ଦେଶ

ଏବେ ବି ଡିଏମକେ ସହ ମେଣ୍ଟ କରିବ କି କଂଗ୍ରେସ ? ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଶ୍ନ – Ibnodisha

[ad_1]

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ କରୋନା ଭୁତାଣ ସହ ତୁଳନା କରି ଏହାର ବିଲୋପ କରାଯାଉ ବୋଲି ଦେଇଥିବା ବୟାନକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ବୟାନକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

‘ମୁଁ ସେହି ରାଜନେତାଙ୍କ ବୟାନ ଶୁଣିଛି ଏବଂ କଂଗ୍ରେସ ସାଂସଦ ପି. ଚିଦାମ୍ବରମ ମଧ୍ୟ ସମାନ ବୟାନ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମାନ ବୟାନ ମୁଁ ଦେଖିଛି। ମୁଁ ତାମିଲନାଡୁ ମନ୍ତ୍ରୀଙ୍କୁ ନିନ୍ଦା କରିବାକୁ ଚାହୁଁନାହିଁ କାରଣ ସେ ନିଜକୁ ପଦାରେ ପକାଇଛନ୍ତି, କିନ୍ତୁ ପ୍ରଶ୍ନ ହେଉଛି କଂଗ୍ରେସ ଦଳ ଡିଏମକେ ସହ ମେଣ୍ଟ କରିବ କି ନାହିଁ’ ସେ କହିଛନ୍ତି ।

ହିମନ୍ତ କହିଛନ୍ତି, ରାହୁଲ ଗାନ୍ଧିଙ୍କ ପାଇଁ ଏହା ଏକ ପରୀକ୍ଷା। ସେ ସନାତନ ଧର୍ମକୁ ସମ୍ମାନ ଦିଅନ୍ତି କି ନାହିଁ ତାହା ତାଙ୍କୁ ସ୍ଥିର କରିବାକୁ ପଡ଼ିବ। ଯଦି ସେମାନେ ଡିଏମକେ ସହ ସମ୍ପର୍କ ନ ଭାଙ୍ଗିବେ, ତେବେ ଲୋକମାନେ ନିଶ୍ଚିତ କରିବେ ଯେ ସେମାନେ ହିନ୍ଦୁ ବିରୋଧୀ।

ସୂଚନାଯୋଗ୍ୟ ଯେ, ଡିଏମକେ ନେତାଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଛି କଂଗ୍ରେସ । କଂଗ୍ରେସ ସର୍ବଧର୍ମ ସମଭାବ ଉପରେ ବିଶ୍ବାସ କରେ । କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାରେ କଂଗ୍ରେସ ବିଶ୍ବାସରଖେ ନାହିଁ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button