କ ମନରେ ଆମ ପାଇଁ ପ୍ରକୃତରେ କଣ ରହିଛି ତାହା ଆମେ ଜାଣିପାରିନଥାଉ । ତେବେ 1, 2, 3 ଓ 4 ଏହି 4 ଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ତାଙ୍କ ମନର କଥା ଜାଣିପାରିବେ । ଯାହାଙ୍କ ମନର କଥା ଆପଣଙ୍କ ପାଇଁ କଣ ରହିଛି ଜାଣିବାକୁ ଚାହୁଁଛନ୍ତି ।

1- ଆପଣ ଯାହାଙ୍କ କଥା ଭାବି ଏହି ପ୍ରଥମ ନମ୍ବରଟିକୁ ବାଛିଛନ୍ତି । ଏଠାରେ ଆମେ କହିବାକୁ ଚାହିଁବୁ । ସେହି ବ୍ୟକ୍ତି ଜଣଙ୍କ ଆପଣଙ୍କୁ ବହୁତ ପରିଶ୍ରମୀ ବୋଲି ଭାବନ୍ତି । ଆପଣ ନିଜର କ୍ଯାରିଅର ବା ଯାହା ଆପଣ ପାଇବାକୁ ଚାହୁଁଛନ୍ତି । ସେଥିପାଇଁ ଆପଣ ଦିନ ରାତି ବହୁତ ପରିଶ୍ରମ କରୁଛନ୍ତି । ଆପଣଙ୍କୁ ସେ ସାମାନ୍ୟ ଜିଦିଆ ସ୍ଵଭାବର ମଧ୍ୟ ଭାବନ୍ତି । କାରଣ ଆପଣ ଯାହା କରିବାକୁ ଥରେ ସ୍ତିର କରିନେଇଥାନ୍ତି । ସେହି କାର୍ଯ୍ୟକୁ ପୂରଣ କରିବା ପାଇଁ ଲାଗି ପଡିଥାନ୍ତି । ସେଥିପାଇଁ ସେ ଆପଣଙ୍କୁ ସମ୍ମାନ କରନ୍ତି ହେଲେ ଟିକେ ଜିଦିଆ ବୋଲି ବି ଭାବନ୍ତି ।

2- ଆପଣଙ୍କ ବିଷୟରେ ଏହି ବ୍ୟକ୍ତି ଜଣଙ୍କ ଏପରି କିଛି ଭାବୁଛନ୍ତି । ଯେ ଆପଣ ବର୍ତ୍ତମାନ ଧୀରେ ଧୀରେ ଖରାପ ବାଟକୁ ଚାଲିଯାଉଛନ୍ତି । ଯାହା ଆପଣଙ୍କର ବର୍ତ୍ତମାନ ସମୟରେ କରିବା ଦରକାର । ସେଥିପ୍ରତି ଆପଣ ଫୋକୋଷ ନକରି ଅନ୍ୟ ଆଡେ ଚାଲି ଯାଉଛନ୍ତି । ତେଣୁ ଆପଣଙ୍କ ପାଇଁ କଣ ଠିକ ଓ କଣ ଭୁଲ ତାହା ବିଚାର କରି ସେହି ରାସ୍ତାରେ ହିଁ ଆପଣ ଜାଆନ୍ତୁ ବୋଲି ସେ ଚାହୁଁଛନ୍ତି ।

3- ଏହି ବ୍ୟକ୍ତି ଜଣଙ୍କ ଆପଣଙ୍କ ଉପରେ ବର୍ତ୍ତମାନ ଅବିଶ୍ବାସ କରିବାରେ ଲାଗିଯାଇଛନ୍ତି । କାରଣ କୌଣସି ଥାର୍ଡ ପର୍ଶନଙ୍କ ଠାରୁ ହେଉ ଅବା କୌଣସି ମାଧ୍ୟମରେ ସେ ଆପଣଙ୍କ ବିଷୟରେ ଏଭଳି କିଛି ଶୁଣିବାକୁ ପାଇଛନ୍ତି । ବା ଦେଖିଛନ୍ତି ଯେଉଁ କାରଣରୁ ସେ ଆପଣଙ୍କୁ ସନ୍ଦେହ କରୁଛନ୍ତି । ହେଲେ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି, ତେଣୁ ସେ ଆପଣଙ୍କୁ ଏହି ବିଷୟରେ କିଛି ଖୋଲିକି ପଚାରି ମଧ୍ୟ ପାରୁନାହାନ୍ତି, କାଳେ ଆପଣ ରାଗିଯିବେ । ତେଣୁ ଧର୍ଯ୍ୟର ସହ ଉଭୟଙ୍କ ମଧ୍ୟରେ ସଠିକ ବୁଝାମଣା କରି ଏହି ସମସ୍ଯାର ସମାଧାନ କରନ୍ତୁ ।

4- ଯାହାଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି । ସେ ଆପଣଙ୍କ ବିଷୟରେ ବହୁତ ଭଲ ଚିନ୍ତାଧାରା ରଖିଛନ୍ତି । ଆପଣଙ୍କୁ ନେଇ ସେ ନିଜର ଏକ ଦୁନିଆ ମଧ୍ୟ ଭାବିସାରିଛନ୍ତି । କାରଣ ଆପଣ ଯାହାବି ଅଛନ୍ତି, ପ୍ରକୃତରେ ଆପଣ ସେଇଆ ହିଁ ଅଟନ୍ତି । ଆପଣଙ୍କର ହାଇଟ କମ ହେଇପାରେ, ହେଲେ ଆପଣଙ୍କର ଡ୍ରେସିଙ୍ଗ ସେନ୍ସ ତାଙ୍କୁ ବହୁତ ଅଧିକ ପସନ୍ଦ । ଆପଣଙ୍କ ବିଷୟରେ ସେ କେବେବି କିଛି ଖରାପ କଥା ଭାବିପାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button