ରାଜନୀତି

ରାଜ୍ୟ ରାଜନୀତିରେ ହାଇଡ୍ରାମା;ନିଲମ୍ବିତ ହେଲେ ୧୪ ବିଜେପି ବିଧାୟକ

ହିମାଚଳପ୍ରଦେଶ : ବାଜିଲାଣି ନିର୍ବାଚନର ବିଗୁଲା ଆରମ୍ଭ ହେବ ପ୍ରଚାର ପ୍ରସାର । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ ରାଜନୈତିକ ଦଳର ମାଳ ମାଳ ଗାଡି ଆଉ ଅସମ୍ଭାଳ ଭିଡ । ରାଜନୀତିର ରଥ ଟାଣିବାକୁ ପ୍ରସ୍ତୁତ ହେଲେଣି ହେବିୱେଟ୍ ନେତା । ଚଳିତ ନିର୍ବାଚନରେ କେଉଁ ଦଳ ସରକାର ଗଢିବ ତାକୁ ନେଇ ଚାଲିଛି ରାଜନୀତିର ଅଙ୍କ କସା । ଏହାରି ମଧ୍ୟରେ ବିଜେପିକୁ ଲାଗିଛି ବଡ ଝଟକା । ଜଣେ ନୁହେଁ କି ଦୁଇଜଣ ନୁହେଁ ଏକା ସାଙ୍ଗରେ ନିଲମ୍ବନ ହେଲେ ୧୪ ଜଣ ବିଧାୟକ । ଯାହକୁ ନେଇ ସୃଷ୍ଟି ହୋଇଛି ରାଜନୀତିକ ହଲଚଲ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ହିମାଚଳ ପ୍ରଦେଶର ଶିମଲାରେ ବିଧାନସାଭା ବଜେଟ୍ ଅଧିବେସନ ଆରମ୍ଭ ହୋଇଛି । ଅଧିବେସନ ଆରମ୍ଭରୁ ହିଁ ବଚସ୍ପତି କୁଲଦୀପ ପଠାନିଆ ବିଜେପିର ୧୪ ଜଣ ବିଧାୟକଙ୍କୁ ବିଧାନସାଭାରୁ ନିଲମ୍ବିତ କରିଛନ୍ତି । ଏଥିସହିତ ବାଚସ୍ପତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସସପେଣ୍ଡ ହୋଇଥିବା ବିଧାୟକଙ୍କ ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ସାମିଲ ଅଛନ୍ତି ।

ତେବେ ଗୃହ ଚାଲିଥିବା ବେଳେ ବିଜେପି ପକ୍ଷରୁ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା । ଏପରି କି ବିଧାୟକମାନେ ଧକ୍କା ମରାମରି ହେବା ସହ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ବଚସ୍ପତି କୁଲଦୀପ ପଠାନିଆ ଏହି ବିଧାୟକମାନଙ୍କୁ ନିଲମ୍ବିତ କରିଥିଲେ । ଏହାପରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ନିକଟକୁ ଆସି ନାରାବାଜି କରିବା ସହ ବଚସ୍ପତି ହାଏ ହାଏ ର ନାରା ଦେଇଥିଲେ । ଏହା ବ୍ୟତୀତ ବିଧାନସଭା ଗୃହରେ କାଗଜପତ୍ର ଏବଂ ଚେୟାର ମଧ୍ୟ ଫିଙ୍ଗିଥିଲେ ବିରୋଧୀ । ତେବେ ଏହିପରି ହେବାରୁ ଗୃହ ଲଗାତାର ଭାବେ ଆଶନ୍ତ ରହିଲା । ଫଳରେ ବଚସ୍ପତି ଗୃହକୁ ମୁଲତବୀ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button