ରାଜନୀତି

ସ୍ୱାଧୀନତା ଆମ ସୁରକ୍ଷା କବଚ: ରାହୁଲ ଗାନ୍ଧି

ସ୍ୱାଧୀନତା ହେଉଛି ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧରେ ଗୁନ୍ଥା ଯାଇଥିବା ସୁରକ୍ଷା କବଚ।” ସ୍ୱତନ୍ତ୍ରତା ଦିବସରେ ଶୁଭେଚ୍ଛା ଜଣାଇ ଏପରି କହିଛନ୍ତି ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁ ଗାନ୍ଧି।

ସୋଶାଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଶେଆର କରି ରାହୁଲ ଗାନ୍ଧି ଦେଶବାସୀଙ୍କୁ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି, “ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା।

ଆମ ପାଇଁ ସ୍ୱାଧୀନତା କେବଳ ଗୋଟିଏ ଶବ୍ଦ ନୁହେଁ – ଏହା ଆମର ସର୍ବ ବୃହତ ସୁରକ୍ଷା କବଚ, ଯାହା ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧରେ ଗୁନ୍ଥା ହୋଇଛି। ଏହା ହେଉଛି ଅଭିବ୍ୟକ୍ତିର ଶକ୍ତି, ସତ୍ୟ କହିବାର କ୍ଷମତା ଏବଂ ସ୍ୱପ୍ନ ପୂରଣ କରିବାର ଆଶା।”

ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ୭୮ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଣତନ୍ତ୍ର ଏବଂ ସମ୍ବିଧାନ ଆମର ସବୁଠାରୁ ବଡ କବଚ।

ସେ ଆହୁରି କହିଛନ୍ତି, “ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆମେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦେବୁ। ବିରୋଧୀ ହେଉଛି ଗଣତନ୍ତ୍ର ପାଇଁ ଅମ୍ଳଜାନ। ଏହା ସରକାରଙ୍କ ଅସାମ୍ବିଧାନିକ ମନୋଭାବକୁ ତର୍ଜମା କରିଥାଏ ଏବଂ ଲୋକଙ୍କ ସ୍ୱରକୁ ଶାଣିତ କରିତ।”

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button