ଗୋମାତାଙ୍କୁ ଦେଖି ନିହାତି କରନ୍ତୁ ଏହି ଗୋଟିଏ କାର୍ଯ୍ୟ ! ଦୁର୍ଭାଗ୍ୟ ସୌଭାଗ୍ୟ ପାଲଟିଯିବ… Sadhu Vani

ବନ୍ଧୁଗଣ ଗାଈକୁ ହିନ୍ଦୁ ଧର୍ମରେ ଏକ ପୂଜନୀୟ ସ୍ଥାନରେ ରଖାଯାଇଛି । କାରଣ ଗାଈର ଶରୀରରେ ତେତିଶ କୋଟି ଦେବୀଦେବତା ମାନେ ବାସ କରିଥାନ୍ତି ବୋଲି କୁହାଯାଇଛି । ଗାଈ ଏକ ଏଭଳି ପବିତ୍ର ଜୀବ ଅଟେ । ଯାହାର କ୍ଷୀର ଠାରୁ ନେଇ ଗୋମୁତ୍ର ପର୍ଯ୍ୟନ୍ତ ସବୁ ଅତ୍ୟନ୍ତ ପବିତ୍ର ହୋଇଥାଏ । ଧାର୍ମିକ ପୂଜାପାଠ ମାନଙ୍କରେ ଗାଈର କ୍ଷୀର ଓ ଗୋବର ସବୁ କାର୍ଯ୍ୟରେ ପ୍ରାୟତଃ ଲଗାଯାଇଥାଏ । ସନାତନ ଧର୍ମରେ ଗାଈକୁ ଲକ୍ଷ୍ମୀ ମାତାଙ୍କର ଧନ ବୋଲି କୁହାଯାଇଥାଏ ।
ତେଣୁ ଗୋମାତା ଅର୍ଥାତ ଗାଈର ଯେଉଁ ଲୋକ ନିଜ ହୃଦୟରୁ ସେବା ଯତ୍ନ କରିଥାଏ । ଗାଈଙ୍କ ଉପରେ ଦୟାଭାବ ରଖି ଯିଏ ପ୍ରତିଦିନ ଗାଈଙ୍କୁ କିଛି ନା କିଛି ଖାଇବାକୁ ଦେଇଥାଏ । ସେହି ଲୋକ ବହୁତ ପୂଣ୍ୟ କରିଥାଏ । ଗାଈଙ୍କ ସେବା କରିବା କେତେ ଯଜ୍ଞକର୍ମର ପୂଣ୍ୟ ଫଳ ସହ ସମାନ ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ପ୍ରତିଦିନ ଗାଈଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ । ଏଥିସହ ଗାଈ କିମ୍ବା କୌଣସି ପଶୁପକ୍ଷୀଙ୍କ ପ୍ରତି ନିଷ୍ଠୁର ଭାବ ନରଖି ତାଙ୍କର ଆଦର କରନ୍ତୁ ।
ତେବେ ବନ୍ଧୁଗଣ ବହୁତ ଲୋକ ଗାଈଙ୍କୁ ଖାଇବାକୁ ତ ଦିଅନ୍ତି । ହେଲେ ଗାଈକୁ ଖାଇବାକୁ ଦେବା ସମୟରେ ସେମାନେ କିଛି ଭୁଲ୍ କରି ବସିଥାନ୍ତି । ଯାହା ଦ୍ଵାରା ସେମାନେ କରୁଥିବା କାର୍ଯ୍ୟଟି ବ୍ୟର୍ଥରେ ଯାଇଥାଏ । ତେବେ ଗାଈଙ୍କୁ ଖାଇବାକୁ ଦେବା ସମୟରେ ବହୁତ ଲୋକ ଏହି ଭୁଲ୍ କରିଥାନ୍ତି । ଯେ ଗାଈଙ୍କୁ ଦେଖି ସେମାନେ ରୁଟି ଖାଇବାକୁ ତ ଦେଇଥାନ୍ତି ।
ହେଲେ ସେମାନେ ଗାଈଙ୍କୁ ବହୁ ଦିନରୁ ରଖିଥିବା ବାସୀ ରୁଟିକୁ ଖାଇବାକୁ ମଧ୍ୟ ଦେଇଦେଇଥାନ୍ତି । ହେଲେ ସେପରି କରିବା ଜମାରୁ ମଧ୍ୟ ଉଚିତ ନୁହେଁ । ତେଣୁ ଗାଈକୁ ବାସୀ କିମ୍ବା ଅଇଁଠା ଖାଦ୍ୟ ଦେବା ଦ୍ଵାରା ଗୋମାତାର ଅପମାନ ହୋଇଥାଏ । ତେଣୁ ଆପଣ ପ୍ରସ୍ତୁତ କରୁଥିବା ପ୍ରଥମ ରୁଟି ଭଲ ଥିବା ଅବସ୍ଥାରେ ହିଁ ଗାଈଙ୍କୁ ଖାଇବାକୁ ଦିଅନ୍ତୁ । ଯାହା ଦ୍ଵାରା ଗୋମାତାଙ୍କୁ ଭଲ ଖାଦ୍ୟ ପ୍ରାପ୍ତ ହୋଇପାରିବ ।
କାରଣ ଯଦି ଆପଣଙ୍କର ଦେଇଥିବା ଖାଦ୍ୟ ଖାଇ ଗୋମାତା ପ୍ରସନ୍ନ ହୋଇଥାନ୍ତି । ତେବେ ତାଙ୍କ ଠାରେ ରହିଥିବା ସବୁ ଦେବୀଦେବତା ମାନେ ମଧ୍ୟ ଆପଣ ତଥା ଆପଣଙ୍କ ପରିବାର ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯାହା ଦ୍ଵାରା ଆପଣଙ୍କ ଘରକୁ ସୁଖ, ଶାନ୍ତି ଓ ସମୃଦ୍ଧି ମାଡି ଆସିଥାଏ ।
ଆପଣଙ୍କ ପୁରା ପରିବାର ଖୁସିରେ ସବୁବେଳେ ରହିଥାଏ । ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ ।