ମନୋରଞ୍ଜନ

ଗଦର-୨ର ସଫଳତା ମନାଇବା ପାଇଁ ଏକାଠି ହେଲେ ଶାହରୁଖ, ସଲମାନ, ଆମିର – Ibnodisha

[ad_1]

ମୁମ୍ବାଇ, ୩/୯: ଗଦର-୨ର ସଫଳତା ନେଇ ସନ୍ନି ଦେଓଲ ଅତ୍ୟନ୍ତ ଉଲ୍ଲସିତ। ଏହା ହେଉଛି ୨୦୦୧ର ଫିଲ୍ମ ‘ଗଦର’ର ଦ୍ବିତୀୟ ଭାଗ। ଏହାକୁ ମଧ୍ୟ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି। ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବା ପରଠାରୁ ଗଦର-୨ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି।ଗଦର-୨ର ସଫଳତା ମନାଇବା ପାଇଁ ସନ୍ନି ଦେଓଲ ଶନିବାର ମୁମ୍ବାଇଠାରେ ଏକ ପାର୍ଟିର ଆୟୋଜନ କରିଥିଲେ। ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପର ‘ହୁଜ୍ ହୁ’ ପ୍ରଦର୍ଶନ କରାଯାଇଥିଲା। ବଲିଉଡ୍‌ର ତିନି ଖାନ୍ ଶାହରୁଖ, ସଲମାନ ଓ ଆମିର ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଶାହରୁଖ ଖାନ୍ ତାଙ୍କ ସ୍ତ୍ରୀ ଗୌରୀଙ୍କ ସହ ଏହି ପାର୍ଟିରେ ଯୋଗ ଦେଇଥିଲେ। ସଲମାନ ଖାନ୍ ଏକ ନୂଆ ପୋଷାକ ପିନ୍ଧି ନୂଆ ଲୁକ୍‌ରେ ଉଭା ହୋଇଥିଲେ। ସେହିପରି ଆମିର ଖାନ୍ ଏକ ଆକର୍ଷଣୀୟ ପୋଷାକରେ ପାର୍ଟିର ଆକର୍ଷଣ ସାଜିଥିଲେ। ତିନି ଖାନ୍‌ଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button