ରାଜ୍ୟ

କେନ୍ଦ୍ରୀୟ ପୂଜା କମିଟିର ଫଳାଫଳ ଘୋଷଣା: ୧୪ରେ ସିପିସି ନାଇଟ୍‌ – Ibnodisha

[ad_1]

ରାଉରକେଲା: କେନ୍ଦ୍ରୀୟ ପୂଜା କମିଟି (ସିପିସି) ପକ୍ଷରୁ ଗତବର୍ଷ ପୂଜାର ବିଭିନ୍ନ ବର୍ଗର ଫଳାଫଳ ଘୋଷଣା କରାଯାଇଛି। ଉଦିତନଗରସ୍ଥ ଆଇଟିଡିଏ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିପିସିର ସଭାପତି ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ମହାନଗର ନିଗମ ଉପାୟୁକ୍ତ ସୁଧାଂଶୁ ଭୋଇ, ସାଧାରଣ ସମ୍ପାଦକ ବିରାଜ ବିଶ୍ବାଳଙ୍କ ସମେତ ସମେତ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୁର୍ଗାପୂଜା କ୍ଲାସିକାଲରେ ଷ୍ଟିଲ ଟାଉନସିପ୍ର ସେକ୍ଟର -୨ ପ୍ରଥମ, ସେକ୍ଟର -୧ ପୁରୁଣା ଦ୍ବିତୀୟ ଓ ଇସ୍ପାତ ମାର୍କେଟ ତୃତୀୟ ସ୍ଥାନ ଅଧିକାର କରିଛି। ସିଭିଲ ଟାଉନସିପ୍ରେ ପ୍ଲାଣ୍ଟ ସାଇଟ୍ ପ୍ରଥମ, ଡେଲିମାର୍କେଟ ଦ୍ବିତୀୟ ଓ ତାରିଣୀ ମନ୍ଦିର ପାଖ ତୃତୀୟ ସ୍ଥାନରେ ରରହିଛି। ଫର୍ଟିଲାଇଜର ଟାଉନସିପ୍‌ ଜଲଦା ପ୍ରଥମ, ବାଲିଯୋଡି ଦ୍ବିତୀୟ ଓ ତରକେରା କଲୋନି ତୃତୀୟ ସ୍ଥାନରେ ରହିଛି।

ଓରିଏଣ୍ଟାଲରେ ଷ୍ଟିଲ ଟାଉନସିପ୍ର ସେକ୍ଟର ୭ ପ୍ରଥମ, ସେକ୍ଟର -୧୬ ଓ ସେକ୍ଟର -୨୦ ଯୁଗ୍ମ ଦ୍ବିତୀୟ ଓ ସେକ୍ଟର -୨୦ ଏବିସି ତୃତୀୟ ସ୍ଥାନ ହାସଲ କରିଛି। ସିଭିଲ ଟାଉନସିପ୍ରେ ଟ୍ରାଫିକ ଗେଟ୍ ପ୍ରଥମ, ଉଦିତନଗର ଦ୍ବିତୀୟ ବିରଜାପାଲି ତୃତୀୟ ‌ହୋଇଥିଲା। ଫର୍ଟିଲାଇଜର ଟାଉନସିପ୍‌ କମ୍ୟୁନିଟି ସେଣ୍ଟର ପ୍ରଥମ ଓ ଜଲଦା ସି ବ୍ଲକ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଲକ୍ଷ୍ମୀ ପୂଜାରେ ଷ୍ଟିଲ ଟାଉନସିପ୍‌ର ସେକ୍ଟର ୧-୭ ପ୍ରଥମ ସେକ୍ଟର -୧୫ ଲକ୍ଷ୍ମୀ ମାର୍କେଟ ଦ୍ବିତୀୟ ଓ ସେକ୍ଟର -୪ ତୃତୀୟ ସ୍ଥାନରେ ରହିଛି। ସିଭିଲ ଟାଉନସିପ୍ ଜନତାବିପ୍‌ଣୀ ମାର୍କେଟ ଏସ୍‌ଟିଆ ପ୍ରଥମ, କଲୁଙ୍ଗା ଦ୍ବିତୀୟ ଓ ମାଲଗୋଦାମ ତୃତୀୟ ସ୍ଥାନରେ ରହିଛି। ଫର୍ଟିଲାଇଜର ଟାଉନସିପରେ ପୂର୍ଣ୍ଣାନନ୍ଦ ମାର୍କେଟ ପ୍ରଥମ, ତାରାପୁର ଲକ୍ଷ୍ମୀ ପୂଜା ଦ୍ବିତୀୟ, ଲୋକନାଥ ମାର୍କେଟ ଓ ଦେଓଗାଁ ଧବଳେଶ୍ଵର ମାର୍କେଟ ଯୁଗ୍ମ ତୃତୀୟ ହୋଇଛି।

କାଳୀ ପୂଜାରେ ଷ୍ଟିଲ ଟାଉନସିପ୍ ସେକ୍ଟର -୬ ଏଚ ବ୍ଲକ୍ ପ୍ରଥମ, ସେକ୍ଟର -୧୪ ଓ ଇସ୍ପାତ ମାର୍କେଟ ଯୁଗ୍ମ ଦ୍ବିତୀୟ ସେକ୍ଟର -୧ ଚିପ୍ ଟାଇପ୍ ମାର୍କେଟ ଓ ସେକ୍ଟର -୧ ଏଚ୍ ବ୍ଲକ ଯୁଗ୍ମ ତୃତୀୟ ସ୍ଥାନର ରହିଛି। ସିଭିଲ ଟାଉନସିପ୍ରେ ସେକ୍ଟର ବି ନାଇନ ଷ୍ଟାର ବନ୍ଧମୁଣ୍ଡା ପ୍ରଥମ, ସେକ୍ଟର ସି ବନ୍ଧମୁଣ୍ଡା ଦ୍ବିତୀୟ ଓ ବିରଜାପାଲି ତୃତୀୟ ସ୍ଥାନରେ ରହିଛି। ଫର୍ଟିଲାଇଜର ଟାଉନସିପ୍ରେ ଇନ୍ଦୁ ମାର୍କେଟ ପ୍ରଥମ, ଉପର ବାଲିଯୋଡି ଦ୍ବିତୀୟ ଓ ଦେଓଗାଁ ତୃତୀୟ ସ୍ଥାନରେ ରହିଛି। ପୂଜା କମିଟି ପକ୍ଷରୁ ଆସନ୍ତା ୧୪ରେ ସିପିସି ନାଇଟିରେ ଘୋଷଣା କରାଯାଇଥିବା ପୂଜା କମିଟିଗୁଡ଼ିକୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ସିପିସି ଉପସଭାପତି ନାରାୟଣ ମାହାନ୍ତି, ପ୍ରସନ୍ନ ବଳିଆର ସିଂହ, ଯୁଗ୍ମ ସମ୍ପାଦକ ସମରପ୍ରିୟ ତନ୍ତୀ, କୋଷାଧ୍ୟକ୍ଷ ଆଲୋକ ମହାପାତ୍ରଙ୍କ ସହ କାର୍ଯ୍ୟକାରୀ ସଦସ୍ୟ ରାହୁଲ ରାୟ, ମାନସୀ ସରକାର ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button