IBN ଓଡ଼ିଶା ବ୍ୟୁରୋ

ମୁଣ୍ଡର ଉକୁଣୀ, ନିଖ ଓ ଗଜି ପାଇଁ ଚିନ୍ତିତ କି ! ଏହି ଗୋଟିଏ ପତ୍ର ଦ୍ଵାରା ଉକୁଣୀକୁ ମୁଣ୍ଡରୁ ସଫା କରନ୍ତୁ – Home Remedy

ଅନେକଙ୍କ ମୁଣ୍ଡରେ ଉକୁଣି ସମସ୍ଯା ଦେଖା ଯାଇଥାଏ । ବିଶେଷ କରି ସ୍କୁଲରେ ପଢୁଥିବା ପିଲାଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖା ଦେଇଥାଏ । କେବେ କେବେ ଅନେକ ଚେଷ୍ଟା ପରେ ମଧ୍ୟ ଉକୁଣି ସମସ୍ଯା ଭଲ ହୁଏ ନାହିଁ । ତେବେ ଆପଣଙ୍କ ଉକୁଣି ସମସ୍ଯା ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଉକୁଣି ସମସ୍ଯା ଦୂର ପାଇଁ ଯେଉଁ ଉପଚାର ପ୍ରସ୍ତୁତ କରିବେ । ସେଥିପାଇଁ ଆପଣଙ୍କୁ ଆବଶ୍ୟକ ହେବ ଦୁଦୁରା ପତ୍ର ।

ଅନେକ ଲୋକ ଦୁର୍ଦୂରା ଫୁଲର ଫାଇଦା ବିଷୟରେ ଜାଣିଛନ୍ତି । କିନ୍ତୁ ଏହି ଗଛର ପତ୍ର ମଧ୍ୟ ଅନେକ ଲାଭଦାୟୀ ଅଟେ । ବହୁ ପୁରାତନ କାଳରୁ ଏହା ଉକୁଣି ସଫା କରିବା ପାଇଁ ବ୍ୟବହୃତ ହୋଇ ଆସୁଛି ଓ ଏହାର ଅନ୍ୟ ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି । ତେବେ ଏହି ଦୁଦୁରା ଗଛର ୧୦ ରୁ ୧୨ ଟି ପତ୍ର ଛିଣ୍ଡାଇ ନିଅନ୍ତୁ ଓ ଏହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଆପଣଙ୍କୁ ଏହି ପତ୍ରରୁ ରସ ବାହାର କରିବାକୁ ହେବ ।

ଏଥିପାଇଁ ଆପଣ ଏହି ପତ୍ରକୁ ବାଟି ରସ ବାହାର କରିପାରିବେ । କିମ୍ବା ଏହାକୁ ଗ୍ରାଇଣ୍ଡିଂ ମଧ୍ୟ କରିପାରିବେ । ଏହାକୁ ଗ୍ରାଇଣ୍ଡିଂ କରିବା ପାଇଁ ଗ୍ରାଇଣ୍ଡିଂ ଜାର୍ ରେ ଅଳ୍ପ ପାଣି ନିଅନ୍ତୁ ଓ ସେଥିରେ ଧୋଇ ରଖିଥିବା ଦୁର୍ଦୂରା ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ ।

ଗ୍ରାଇଣ୍ଡିଂ ହେବା ପରେ ଏହାକୁ ଛାଣି ରସ ବାହାର କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସହଜ ଘରୋଇ ଉକୁଣିମରା ଔଷଧ । ଏହି ପତ୍ରର ରସକୁ ଆପଣ ମୁଣ୍ଡ ଧୋଇବାର 2 ରୁ 3 ଘଣ୍ଟା ପୂର୍ବରୁ ମୁଣ୍ଡରେ ଭଲଭାବେ ଲଗାଇ ଦିଅନ୍ତୁ । ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ ।

ଭଲ ଭାବେ ଶୁଖିଯିବା ପରେ କେଶକୁ କୌଣସି ଆୟୁର୍ବେଦିକ ଶାମ୍ପୁ କିମ୍ବା ଆପଣ ଯେଉଁ ଶାମ୍ପୁ ବ୍ୟବହାର କରନ୍ତି ସେଥିରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ ।ଏହି ଉପାୟ କରିବା ପରେ ପ୍ରଥମ ଥରରୁ ହିଁ ଆପଣଙ୍କ ମୁଣ୍ଡରୁ ଉକୁଣି, ଗଜି, ଲିଖ ସବୁ ଗାୟବ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button