ରାଜ୍ୟ

ଭୁବନେଶ୍ୱରେ ମାଇକ୍ରୋଷପ୍ଟ ପ୍ରତିଷ୍ଠାତା; ବିଭିନ୍ନ ଯୋଜନା ଉପରେ କରିବେ ସମୀକ୍ଷା

ଭୁବନେଶ୍ୱର : ଆଜି ଓଡିଶା ପରିଦର୍ଶନରେ ଆସିଛନ୍ତି ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ । ସେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । କିନ୍ତୁ ଏହା ପୂର୍ବରୁ ସେ ଉତ୍ତର ଭୁବନେଶ୍ୱର ଲୁମ୍ବିନୀ ବିହାର ସ୍ଥିତ ମା ମଙ୍ଗଳା ବସ୍ତି ପରିଦର୍ଶନ ପାଇଁ ପହଞ୍ଚିଛନ୍ତି । ବିଲ୍ ଗେଟ୍ସ ବସ୍ତିରେ ପହଞ୍ଚି ଗୋଟି ଗୋଟି କରି ପ୍ରତ୍ୟେକ ଘର ବୁଲିବା ସହ ବସ୍ତିବାସିନ୍ଦାଙ୍କ ଜୀବନଶୈଳୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିସହିତ ସେ ବସ୍ତିବାସିନ୍ଦାଙ୍କ ସହ କଥା ହୋଇ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ତେବେ ବିଲ୍ ଗେଟ୍ସଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିବା ସହ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

କାଳିଆ, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, କୃଷି ବିବିଧକରଣ, ମାଟିର ଆର୍ଦ୍ରତାକୁ ନେଇ ଚାଷ, ୧୮୦ ବ୍ଲକରେ ମିଲେଟ ମିଶନ, ମହିଳା ଚାଷୀଙ୍କ ଆତ୍ମନିଯୁକ୍ତି, ମାଣ୍ଡିଆର ଅନ୍ତର୍ଜାତୀୟସ୍ତରୀୟ ପ୍ରସାରର ସଫଳ ରୂପାୟନକୁ ଅନୁଧ୍ୟାନ କରିବା ପାଇଁ ବିଲ ଗେଟ୍ସ ଆସିଛନ୍ତି ।ସେହିପରି କମ୍ ସମୟ ଭିତରେ ଏତେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟସ୍ତର ଯାଏ କିପରି ନିଆଗଲା, ତାକୁ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷି ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା।

୨୦୧୭ରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button