ରାଜନୀତି

ନିର୍ବାଚନ ପ୍ରସ୍ତୁତି ; ପ୍ରତି ମତଦାନ କେନ୍ଦ୍ରରେ ୧ପ୍ରିଜାଇଡିଂ ଅଫିସର, ୫ ପୋଲିଂ ଅଫିସର: ସିଇଓ – Ibnodisha

[ad_1]

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ନିଷ୍ପତ୍ତି ଅନୁସାରେ ପ୍ରତି ମତଦାନ କେନ୍ଦ୍ରରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୫ ଜଣ କରି ପୋଲିଂ ଅଫିସର କାର୍ଯ୍ୟ କରିବେ । ଶନିବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ମେ ୧୩, ଦ୍ୱିତୀୟ ପର୍ଯ୍ୟାୟ ମେ ୨୦, ତୃତୀୟ ପର୍ଯ୍ୟାୟ ମେ ୨୫ ଏବଂ ଚତୁର୍ଥ ପର୍ଯ୍ୟାୟ ଭୋଟ ଜୁନ୍ ୧ ରେ ଅନୁଷ୍ଠିତ ହେବ । ୨୧ଟି ସଂସଦୀୟ କ୍ଷେତ୍ର ଏବଂ ତତସଂଲଗ୍ନ ବିଧାନସଭା କ୍ଷେତ୍ରରେ ଭୋଟ ହେବ । ମେ୧୩: ପ୍ରଥମ ପର୍ଯ୍ୟାୟ-କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁରରେ ଭୋଟ୍ ହେଉଥିବାବେଳେ ମେ ୨୦: ଦ୍ୱିତୀୟ ପର୍ଯ୍ୟାୟ-ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ, ଆସ୍କା, ମେ ୨୫:ତୃତୀୟ ପର୍ଯ୍ୟାୟ-ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର, ଜୁନ୍ ୧:ଚତୁର୍ଥ ପର୍ଯ୍ୟାୟ:ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ଭୋଟ୍ ହେବ ।

ଶ୍ରୀ ଧଳ କହିଛନ୍ତି ଯେ, ଓଡ଼ିଶାରେ ଭୋଟରଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ଏଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ । ସେମିତି ତୃତୀୟଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮ ଥିବାବେଳେ ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧ ଓ ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩ । ସର୍ଭିସ ମତଦାତାଙ୍କ ସଂଖ୍ୟା ୪୯ ହଜାର ୫୯୯ ଓ ପ୍ରବାସୀ ଭୋଟରଙ୍କ ସଂଖ୍ୟା ୧୮୪ ତେବେ ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ମାତ୍ର ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪ । ମତଦାନ କେନ୍ଦ୍ରରେ ମତଦାତ୍ତା ନିଜର ଭୋଟର ପରିଚୟ ପତ୍ର ଦେଖାଇବେ । ତାହା ନଥିଲେ ଆଧାରକାର୍ଡ଼, ପାନକାର୍ଡ଼, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ, ମନରେଗା କାର୍ଡ଼ ବା ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର ଦେଖାଇପାରିବେ ।

ଶ୍ରୀ ଧଳ କହିଛନ୍ତି ଯେ, ଭୋଟରମାନେ ରାଜ୍ୟରେ ଥିବା ମୋଟ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ଥ କରିବେ । ଏହି ୨୧ ଲୋକସଭା ଆସନ ମଧ୍ୟରୁ ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ସେହିପରି ୧୪୭ ବିଧାନସଭା ଆସନ ମଧ୍ୟରୁ ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ରହିଛି । ଏସବୁ ଆସନରେ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଲୋକସଭା ପାଇଁ ୨୧ ରିଟର୍ଣ୍ଣିଂ ଅଫିର ନିଯୁକ୍ତ ନିଯୁକ୍ତ ହେଶଇଥିବାବେଳେ ୧୩୧ ଜଣ ରିଟର୍ଣ୍ଣିଂ ଅଫିର ବିଧାନସଭା ପାଇଁ ନିଯୁକ୍ତ ହୋଇଛନ୍ତି । ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହେବା ସହ ପ୍ରାୟ ୨.୭୦ ଲକ୍ଷ କର୍ମଚାରୀ ନିୟୋଜିତ ହେବେ । ତେଣୁ ନିର୍ବାଚକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସମାପନ କରିବାକୁ ସୁରକ୍ଷାକୁ କଡ଼ାକଡ଼ି କରାଯିବ ବୋଲି ସିଇଓ ପ୍ରକାଶ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button