IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀ ମାଗିଲେ ବି ଏହି ଜିନିଷ ଦିଅନ୍ତୁ ନାହିଁ ନହେଲେ ବୈବାହିକ ଜୀବନରେ ଫାଟ ଆସିବ…

ସ୍ଵାମୀ ମାନେ ତାଙ୍କ ସ୍ତ୍ରୀକୁ ଖୁସି କରିବା ପାଇଁ ତାଙ୍କୁ ଅନେକ ସମୟରେ ଉପହାର ସ୍ୱରୂପ ଅନେକ କିଛି ଗିଫ୍ଟ ପ୍ରଦାନ କରିଥାନ୍ତି । ଯାହା ଦ୍ଵାରା ସ୍ତ୍ରୀ ଓ ସ୍ଵାମୀ ମଧ୍ୟରେ ଥିବା ସମ୍ପର୍କ ଅଧିକ ମଧୁର ହୋଇଥାଏ । ଏଥିସହ ସ୍ଵାମୀ ଓ ସ୍ତ୍ରୀ ପରସ୍ପରଙ୍କ ପ୍ରତି ଭଲ ପାଇବା ମଧ୍ୟ ବଢିଥାଏ । ହେଲେ କଣ ଆପଣ ମାନେ ଜାଣିଛନ୍ତି କି ! ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ କେଉଁ କେଉଁ ଉପହାର ଦେବା ଅନୁଚିତ ଅଟେ । ନଚେତ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ପାଇବା ବଦଳରେ ତିକ୍ତତା ବଢିବାରେ ଲାଗିଥାଏ । ଏଥିସହ ଯେଉଁ ସ୍ଵାମୀ ମାନେ ଏପରି କିଛି ଗିଫ୍ଟ ସ୍ତ୍ରୀ କୁ ଦେଇଥାନ୍ତି । ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କର ଆୟୁଷ କମିୟାଇଥାଏ ।

1- ସ୍ଵାମୀ ମାନେ ନିଜ ସ୍ତ୍ରୀ କୁ ଖୁସି କରିବା ପାଇଁ ତାଜମହଲକୁ ଉପହାର ସ୍ୱରୂପ ସ୍ତ୍ରୀ କୁ ଦେବା ଉଚିତ ନୁହେଁ । ଯଦିଓ ତାଜମହଲକୁ ପ୍ରେମର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ହେଲେ ତାହାକୁ ସ୍ତ୍ରୀ କୁ ଗିଫ୍ଟ ଦେବା କି ଘରେ ରଖିବାକୁ ଶୁଭ କୁହାଯାଇନଥାଏ । ତେଣୁ ତାଜମହଲକୁ ଗିଫ୍ଟ ରୂପେ ଦିଅନ୍ତୁ ନାହିଁ ।

2- ସ୍ଵାମୀ ସ୍ତ୍ରୀ ଙ୍କୁ କିମ୍ବା ସ୍ତ୍ରୀ ସ୍ଵାମୀଙ୍କୁ ଉପହାର ସ୍ୱରୂପ ଧଳା ଗୋଲାପ ଦେବା ଉଚିତ ନୁହେଁ । ନଚେତ ସେହି ଦମ୍ପତ୍ତିଙ୍କ ମଧ୍ୟରେ ପ୍ରେମ ବଢିବା ବଦଳରେ କମିବାକୁ ଲାଗିଥାଏ । ତେଣୁ ଧଳା ଗୋଲାପ କି ଧଳା ରଙ୍ଗର କୌଣସି ଫୁଲ ସ୍ତ୍ରୀ ଙ୍କୁ ଦିଅନ୍ତୁ ନାହିଁ । ନଚେତ ସ୍ତ୍ରୀ ଙ୍କର ଆୟୁଷ କମିଯାଇଥାଏ ।

3- ସ୍ତ୍ରୀ ଙ୍କୁ ଜୋତା, ଚପଲ ଆଦି ଗିଫ୍ଟ ରୂପେ ଦେବା ବାସ୍ତୁ ଶାସ୍ତ୍ର ଅନୁଯାଇ ଉଚିତ ନୁହେଁ । ଯଦି ସ୍ଵାମୀ ଓ ସ୍ତ୍ରୀ ଉଭୟ ମାର୍କେଟ ଯାଇଥିବେ । ତେବେ ଏହାକୁ କିଣିକି ଆଣିପାରିବେ ।

4- ସ୍ଵାମୀ ମାନେ ଭୁଲରେ ମଧ୍ୟ ସଂପୂର୍ଣ୍ଣ ଧଳା ରଙ୍ଗର କୌଣସି ଡିଜାଇନ ଶାଢୀ କି ଚୁଡି ନିଜ ସ୍ତ୍ରୀ ଙ୍କୁ ଗିଫ୍ଟ ଦିଅନ୍ତୁ ନାହିଁ ।

5- ସ୍ଵାମୀ ସ୍ତ୍ରୀ ପରସ୍ପରଙ୍କୁ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଗିଫ୍ଟ ରୂପେ ଦିଅନ୍ତୁ ନାହିଁ । ନଚେତ ଏହାର କୁ ପ୍ରଭାବ ସ୍ଵାମୀ ସ୍ତ୍ରୀ ର ମଧୁର ସମ୍ପର୍କ ଉପରେ ପ୍ରଭାବ ପକାଇବ । ଯାହା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଅଶାନ୍ତି ଆସିଥାଏ ।

ତେଣୁ ଉପୋରୋକ୍ତ ଏହି 5 ଟି ଜିନିଷକୁ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ଗିଫ୍ଟ ରୂପେ ଦେବା ଉଚିତ ନୁହେଁ । ନଚେତ ସେମାନଙ୍କ ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିପାରେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button