IBN ଓଡ଼ିଶା ବ୍ୟୁରୋ

Health tips; -ଶୋଇବା ପୂର୍ବରୁ 1 ଗୁଜରାତି ଖାଇ ଗରମ ପାଣି ପିଅନ୍ତୁ, ତାପରେ ଯାହାହେବ ଭାବିନଥିବେ…

ଗୁଜୁରାତିର ବ୍ୟବହାର ପ୍ରତ୍ଯେକଙ୍କ ଘରେ ଘରେ ଖାଦ୍ୟ ବନାଇବା ସମୟରେ ମସଲା ରୂପରେ ବ୍ଯବହ୍ରୁତ ହୋଇଥାଏ । ସାଧାରଣତଃ ଚାହା ପ୍ରସ୍ତୁତ କରିବା ସମୟରେ ଲୋକମାନେ ଗୁଜୁରାତିର ବ୍ୟବହାର କରିଥାନ୍ତି । ଗୁଜୁରାତିରେ ଏଭଳି ସବୁ ପୋଷକ ତତ୍ଵ ଭରି ରହିଥାଏ । ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଯେଉଁ ଲୋକ ପ୍ରତିଦିନ ନିୟମିତ ରୂପେ ଗୁଜୁରାତିର ସେବନ କରିଥାନ୍ତି । ସେମାନଙ୍କୁ ତାହାର ବହୁତ ଭଲ ଫାଇଦା ମିଳିପାରିଥାଏ ।

ଗୁଜୁରାତିରେ କ୍ୟାଲସିୟମ, ଆଇରନ, ଜିଙ୍କ ଆଦି ଏହିଭଳି ଅନେକ ମହତ୍ଵପୂର୍ଣ୍ଣ ତତ୍ଵ ସବୁ ଭରି ହୋଇ ରହିଥାଏ । ତେବେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ଉଷୁମ ପାଣିର ସେବନ କରି ଶୋଇବା ଦ୍ଵାରା ଶରୀରକୁ କଣ ସବୁ ଫାଇଦା ମିଳିପାରିଥାଏ ।

1- ଯେଉଁ ଲୋକ ନିଜ ଓଜନ ବଢିବା ତଥା ପେଟର ଚର୍ବିକୁ ନେଇ ବହୁତ ଅଧିକ ଚିନିତ ରହିଥାନ୍ତି । ସେହି ଲୋକ ମାନଙ୍କୁ ଏଠାରେ କହି ରଖିବା ପାଇଁ ଚାହିଁବୁ । ଯେ ସେହି ଲୋକମାନେ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲେଖାଏଁ ଗୁଜୁରାତି ଖାଇ ସାମାନ୍ୟ ଉଷୁମ ଥିବା ପାଣିର 1 ଗ୍ଳାସ ସେବନ କରି ଶୁଅନ୍ତୁ । ଏହାଦ୍ବାରା ଆପଣଙ୍କ ଅତ୍ୟଧିକ ମୋଟାପଣ ଧୀରେ ଧୀରେ ହ୍ରାସ ହେବାରେ ଲାଗିବ । କାରଣ ଏହିଭଳି ଭାବେ କିଛି ଦିନ ନିୟମିତ ରୂପେ ସେବନ କରିବା ଦ୍ଵାରା ଶରୀରରେ ଧୀରେ ଧୀରେ ଅଯଥା ଚର୍ବି ହଟିବାକୁ ଲାଗିଥାଏ ।

2- ଗୁଜୁରାତିରେ ଭରପୁର ମାତ୍ରାରେ କ୍ୟାଲସିୟମ ମହଜୁଦ ରହିଥାଏ । ଯାହା ଶରୀରର ଦାନ୍ତ ଓ ହାଡ ପାଇଁ ବହୁତ ଲାଭକାରୀ ଜିନିଷ ହୋଇଥାଏ । ତେଣୁ ଯେଉଁ ଲୋକ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ତାହା ସହ 1 ଗ୍ଳାସ ଉଷୁମ ପାଣି ପିଇକି ଶୋଇଥାନ୍ତି । ସେମାନଙ୍କର ଦାନ୍ତ ଓ ହାଡ ଶକ୍ତିଶାଳୀ ରହିଥାଏ । ଏଥିସହ ମାଂସପେଶୀ ମଧ୍ୟ ମଜଭୁତ ରହିଥାନ୍ତି ।

3- ଯେଉଁ ଲୋକ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ତାହା ସହ 1 ଗ୍ଳାସ ଉଷୁମ ପାଣି ପିଇକି ଶୋଇଥାନ୍ତି । ସେମାନଙ୍କର ପେଟ ସହ ଜଡିତ ବହୁତ ସମସ୍ଯା ଦୂର ହୋଇଯାଇଥାଏ । ଗ୍ଯାସ ଓ ଏସିଡିଟିରୁ ଲୋକଙ୍କୁ ମୁକ୍ତି ମିଳିବା ସହ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୋଇଥାଏ ।

4- ବହୁତ ଲୋକଙ୍କୁ ଟ୍ରେନ କିମ୍ବା ବସରେ ଯାତ୍ରା କରିବା ବେଳେ ତାଙ୍କୁ ବାନ୍ତି ଲାଗିଥାଏ । ତେଣୁ ଏହି ପ୍ରୋବ୍ଲେମ ଥିବା ଲୋକ ବସରେ ବସିବା ପୂର୍ବରୁ ଗୋଟିଏ ଗୁଜୁରାତି ଖାଇ ବସନ୍ତୁ । ଯାହାଦ୍ୱାରା ବାନ୍ତି ହେବାର ସମ୍ଭାବନା କମ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button