IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣ ରବିବାରକୁ ଜନ୍ମ ହୋଇଛନ୍ତି କି ! ତେବେ ଜଳଦି ଜାଣିନିଅନ୍ତୁ… ନିଜର ସ୍ଵଭାବ, ଭବିଷ୍ୟତ ଓ ବ୍ୟକ୍ତିତ୍ବ ! Sunday

ବନ୍ଧୁଗଣ ପ୍ରତ୍ଯେକ ବାରର କିଛି ନା କିଛି ମହତ୍ଵ ରହିଥାଏ । ଯେଉଁ ବାରରେ ଯେଉଁ ପିଲା ଜନ୍ମ ହୋଇଥିବ । ସେହି ବାରର ପ୍ରଭାବ ସେହି ପିଲାଙ୍କ ଉପରେ ପଡିଥାଏ । ତେବେ ରବିବାରକୁ ଭଗବାନ ସୂର୍ଯ୍ୟଦେବଙ୍କର ବାର ବୋଲି ମାନାଯାଇଥାଏ । ତେଣୁ ଯେଉଁ ପିଲା ରବିବାରକୁ ଜନ୍ମ ହୋଇଥାନ୍ତି । ସେମାନଙ୍କ ବିଷୟରେ ଆଜି ଏଠାରେ ବିସ୍ତୃତ ଭାବେ ଆଲୋଚନା କରିବା ।

ରବିବାରକୁ ଜନ୍ମହୋଇଥିବା ଲୋକଙ୍କର ଶୁଭ ନମ୍ବର ହେଉଛି 7, ଲକି ରଙ୍ଗ ହେଉଛି ଲାଲ, ଲକି ବାର ହେଉଛି ସୋମବାର, ଶୁକ୍ରବାର ଓ ରବିବାର । ଏହି ବାରକୁ ଜନ୍ମ ହୋଇଥିବା ଲୋକ ତେଜସ୍ବୀ, ବୁଦ୍ଧିମାନ ଓ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ଲୋକଙ୍କର ଚେହେରା ଉଜ୍ଜଳ ଓ ଆଖି ଯୋଡି ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସାଧାରଣତଃ ଅନ୍ୟ ମାନଙ୍କ ଠାରୁ ସାମାନ୍ୟ ଭିନ୍ନ ହୋଇଥାନ୍ତି ।

ଏହି ଲୋକମାନେ କଥାରେ କମ୍ ହେଲେ କାମରେ ଅଧିକ କରି ଦେଖେଇଥାନ୍ତି । ଏମାନେ ଯେତିକି କଥା କହିଥାନ୍ତି । ସେହି କଥା କହିବା ପୂର୍ବରୁ ବହୁତ ଥର ଭାବି ବିଚାରି ଏମାନେ କହିଥାନ୍ତି । ଏମାନେ ନିଜ ପରିବାର ଓ ବନ୍ଧୁ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନଙ୍କ ସହ ଭଲ ସମ୍ପର୍କ ବନେଇ ରଖିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ରବିବାରକୁ ଜନ୍ମିତ ଲୋକ ସବୁ କାର୍ଯ୍ୟ କରିବାରେ ଖୁବ ଆଗ୍ରହୀ ହୋଇଥାନ୍ତି ।

ଏମାନେ ପରିଶ୍ରମ ବଳରେ ସବୁ କାର୍ଯ୍ୟକୁ ହାସିଲ କରିବା ପାଇଁ ନିଜର ପ୍ରୟାସ ଜାରୀ ରଖିଥାନ୍ତି । ଏମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସମାଜରେ ଗଢିବାକୁ ଇଛା ରଖିଥାନ୍ତି । ଏହି ବାରକୁ ଜନ୍ମିତ ଲୋକ ପ୍ରାୟତଃ ସ୍ଵାସ୍ଥବାନ ହୋଇଥାନ୍ତି । ତେବେ କିଛି ଲୋକଙ୍କର ହାର୍ଟ, ଆଖି ଓ ବିପି ସମସ୍ଯା ରହିଥାଏ ।

ରବିବାରକୁ ଜନ୍ମିତ ଲୋକଙ୍କର ଦାମ୍ପତ୍ୟ ଜୀବନ ଖୁବ ରୋମାଣ୍ଟିକ ହୋଇଥାଏ । ଏମାନେ ସାମାନ୍ୟ ରାଗୀ ହୋଇଥିବାରୁ ବେଳେବେଳେ ନିଜ ପାର୍ଟନର ସହ ମନ ମନାନ୍ତର ହୋଇଯାଇଥାଏ । ହେଲେ ଏମାନେ ନିଜର ସୁନ୍ଦର କଥା ଦ୍ଵାରା ନିଜ ପାର୍ଟନରକୁ ପୁଣି ଥରେ ମନାଇ ନେଇଥାନ୍ତି । ରବିବାରକୁ ଜନ୍ମ ହୋଇଥିବା ଲୋକ ବୁଦ୍ଧିମାନ ହେବା ସହ ଭାଗ୍ଯଶାଳୀ ମଧ୍ୟ ହୋଇଥାନ୍ତି ।

ହେଲେ ଏମାନେ ପରିଶ୍ରମ କରିବା ସହ ନିଜ ଭାଗ୍ୟ ଉପରେ ଭରଷା କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତି । ରବିବାରକୁ ଜନ୍ମ ହୋଇଥିବା ଲୋକ ମାନଙ୍କର ସମାଜରେ ମାନ ସମ୍ମାନ ବହୁତ ଅଧିକ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button