ଏମିତି କେଉଁ ବାର ଯାହା ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ? Clever GK Question and Answer

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ କେତେ ଜ୍ଞାନ ମଧ୍ୟ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।
1- ତାହା କେଉଁ ଜିନିଷ ଯାହାକୁ ଯେତେ କାଟିବ । ତାହା ନୂଆ ହେଇକି ବାହାରିବ । ତାହା କଣ ?
ଉତ୍ତର;- ପେନସିଲ ।
2- ଏମିତି କେଉଁ ଜିନିଷ ଅଛି । ଯାହା ବିନା ସିଢିରେ ଚଢିଯାଇଥାଏ ଓ ଓହ୍ଲାଇ ପଡ଼ିଥାଏ ?
ଉତ୍ତର;- ମଦ ର ନିଶା ।
3; – ହିନ୍ଦୀରେ ଏମିତି ଏକ ଚଢେଇର ନାମ କୁହନ୍ତୁ । ଯାହାର ଅର୍ଥ ଇଂରାଜୀରେ ବେଶୀ ହୋଇଥାଏ ?
ଉତ୍ତର;- ମୋର ବା ମୟୂର ।
4- ଦୁନିଆରେ ଗୋରାରୁ ଗୋରା ଝିଅଙ୍କର ବି ଗୋଟିଏ ଜିନିଷ ନିଶ୍ଚିତ କଳା ଅଟେ । କୁହନ୍ତୁ ତାହା କଣ ?
ଉତ୍ତର;- ଛାଇ ।
5; – ତାହା କଣ ଯାହା ଭାଇର 2 ଟି ଓ ଭଉଣୀର 3 ଟି ହୋଇଥାଏ ?
ଉତ୍ତର;- ଅକ୍ଷର । ଅର୍ଥାତ 2 ଟି ଅକ୍ଷର ଭାଇ ଓ 3 ଟି ଅକ୍ଷର ଭଉଣୀ ।
6- ଏମିତି କେଉଁ ବାର ଯାହା ସାତଟି ବାର ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ?
ଉତ୍ତର;- ପରିବାର ।
7- ଏକ ଟଙ୍କାକୁ ଦୁଇ ଜଣଙ୍କ ମଧ୍ୟରେ ଏମିତି ଭାବେ ବାଣ୍ଟନ୍ତୁ । ଯେପରି ଜଣଙ୍କର 10 ପଇସା କମ୍ ଓ ଅନ୍ୟ ଜଣଙ୍କର 10 ପଇସା ଅଧିକ ହେବ ?
ଉତ୍ତର;- 45 ପଇସା, 55 ପଇସା ।
8- କେଉଁ ବ୍ୟକ୍ତିଙ୍କ ଗାଡିରେ ନମ୍ବର ପ୍ଳେଟ ନଥାଏ ?
ଉତ୍ତର;- ରାଷ୍ଟ୍ରପତି ।
9- କହିବନି କହିଲେ ଏ ଘର ରହିବନି । ଏହାର ଅର୍ଥ କଣ ?
ଉତ୍ତର;- ସତ କହିଲେ ସମସ୍ତଙ୍କୁ ବାଧିଥାଏ ।
10- ଆପଣଙ୍କୁ ପରବର୍ତ୍ତୀ ମାସଟିର ନାମ କହିବାକୁ ପଡିବ । ପୁଅଟିଏ ଥିଲା ନାମ ଜାନୁଆରୀ । ଝିଅଟିଏ ଥିଲା ଫେବୃଆରୀ । ଦୁହେଁ କଲେଜ ଗଲେ ମାର୍ଚ । ଦୁହିଙ୍କର ପ୍ରେମ ହେଲା ଏପ୍ରିଲ । ସେହି ପିଲାଟି କିଏ ଥିଲା ?
ଉତ୍ତର;- ମେ’ ।