IBN ଓଡ଼ିଶା ଏକ୍ସକ୍ଲୁସିଭ୍ରାଜନୀତି

ଧର୍ମଶାଳା ରେ ଜିତୁଙ୍କୁ ସୁହାଉଛି ବିରୋଧୀ ଙ୍କ କଳି

ଯାଜପୁର:(IBN ଓଡିଶା; ବ୍ୟୁରୋ)ସମ୍ପାଦକୀୟ:-ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରୁ ଅନ୍ୟତମ ଏବଂ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଧର୍ମଶାଳା ।ଜିଲ୍ଲାର ଲଘୁ ଖଣିଜ ପଦାର୍ଥରେ ଭରପୁର ଏହି ନିର୍ବାଚନ ମଣ୍ଡଳୀ। ଲଘୁ ଖଣିଜ ପଦାର୍ଥ ସହିତ ରାଜନୀତିକୁ ନେଇ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଛି ବହୁ ବର୍ଷ ହେଲା । ଦିବଙ୍ଗତ ନେତା କଳ୍ପତରୁ ଦାସ ଏକଦା ବିଜେଡି ରାଜନୀତିକୁ ପରିଚାଳିତ କରୁଥିଲା ବେଳେ ନିଜର ରାଜନୈତିକ ଗୋଟି ଚାଳନା ପାଇଁ ବେଶ ପରିଚୟ ସୃଷ୍ଟି କରିଥିଲେ ରାଜ୍ୟ ରାଜନୀତିରେ । ତାଙ୍କ ସମୟରୁ ତାଙ୍କ ଉତ୍ତରାଧିକାରୀ ଭାବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ସୁପୁତ୍ର ପ୍ରଣବ ବଳବନ୍ତରାୟ (ଜିତୁ) । ନିଜର ନିଆରା ସାଙ୍ଗଠନିକ ଦକ୍ଷତା ପାଇଁ ରାଜ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଜିତୁ । ବିପୁଳ ଭୋଟରେ ବିଜୟୀ ହେବା ତାଙ୍କ ସାଙ୍ଗଠନିକ ଦକ୍ଷତାକୁ ପ୍ରକାଶ କରୁଥିଲା ବେଳେ ଦଳର ବିଭିନ୍ନ ପଦପଦବୀ ରେ ରହି ସଫଳତାର ସହିତ କାର୍ଯ୍ୟ କରୁଛନ୍ତି ଜିତୁ । ବର୍ଷ ତମାମ ନିଜ ବଳିଷ୍ଠ ସଙ୍ଗଠନକୁ ଯୋଡି ରଖି ଆଗକୁ ବଢାଇବାକୁ ଉଦ୍ୟମରେ କେବେ ଅବହେଳା କରନ୍ତି ନାହିଁ ଜିତୁ । ଯାହା ଧର୍ମଶାଳା ରେ ବିଜେଡିକୁ ବେଶ୍ ବଳଶାଳୀ କରିଛି । ଅପରପକ୍ଷେ ତାଙ୍କୁ ପ୍ରତିରୋଧ କରିବାକୁ ବଳ ଜୁଟାଇ ପାରିନାହିଁ ଵିରୋଧି ଦଳ । ବିଭିନ୍ନ ସମୟରେ ତାଙ୍କ ବିରୁଦ୍ଧରେ ଅଭିଯୋଗର ସ୍ୱର ଉଠାଇ ଥିବା ବିରୋଧି ଦଳ ପର ମୁହୂର୍ତ୍ତରେ ନିରବ ହୋଇଯାଇଛି । ଯାହା ବିରୋଧି ଙ୍କୁ ସମର୍ଥନ କରୁଥିବା ଭୋଟରଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ନିର୍ବାଚନ ସମୟ ହୋଇଥିବାରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରାଜନୀତି ବେଶ ଉଷ୍ମ ହୋଇ ଉଠିଛି ।

ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଏକ ପ୍ରକାର ଅସ୍ତିତ୍ୱ ହରାଇ ସାରିଥିଲା ବେଳେ ବିଜେଡିର ଗତିରୋଧ କରୁଛି ବିଜେପି । ହେଲେ ଏକକ ନେତୃତ୍ୱର ଅଭାବ ବିଜେଡିର ଗତିରୋଧ କରିବାକୁ ବାହାରି ଥିବା ବିଜେପିର ଗତିରୋଧ କରିଛି । କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଶ୍ରୀମତୀ ସ୍ମୁତିରେଖାପହି ଗୋଟିଏ ଗୋଷ୍ଠିର ନେତୃତ୍ୱ ନେଉଥିଲା ବେଳେ ପୁରୁଣା ବିଜେପି ନେତା ସର୍ବେଶ୍ୱର ବେହୁରା ଆଉ ଗୋଟିଏ ଗୋଷ୍ଠିର ନେତୃତ୍ୱ ନେଉଛନ୍ତି । ତା ସାଙ୍ଗକୁ ଏବେ ଯୁବ ସମାଜ ସେବୀ ହିମାଂଶୁ ଶେଖର ସାହୁ ମଧ୍ୟ ବିଜେପିରେ ସାମିଲ ହୋଇ ନିଜର ଗୋଟିଏ ଗୋଷ୍ଠି କରି ତାର ନେତୃତ୍ୱ ନେଉଛନ୍ତି । ଫଳରେ ବିଜେପି ଏବେ ତିନି ଗୋଷ୍ଠୀରେ ବିଭକ୍ତ । ଆଗକୁ ଆହୁରି କିଛି ନେତା ବିଜେପିରେ ସାମିଲ ହେବା ମଧ୍ୟ ଅସମ୍ଭବ ନୁହେଁ । ହେଲେ ଗୋଷ୍ଠି ବିବାଦରେ ଜର୍ଜରିତ ବିଜେପି ଜିତୁଙ୍କ ଏକକ ନେତୃତ୍ୱକୁ କିଭଳି ସମ୍ମୁଖୀନ ହେବ ତାହା ବିଜେପିର କର୍ମୀ ମାନଙ୍କୁ ଆଶଙ୍କାରେ ପକାଇ ଦେଇଛି । ଅନ୍ୟ ପକ୍ଷରେ ବିଜେପି ଯଦି ବା ନିର୍ବାଚନରେ ଜଣଙ୍କୁ ପ୍ରାର୍ଥୀ କରେ ତେବେ ଅନ୍ୟ ଆଶାୟୀ ମାନଙ୍କୁ କିଭଳି ସନ୍ତୁଷ୍ଟ କରିବ ତାହା ମଧ୍ୟ ପ୍ରଣିଧାନ ଯୋଗ୍ୟ । ଏପରିସ୍ଥଳେ ଅସନ୍ତୁଷ୍ଟ ବିଜେପି ଆଶାୟୀ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ନ କରି ବିଜେଡିର ପ୍ରାର୍ଥୀ ଜିତୁଙ୍କୁ ସମର୍ଥନ କରିବା କିଛି ଅସମ୍ଭବ ନୁହେଁ । ସେହିପରି ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି, ଆଦର୍ଶ ଏବଂ ବିଜୁ ଜନତା ଦଳର ବିଚାରଧାରାରେ ଅନୁପ୍ରାଣିତ ହୋଇ ପ୍ରଣବ ବଳବନ୍ତରାୟ ଙ୍କ ଚତୁର ଗୋଟି ଚାଳନା ରେ ଧର୍ମଶାଳା ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଟାଣୁଆ ନେତା ଶ୍ରୀଯୁକ୍ତ ସୁରେନ୍ଦ୍ର ପଣ୍ଡାଙ୍କ ସହିତ ଶତାଧିକ କର୍ମୀମାନେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।ଯାହାକି ବିଜେପିର ସ୍ଥିତି କୁ ଆହୁରି ଦୁର୍ବଳ କରିଦେଇଛି। ଅନ୍ୟପକ୍ଷରେ ବିଜେଡିରେ ମଧ୍ୟ କିଛି ଆଶାୟୀ ରହିଛନ୍ତି । ହେଲେ ସେମାନେ ବର୍ଷ ବର୍ଷ ଧରି ନିରାଶ ହେଉଥିବା ବେଳେ ଏଥର କିନ୍ତୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ନିଜ ନିଜର ପ୍ରଚାର ପ୍ରସାର କରୁଛନ୍ତି। ନିଜ ଚତୁର ଗୋଟି ଚାଳନା ପାଇଁ ଲଗାତାର ସଫଳତା ସାଉଁଟି ଚାଲିଥିବା ଜିତୁ ଏଥର ମଧ୍ୟ ସୁବିଧା ଜନକ ସ୍ଥିତିରେ ରହିଛନ୍ତି ଏହା କିନ୍ତୁ ସମସ୍ତେ ଜାଣନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button