ଘରୁ ମଶା ତଡିବାର ବହୁତ ସହଜ ଘରୋଇ ଉପାୟ ! ଥରେ କରି ଦେଖନ୍ତୁ, ସବୁ ମଶା ଗାୟବ ! Home remedy

ବନ୍ଧୁଗଣ ଶୀତ, ହେଉ ଅବା ଖରା ବର୍ଷା ସବୁ ଋତୁରେ ଗୋଟିଏ କଥା ନିହାତି ସମାନ ରହିଥାଏ । ତାହା ହେଉଛି ମଶା ମାନଙ୍କର ଘରେ ଘରେ ପାଦୁର୍ଭାବ । ତେବେ ଏହି ମଶା ମାନଙ୍କ ଦାଉରୁ ବଞ୍ଚିବା ପାଇଁ ଲୋକମାନେ ଘରେ ଦାମୀ ଦାମୀ ମସକ୍ୟୁଟୋ ଆଣି ଲଗାଇଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଘରୋଇ ତାରିକାରେ ଏକ ମସକ୍ୟୁଟୋ ରିପ୍ଳେଣ୍ଟ ପ୍ରସ୍ତୁତ ବିଷୟରେ କହିବୁ । ଯାହା ଆପଣଙ୍କ ଘରୁ ମଶା ତଡିବା ପାଇଁ ବହୁତ ଫାଇଦାକାରୀ ଅଟେ ।
ତେବେ ଏହି ଉପଚାର କରିବା ପାଇଁ ଆପଣଙ୍କୁ କେବଳ 2 ଟି ଜିନିଷର ଆବଶ୍ୟକତା ରହିଛି । ପ୍ରଥମେ ହେଉଛି ତାରପିନ ଅଏଲ । ଏହି ଅଏଲକୁ ଲୋକେ ନିଜର ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି । ଦିତୀୟ ସାମଗ୍ରୀଟି ହେଉଛି କର୍ପୁର । ପ୍ରଥମେ 2 ଟି କର୍ପୁରକୁ ନେଇ ତାହାକୁ ଭଲ ଭାବେ ଗୁଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ତାପରେ ଆପଣ ଏକ ଲିକ୍ବିଡ ରିଫିଲ ବୋତଲ ଆଣିବେ ।
ତାପରେ ସେହି ବୋତଲରେ ଆପଣ ଗୁଣ୍ଡ କରି ରଖିଥିବା କର୍ପୁରକୁ ପୁରାନ୍ତୁ । ତାପରେ ସେଥିରେ ତାରପିନ ଅଏଲ ଆଣି ବୋତଲରେ ଫୁଲ କରି ଦିଅନ୍ତୁ । ତାପରେ ଆପଣଙ୍କର ମସକ୍ୟୁଟୋ ରିପ୍ଳେଣ୍ଟ ବନି ପ୍ରସ୍ତୁତ ହୋଇଯିବ । ତାହାପରେ ଆପଣ ଏହାକୁ ନେଇ ନିଜ ମେସିନରେ ଫିଟ କରି ଦିଅନ୍ତୁ । ମାର୍କେଟରୁ ଆଣି ଯେପରି ମସକ୍ୟୁଟୋ ରିପ୍ଳେଣ୍ଟର ବ୍ୟବହାର କରନ୍ତି । ସେହିପରି ଏହାର ମଧ୍ୟ ବ୍ୟବହାର କରନ୍ତୁ । ଏହା ସ୍ଵାସ୍ଥ ପକ୍ଷେ ଜମାରୁ ମଧ୍ୟ କ୍ଷତିକାରକ ନୁହେଁ ।
ବହୁତ କମ ଟଙ୍କାରେ ଏହି ଘରୋଇ ମସକ୍ୟୁଟୋକୁ ଘରେ ହିଁ ନିଜେ ପ୍ରସ୍ତୁତ କରିପାରିବେ । ବହୁତ କମ ସାମଗ୍ରୀ ଓ କମ ସମୟରେ ଏହି ସହଜ ଓ ସରଳ ଉପାୟଟିକୁ ଆପଣ ଘରେ ନିଜେ ନିହାତି ଭାବେ ବନାଇ ଦେଖନ୍ତୁ । ଏହାର ବ୍ୟବହାର କରିବାର କିଛି ମିନିଟ ପରେ ଘରୁ ମଶା ମାନେ ଧୀରେ ଧୀରେ କରି ସବୁ ଗାୟବ ହୋଜିଯିବେ ।
ଘର ମଧ୍ୟରେ ଆପଣ ଗୋଟେ ବି ମଶା କେଉଁ ସ୍ଥାନରେ ଦେଖିବାକୁ ପାଇବେ ନାହିଁ । କାରଣ ବନ୍ଧୁଗଣ ଆପଣ ସେହି ମସକ୍ୟୁଟୋ ରିପ୍ଳେଣ୍ଟ ବନାଇବା ପାଇଁ ଯେଉଁ ତାରପିନ ଅଏଲର ପ୍ରୟୋଗ କରିଛନ୍ତି । ତାହାର ଗନ୍ଧ ମଶା ମାନଙ୍କ ଜମାରୁ ବି ଭଲ ଲାଗି ନଥାଏ । ତେଣୁ ମଶା ମାନେ ଏହି ଗନ୍ଧରେ ଜମାରୁ ବି ସେହି ଘରେ ରହି ପାଇନଥାନ୍ତି ।
ତାପରେ ସବୁ ଗୋଟିଏ ଗୋଟିଏ କରି ଘରୁ ପଦାକୁ ଚାଲି ଯାଇଥାନ୍ତି ।