କ୍ୟାଲସିୟମର ଅଭାବ, ଆଂଠୁ, ଗଣ୍ଠି, ଅଣ୍ଟା ବିନ୍ଧା ବୁଢା ହେବା ପର୍ଯ୍ୟନ୍ତ ହେବ ନାହିଁ, Calcium Deficiency

ବନ୍ଧୁଗଣ 30 ବର୍ଷ ବୟସ ପରେ ଅନେକଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଇଥାଏ । ଯେଉଁ କାରଣରୁ ଧୀରେ ଧୀରେ ବୟସ ବଢିବା ସହ ଆମର ହାଡ ମଧ୍ୟ କମଜୋର ହେବାକୁ ଲାଗିଥାଏ । ଯେଉଁ ସବୁ କାରଣରୁ ଆମକୁ ବହୁତ ଅଧିକ ଦୁର୍ବଳତା ଅନୁଭବ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ରେମିଡି ବନାଇବା ବିଷୟରେ ଜଣାଇବୁ । ଯାହା ଆପଣଙ୍କର ହାଡକୁ ମଜଭୁତ କରିବା ସହ ଶରୀରରେ ହେଉଥିବା କ୍ୟାଲସିୟମର ଅଭାବରେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ମଧ୍ୟ ଭଲ ହେବାକୁ ଲାଗିବ ।
ତେବେ ଏହି ରେମିଡିକୁ ବନାଇବା ପାଇଁ ଆପଣଙ୍କୁ ପଦ୍ମ ମଞ୍ଜିର ଦରକାର ପଡିବ । ଏଥିରେ ଫଲିକ ଏସିଡ, ଆଇରନ, ଜିଙ୍କ ଓ କ୍ୟାଲସିୟମ ଭଳି ପୋଷକ ତତ୍ଵ ସବୁ ରହିଥାଏ । ଯାହା ଆପଣଙ୍କର ଆଣ୍ଠୁ ଗଣ୍ଠି ଯନ୍ତ୍ରଣାକୁ ଭଲ କରିବାରେ ବହୁତ ଅଧିକା ହେଲ୍ପ କରିଥାଏ । ଦିତୀୟରେ ରେମିଡି ବନାଇବା ପାଇଁ ଆପଣଙ୍କୁ ପାନ ମଧୁରୀର ଦରକାର ପଡିବ । ଏହା ମଧ୍ୟ ବଡିର କ୍ୟାଲସିୟମର ଅଭାବକୁ ଦୂର କରିବାରେ ହେଲ୍ପ କରିଥାଏ ।
ତେବେ ରେମିଡି ବନାଇବା ପାଇଁ ଆପଣ ପ୍ରଥମେ ପଦ୍ମ ମଞ୍ଜିରୁ 100 ଗ୍ରାମ ଓ ପାନମଧୁରୀରୁ 100 ଗ୍ରାମ ନିଅନ୍ତୁ । 2 ଟି ଯାକ ସାମଗ୍ରୀକୁ ସମାନ ପରିମାଣରେ ଏକ ଗ୍ରାଇଣ୍ଡିଙ୍ଗ ଜାରକୁ ନେଇ ତୃତୀୟରେ ସେଥିରେ 10 ଗ୍ରାମର ଗୋଲମରୀଚ ଓ ଚତୁର୍ଥରେ 100 ଗ୍ରାମର ମିଶ୍ରୀ ଗୁଣ୍ଡ ମଧ୍ୟ ଆଡ୍ କରନ୍ତୁ । ତାପରେ ସବୁ ଯାକ ସାମଗ୍ରୀକୁ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ତାପରେ ତାହାକୁ ଥଣ୍ଡା କରି କୌଣସି ଜାରରେ ଷ୍ଟୋର କରି ଭଲ ଭାବେ ରଖିଦିଅନ୍ତୁ ।
ପ୍ରତିଦିନ ଆପଣ ମାନେ ସେହି ଗୁଣ୍ଡରୁ 2 ଚାମଚ ଲେଖାଏଁ ସେବନ କରନ୍ତୁ । ତାପରେ 1 ଗ୍ଳାସ ଉଷୁମ କ୍ଷୀରର ସେବନ କରନ୍ତୁ । ନଚେତ ଆପଣ 1 ଗ୍ଳାସ ଉଷୁମ କ୍ଷୀରରେ ସେହି ଗୁଣ୍ଡରୁ 2 ଚାମଚ ମିଶାଇ ତାହାକୁ ସେବନ କରନ୍ତୁ । ପ୍ରଥମେ 15 ଦିନ ପର୍ଯ୍ୟନ୍ତ ଏହି ପାଉଡରକୁ 2 ଚାମଚ ଲେଖାଏଁ କ୍ଷୀର ସହ ସେବନ କରନ୍ତୁ ।
ତାପରେ ଆପଣ 2 ଚାମଚ ବଦଳରେ 1 ଚାମଚ କ୍ଷୀର ସହ ସେବନ କରିବାକୁ ଚେଷ୍ଟା କରନ୍ତୁ । କିଛି ଦିନ ଏହାକୁ ସେବନ କରିବା ପରେ ଆପଣଙ୍କ ଶରୀରରେ ଥିବା କ୍ୟାଲସିୟମର ଅଭାବ ଦୂର ହେବାକୁ ଲାଗିବ । ଶରୀରରେ ଅଯଥା ଥକାପଣ ଅନୁଭୂତ ହେବ ନାହିଁ ।
ସବୁଠାରୁ ଭଲ କଥା ହେଉଛି । ଏହି ପାଉଡରକୁ କିଛି ଦିନ ସେବନ କରିବା ପରେ ଆପଣଙ୍କ ଆଣ୍ଠୁ, ଗଣ୍ଠି ବିନ୍ଧା ଯନ୍ତ୍ରଣାରୁ ବହୁତ ଅଧିକ ଆରାମ ମିଳିବାକୁ ଲାଗିବ