ମେଣ୍ଢାଶାଳସ୍ଥିତ ପୁଲିସ୍ ଆଉଟ୍ପୋଷ୍ଟ ‘ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ’ ଭାବେ ଉନ୍ନୀତ – Ibnodisha
[ad_1]
ଭୁବନେଶ୍ୱର: ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢ଼ିଉଠୁଛି । ସେହି ଅଞ୍ଚଳରେ ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୁଲିସ ଆଉଟ୍ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ନୂତନ ପୁଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ । ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ ଭୁବନେଶ୍ୱର ମହାନଗର ନିଗମର ଗୋଟିଏ ଓର୍ଡ଼ରେ ଆଂଶିକ ଭାବେ ନେଇ କାର୍ଯ୍ୟ କରିବ । ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ । ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି । ୨ଟି ପଦବୀ ଏସ୍ପି ପୁଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ ।
ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ । ଏହି ୩୪ଟି ନୂତନ ପଦବୀଗୁଡ଼ିକ ହେଉଛି – ଗୋଟିଏ ଇନ୍ସପେକ୍ଟର, ୪ଟି ସବ୍ଇନ୍ସିପେକ୍ଟର, ୬ଟି ଏଏସ୍ଆଇ, ୨ଟି ହାବିଲଦାର ଓ ୨୧ଟି କନେଷ୍ଟବଳ ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍ଇନ୍ସପେକ୍ଟର ଓ ୪ଟି କନେଷ୍ଟବଳ ବୋଲି ସରକାରୀ ଭାବେ ଘୋଷଣା ହୋଇଛି ।
[ad_2]