IBN ଓଡ଼ିଶା ଏକ୍ସକ୍ଲୁସିଭ୍

କାହିଁକି ରାତି ୧୦ ଟା ପରେ କାହାରିକୁ ଭେଟନ୍ତି ନାହିଁ ବସୁନ୍ଧରା ରାଜେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମହିଳା ତଥା ମହିଳା ସଶକ୍ତିକରଣ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ବସୁନ୍ଧରା ରାଜେ ରାଜସ୍ଥାନ ର ରାଜ ପରିବାର ରୁ ଆସିଛନ୍ତି । ରାଜନୀତି ରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି । ସେ ନିଜ କାର୍ଯ୍ୟ କାଳ ମଧ୍ୟରେ ଅନେକ ଜନମଙ୍ଗଳ କାର୍ଯ୍ୟ ମଧ୍ୟ କରିଛନ୍ତି । ବର୍ତ୍ତମାନ ସମୟରେ ରାଜସ୍ଥାନରେ ଅଶୋକ ଗେହଲୋଟଙ୍କ ସରକାର ଅଛି ।

କିନ୍ତୁ ଲୋକଙ୍କ ହୃଦୟରେ ବସୁନ୍ଧରା ରାଜେ ସମାନ ସ୍ଥାନ ପାଇଛନ୍ତି । ଏତେ ବଡ଼ ଲୋକ ହୋଇମଧ୍ୟ ଯେତେ ଜରୁରୀ ପରିସ୍ଥିତି କାହିଁକି ନହେଉ କାହିଁକି, ରାତି 10 ଟା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ କୌଣସି ଲୋକଙ୍କୁ ମଧ୍ୟ ଭେଟନ୍ତି ନାହିଁ । ସେ ଏହା ବିଷୟରେ କିଛି ସମୟ ପୂର୍ବରୁ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସମାଲୋଚକମାନେ ଲୋକଙ୍କ ମଧ୍ୟରେ ଏପରି ଧାରଣା ସୃଷ୍ଟି କରିଛନ୍ତି ।

ବସୁନ୍ଦରା ରାଜେ ଏହା ବିଷୟରେ ପୂର୍ବରୁ କହିଥିବାବେଳେ କହିଥିଲେ ଯେ ଏପରି ଲୋକ ବୁଝିବା ଉଚିତ ଯେ ଜଣେ ମହିଳା ଏବଂ ପୁରୁଷ ନେତାଙ୍କ କାର୍ଯ୍ୟରେ ଭିନ୍ନତା ଅଛି ବୋଲି ସେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଜଣେ ପୁରୁଷ ଲୁଙ୍ଗି ପିନ୍ଧି କାହାକୁ ମଧ୍ୟ ଭେଟି ପାରିବେ କିନ୍ତୁ ମହିଳାମାନେ ରାତିରେ ଲୋକଙ୍କୁ କୌଣସି ଅବସ୍ଥାରେ ଭେଟି ପାରିବେ ନାହିଁ, କାରଣ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାକୁ ହୁଏ ବୋଲି ସେ କହିଛନ୍ତି ।

ରାଜସ୍ଥାନର ବିକାଶରେ ବସୁନ୍ଦର ରାଜେ ମଧ୍ୟ ନିଜର ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ତେବେ ଶେଷରେ ଏହାର କାରଣ ପ୍ରକାଶ ପାଇଛି ଯେ ବସୁନ୍ଧରା ରାତି 10 ଟା ପରେ କାହିଁକି କାହାକୁ ଭେଟନ୍ତି ନାହିଁ । ଏହି ସମୟ ପରେ କୌଣସି ରାଜ ପରିବାର ର ବୋହୁ, ଝିଅ ଘରୁ ବାହାରକୁ ଯିବା ନିଷେଧ ଅଟେ । ସେ ଏହା ଯୁକ୍ତି କରିଥିଲେ ଯେ ଜଣେ ପୁରୁଷ ଯେପରି ଅବସ୍ଥା ଯେଉଁ ସମୟ ଯେଉଁ ସ୍ଥାନରେ ମଧ୍ୟ କାହାକୁ ଭେଟି ପାରିବ କିନ୍ତୁ ନାରୀ ଏପରି କରି ପାରନ୍ତି ନାହିଁ । ଏହା ମହିଳାଙ୍କ ସମ୍ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button