ପୂଜା ଘରେ ଘଣ୍ଟି ରଖିଛନ୍ତି କି ! ଘଣ୍ଟି ବଜାଇବା ପୂର୍ବରୁ ଜାଣି ରଖନ୍ତୁ ଏହି ନିୟମ ! ନହେଲେ ପଛରେ ଅସୁବିଧାରେ ପଡିବେ । Puja tips

ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରତ୍ଯେକଙ୍କ ଘରେ ଘରେ ଭଗବାନଙ୍କ ପୂଜା ପାଇଁ ଠାକୁର ଘର ରହିଥାଏ । ଯେଉଁଠାରେ ଭଗବାନଙ୍କର ସକାଳ ଓ ସନ୍ଧ୍ଯା ସମୟରେ ପୂଜାପାଠ କରାଯାଇଥାଏ। ତେବେ ଭଗବାନଙ୍କ ପୂଜା କାର୍ଯ୍ୟରେ ବହୁ କିଛି ପୂଜା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଇଥାଏ । ସେଥିମଧ୍ୟରେ ଘଣ୍ଟି ମଧ୍ୟ ରହିଥାଏ । ବନ୍ଧୁଗଣ ପୂଜା କରିବା ସମୟରେ ଘଣ୍ଟିର ନିହାତି ଭାବରେ ଆବଶ୍ୟକତା ରହିଛି । କାରଣ ଘଣ୍ଟିର ଶବ୍ଦରେ ଭଗବାନଙ୍କର ଆଳତି କରାଯାଏ । କିନ୍ତୁ ଆପଣ ଘଣ୍ଟି ବଜାଇବା ସମୟରେ କିଛି ବିଶେଷ କଥାର ଧ୍ୟାନ ରଖିବା ପାଇଁ ପଡିବ ତେବେ ଆସନ୍ତୁ ଜାଣିବା ।
ଶାସ୍ତ୍ର ଅନୁଯାୟୀ ଘଣ୍ଟି ବଜାଇବା ଦ୍ଵାରା ଦେବତା ମାନଙ୍କ ଆଗମନ ହୋଇଥାଏ । ଆପଣ ଦେଖିଥିବେ ଘଣ୍ଟିର ଉପର ଭାଗରେ ଗରୁଡ ବନାଯାଇଥାଏ ଅର୍ଥାତ ଘଣ୍ଟିକୁ ଗରୁଡ ଘଣ୍ଟି ବୋଲି ମଧ୍ୟ କୁହାଯାଏ । ଏହି ଘଣ୍ଟିର ନାଦ ଭଗବାନଙ୍କୁ ଆହ୍ଵାନ କରିବା ପାଇଁ କରାଯାଇଥାଏ ।
ଏହାର ସୁନ୍ଦର ଧ୍ୱନି ଦ୍ଵାରା ଭଗବାନଙ୍କର ଆହ୍ଵାନ କରିବାର ପବିତ୍ର ମନୋଭାବ ଆମ ମନରେ ମଧ୍ୟ ଜାଗ୍ରତ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହା ମାନ୍ୟତା ରହିଛି କି ସୃଷ୍ଟିର ନିର୍ମାଣ ସମୟରେ ସବୁଠାରୁ ପ୍ରଥମେ ଯେଉଁ ବଡ ଧ୍ୱନି ବାହାରିଥିଲା ତାହା ଘଣ୍ଟିର ଆବାଜ ଭଳି ଶୁଣିବାକୁ ମିଳିଥିଲା । ଘଣ୍ଟିକୁ ଈଶ୍ଵରଙ୍କ ସ୍ଵର ମନାଯାଏ ତେଣୁ ଏହାକୁ ପୂଜା ସାମଗ୍ରୀ ଭାବରେ ବିବେଚନା କରାଯାଇଥାଏ । ତେଣୁ କେବେ ମଧ୍ୟ ଘଣ୍ଟିର ଅପମାନ କରିବା ଉଚିତ ନୁହେଁ ।
ଯେଉଁଭଳି ଦେବି ଦେବତାଙ୍କ ପୂଜା କରାଯାଏ ସେହିଭଳି ଘଣ୍ଟିର ମଧ୍ୟ ପୂଜା କରିବା ଉଚିତ । ସର୍ବଦା ଘଣ୍ଟିକୁ ପ୍ରଣାମ କରିବା ପରେ ଯାଇ ତାହାକୁ ବଜାଇବା ଆବଶ୍ୟକ । ଘଣ୍ଟିକୁ ପ୍ରଣାମ ନକରି ଘଣ୍ଟି ବଜାଇବା ଅଶୁଭ ହୋଇଥାଏ । ଆପଣ ଅନୁମାନ କରିଥିବେ ପୂଜା ସମୟରେ ଯେତେବେଳେ ଘଣ୍ଟି ବଜାଯାଏ ସେତେବେଳେ ପୁରା ଘର ପବିତ୍ର ଏବଂ ଶାନ୍ତ ବାତାବରଣ ଭଳି ଅନୁଭୂତ ହୋଇଥାଏ । ଏଥିସହ ସବୁଆଡେ ସକାରାତ୍ମକ ଭାବନା ଖେଳିଯାଏ । ହେଲେ ଯଦି ଆପଣ ନିୟମର ଅବମାନ କରିଦେବେ ତେବେ ଆପଣଙ୍କୁ ପୂଜାର ସଂପୂର୍ଣ୍ଣ ଫଳ ମିଳିପାରିନଥାଏ ।
ପ୍ରାୟ ଲୋକ ପୂଜା ସାରିବା ପରେ ଆଳତି ସମୟରେ ହିଁ ଘଣ୍ଟି ବଜାଇଥାନ୍ତି କିନ୍ତୁ ଆପଣଙ୍କୁ ଆଳତି ଛଡା ମଧ୍ୟ ଫୁଲ, ଚନ୍ଦନ ଇତ୍ୟାଦି ଭଗବାନଙ୍କ ଉପରେ ଚଢାଇବା ସମୟରେ ବି ଘଣ୍ଟି ବଜାଇପାରିବେ । ଭୋଗ ଲଗାଇବା ସମୟରେ ବି ଘଣ୍ଟି ବଜାଇବା ଉଚିତ । ଏହା କରିବା ଦ୍ଵାରା ଯାଇ ଆପଣଙ୍କ ପୂଜାକୁ ସଂପୂର୍ଣ୍ଣ ମାନାଯାଏ । ଘଣ୍ଟି ବଜାଇବା ସମୟରେ ଆପଣଙ୍କ ମୁହଁରେ ଭଗବାନଙ୍କ ନାମ ଏବଂ କିଛି ମନ୍ତ୍ର ଉଚ୍ଚାରଣ କରିବା ଉଚିତ । ଘରେ ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଘଣ୍ଟି ନିହାତି ଭାବରେ ବଜାଇବା ଉଚିତ ।