ରାଜନୀତି

ଆଜି କଳା ଦିବସ ପାଳିବ ବିଜେପି

ଆଜି କଳା ଦିବସ ପାଳିବ ବିଜେପି। ଜିଲ୍ଲାଠୁ ନେଇ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରାଯିବ। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ। ଏହାକୁ ବିରୋଧ କରି ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରି ଆସୁଛିବିଜେପି।

ଆଜି ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ସମ୍ମିଳନି ସହ ସାମ୍ବାଦିକ ସମ୍ମିଳନୀ କରିବ ଦଳ।।ଏହା ସହ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଯେଉଁ ଗିରଫ  ହୋଇଥିଲେ ସେହି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ।

ବିଜେପି ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି,  ବିଭିନ୍ନ ଜିଲ୍ଲାରେ ଏହି କଳାଦିବସ ପାଳନ କରାଯିବ। ଏଥିସହ ସାମ୍ବାଦିକ ସମ୍ମିଳନୀ କରାଯିବ। ଓଡ଼ିଶାର ସମସ୍ତ ଜିଲ୍ଲାସ୍ତରରେ କରାଯିବ। ସେହିଦେଶରେ ବିଭିନ୍ନ ରାଜ୍ୟରେ କକଳା ଦିବସ ପଳାନ କରାଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button