IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି କାରଣ ପାଇଁ ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ମନ୍ଦିରକୁ ଯିବା ମନାହୋଇଥାଏ… ଜାଣନ୍ତୁ ଗୁପ୍ତ ରହସ୍ୟ !

ଆମ ସମାଜରେ ଏମିତି ଏକ ନିୟମ ରହିଛି ଯାହା କି ଅନ୍ୟ ମାନେ କରିବା ଦେଖି ଆମେ ବି କରିଥାଉ । ଏ ନିୟମ ବିଷୟରେ ଜାଣିବାକୁ କିଛି ଲୋକ ସଙ୍କୋଚ କରନ୍ତି ତ ଆଉ କିଛି ଲୋକ କୁହନ୍ତି ଏହା ପୂର୍ବ ପୁରୁଷରୁ କରିଆସୁଛନ୍ତି । ଯଦି ଆମେ ଏସବୁ ନିୟମକୁ ମାନିବା ନାହିଁ । ତେବେ ସେମାନଙ୍କ ଅପମାନ ହେବ । ହିନ୍ଦୁ ରୀତିନୀତିରେ ଅଛି କି ମହିଳା ମାନଙ୍କର ଯେତେବେଳେ ମାସିକିଆ ଋତୁସ୍ରାବ ହୋଇଥାଏ । ସେତେବେଳେ ସେମାନଙ୍କୁ ମନ୍ଦିର ଯିବା ନିଷେଧ କରାଯାଇଥାଏ । ଅନେକ ପାଠୁଆ ଲୋକ ଏସବୁ ମାନନ୍ତି ଯେ ଏହା ପଛରେ ବୈଜ୍ଞାନିକ କାରଣ ଅଛି ହେଲେ ହିନ୍ଦୁ ଧର୍ମ ରେ ପିରିୟଡ୍ସ କୁ ନେଇ କେତେ ଗୁଡିଏ କାହାଣୀ ଅଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଏ ବିଷୟରେ ଜାଣିବା ।

1- ମହାଭାରତରେ କୁହାଯାଇଛି ଯେତେବେଳେ ଯୁଧିଷ୍ଠିର କୌରବ ମାନଙ୍କ ଠାରୁ ଜୁଆ ଖେଳ ରେ ଦୌପଦୀଙ୍କୁ ହରେଇ ଦେଇଥିଲେ, ସେତେବେଳେ ଦୁଃଶାସନ ଦୌପଦୀଙ୍କୁ ଆଣିବା ପାଇଁ ତାଙ୍କ ଶୋଇବା ଘରେ ପହଞ୍ଚିଥିଲେ, କିନ୍ତୁ ସେ ସେଠାରେ ନଥିଲେ । କୁହାଯାଇଛି ଯେ ସେତେବେଳେ ଦ୍ରୌପଦୀଙ୍କର ମାସିକ ଋତୁ ସ୍ରାବ ଚାଲିଥିଲା, ସେଥିପାଇଁ ସେ ପୁରା ସମୟ ଗୋଟେ ଅଲଗା ବସ୍ତ୍ର ପିନ୍ଧି ଅଲଗା ରୁମ୍ ରେ ରହୁଥିଲେ । ଏହି ଋତୁସ୍ରାବ ସମୟରେ ସ୍ତ୍ରୀ ର ଶରୀର ଅପବିତ୍ର ହୋଇଥାଏ ବୋଲି ସେବେ ଠାରୁ ହିଁ ମାନାଯାଇ ଆସୁଛି ।

2- ଭାଗବତ ପୁରାଣରେ ବର୍ଣ୍ଣିତ ଯେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ରଦେବଙ୍କ ଉପରେ ଅସନ୍ତୁଷ୍ଟ ଥାନ୍ତି । ଇନ୍ଦ୍ରଦେବ ଯେତେବଳେ ନିଜ ସିଂହାସନ ହରେଇଥିଲେ, ସେତେବେଳେ ସେ ବ୍ରହ୍ମଦେବଙ୍କୁ ସାହାଯ୍ୟ ମାଗିଲେ । ଆଉ ସେ ତାଙ୍କୁ ଏକ ବ୍ରାହ୍ମଣଙ୍କ ସେବା କରିବା ପାଇଁ କହିଥିଲେ, ଯେଉଁଥିରେ କି ଗୁରୁ ବୃହସ୍ପତି ପ୍ରସନ୍ନ ହୋଇପାରିବେ । ସେ ତାହା ହିଁ କଲେ ପରେ ଜାଣିଲେ ବ୍ରାହ୍ମଣ ଜଣଙ୍କ ଅସୁରୀ ମାତାଙ୍କ ପୁତ୍ର ଓ ଅସୁର ମାନଙ୍କୁ ସେ ମଧ୍ୟ ସମର୍ଥନ କରନ୍ତି ତାପରେ ଇନ୍ଦ୍ରଦେବ କ୍ରୋଧରେ ସେହି ବ୍ରାହ୍ମଣଙ୍କୁ ମାରିଦେଇଥିଲେ ।

ସେ ଗୁରୁ ହତ୍ୟା ପାପ କରିଥିବାରୁ ବ୍ରାହ୍ମଣଙ୍କ ଆତ୍ମା ରାକ୍ଷସୀ ରୂପ ଧରି ଇନ୍ଦ୍ରଦେବଙ୍କ ରକ୍ତ ପିଇବା ପାଇଁ ବୁଲିଲା, ଇନ୍ଦ୍ରଦେବ ଏକ ଫୁଲ ରେ ଲୁଚି ରହି ବିଷ୍ଣୁଙ୍କୁ ଏକ ଲକ୍ଷ ବର୍ଷ ଧ୍ୟାନ କରିବାରୁ ତାଙ୍କ ପାପ ଅଧା କମିଗଲା ଆଉ ଅଧା ପାପ ଇନ୍ଦ୍ରଦେବଙ୍କ ମୁଣ୍ଡରେ ରହିଲା ।

ତେଣୁ ଇନ୍ଦ୍ରଦେବ ପାଣି, ଗଛ, ଭୂମି ଓ ସ୍ତ୍ରୀ ଏ ଚାରିଜଣ ଙ୍କୁ ସାହାଯ୍ୟ ମାଗିଲେ, ସମସ୍ତେ ସେଥିପାଇଁ ରାଜି ହୋଇଗଲେ ହେଲେ ବରଦାନ ମାଗିଲେ ।  ପାଣି ସବୁବେଳେ ପବିିତ୍ର ରହିବ, ଗଛ  ଦ୍ଵିତୀୟ ଥର ପୁଣି ଉଠିବ ଓ ଧରିତ୍ରୀକୁ ସବୁ ପ୍ରକାର କ୍ଷତ ସହିବାର ଶକ୍ତି ମିଳିଲା । ଏବଂ ସ୍ତ୍ରୀ ଙ୍କୁ କାମନା ବାସନାରୁ ଆନନ୍ଦ ପାଇବାର କ୍ଷମତା ମିଳିଲା ।

ହେଲେ ଯେହେତୁ ପାପରେ ଭାଗ ନେବାକୁ ସର୍ତ୍ତ ଥିଲା ସେଥିପାଇଁ ପାଣିର ଉପର ଭାଗ ଅପବିତ୍ର, ଗଛ ନଇଁ ପାରେନାହିଁ, ଧରିତ୍ରୀ ସ୍ଥିର ରହିଯାଏ ଓ ସ୍ତ୍ରୀ ଙ୍କୁ ସେଇ ପାପ ପାଇଁ ମାସିକଧର୍ମ ଅର୍ଥାତ ଋତୁସ୍ରାବ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button