ରାଜନୀତି

ଜେପି ନଡ୍ଡା ହେଲେ ରାଜ୍ୟସଭା ନେତା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟସଭା ନେତା ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ତାଙ୍କୁ ସଂସଦର ଉପର ଗୃହର ନେତା ଭାବେ ନିଯୁକ୍ତ କରାଯାଇଛି। ସେ ରାଜ୍ୟସଭାରେ ପୀୟୁଶ ଗୋୟଲଙ୍କ ସ୍ଥାନ ନେଇଛନ୍ତି। ବିଜେପିର ତୃତୀୟ ପାଳିର ସରକାରରେ କ୍ୟାବିନେଟରେ ନଡ୍ଡାଙ୍କୁ ମନ୍ତ୍ରୀ ପଦ ମିଳିଛି। ଚଳିତ ମାସ ପ୍ରାରମ୍ଭରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ତାଙ୍କୁ ରସାୟନ ଓ ସାର ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ଦିଆଯାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button