IBN ଓଡ଼ିଶା ବ୍ୟୁରୋ

Shukra Niti- ଏହି 4 ଲକ୍ଷଣ ଥିବା ପୁରୁଷ ଜୀବନସାରା ଗରିବ ହେଇ ରହିଥାନ୍ତି, ସବୁବଳେ ରହିଥାଏ ପଇସାର ଅଭାବ

ମହାନ ଋଷି ଶୁକ୍ରାଚାର୍ଜ୍ୟ ନିଜ ନୀତିବାଣୀରେ ଏହି ୪ଟି ପୁରୁଷଙ୍କ ବିଷୟରେ କହିଛନ୍ତି ଯେଉଁମାନେ ନିଜ ଜୀବନରେ ଯେତେ ଚେଷ୍ଟା କରିଲେ ବି ସଫଳତା ପାଇପାରନ୍ତି ନାହି । ନିଜ ଜୀବନରେ ଦରିଦ୍ରତା ଓ ନିରାଶାର ସାମନା କରିଥାନ୍ତି । ନିଜ କାମରେ ଜାନ ଲଗେଇଦେଲେ ବି ସେମାନେ କେବେ ବି ସଫଳ ହୁଅନ୍ତି ନାହି । ଆଉ କିଛି ଲୋକ କମ ଚେଷ୍ଟା କରି ମଧ୍ୟ ସଫଳ ହୋଇଥାନ୍ତି । ସେମାନେ ନିଜର ତେଜ ଭାଗ୍ୟ ପାଇଁ ସଫଳ ହୋଇଛନ୍ତି ବୋଲି ମାନି ନେଇଥାନ୍ତି ।

ଶୁକ୍ରାଚାର୍ଜ୍ୟଙ୍କ ମତରେ ମନୁଷ୍ୟକୁ ତାର ଉଦେଶ୍ୟ ହିଁ ସଫଳତା ଦେଇଥାଏ । ଯେଉଁ ଲୋକମାନେ ସ୍ତ୍ରୀଙ୍କର ସମାନ କରି ନଥାନ୍ତି ଓ ତାଙ୍କୁ ନିର୍ଯ୍ୟାତନା ଦେଇଥାନ୍ତି ସେମାନେ ଦରିଦ୍ରତାର ସମୁଖିନ୍ନ ହୋଇଥାନ୍ତି । ମଣିଷ ନିଜ କର୍ମ ବଳରେ ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥାଏ । ଏହି ବିବରଣୀରେ ଶୁକ୍ରାଚାର୍ଜ୍ୟ ଏମିତି କିଛି ନିୟମ କହିଛନ୍ତି ଯେଉଁଥିରେ ବ୍ୟକ୍ତି ଯେତେ ଚେଷ୍ଟା କରିଲେ ବି ଜୀବନରେ ସଫଳ ହୋଇନ ଥାଏ ।

ପ୍ରଥମ ନୀତିବାଣୀ : ଶୁକ୍ରାଚାର୍ଜ୍ୟଙ୍କ ମତରେ ଯେଉଁ ମଣିଷ ଅନ୍ୟକୁ ଦେଖାଇବା ପାଇଁ କାମ କରିଥାନ୍ତି ସେମାନେ କେବେ ବି ନିଜ ଜୀବନରେ ସଫଳ ହୋଇନଥାନ୍ତି । ଯେଉଁ ବ୍ୟକ୍ତି ଅନ୍ୟକୁ ନିଚା ଦେଖାଇବା ଓ ନିଜକୁ ମହାନ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାଏ ସେମାନେ ସଫଳ ହୋଇ ନଥାନ୍ତି । ଯେଉଁ ବ୍ୟକ୍ତି ପଇସା ରୋଜଗାର କରି ଓ ଅନ୍ୟକୁ ତାର ସ୍ଥାନ ଦେଖାଇବାକୁ ଚେଷ୍ଟା କରିଥାଏ ସେ ତା ଜୀବନରେ ଦୁଖର ଓ ନିରାଶାର ସାମନା କରିଥାଏ । ସେଥିପାଇଁ ଅନ୍ୟକୁ ନିଚା ନ ଦେଖାଇ ଅନ୍ୟର କଲ୍ୟାଣ ପାଇଁ କାମ କରିଲେ ଜୀବନରେ ସଫଳତା ପାଇପାରିବେ ।

ଦିତୀୟ ନୀତିବାଣୀ : ଏହି ନୀତିବାଣୀରେ ଯେଉଁମାନେ ପ୍ରତିଶୋଧ ନିଆଁରେ ଜଳିଥାନ୍ତି ସେମାନେ ନିଜ କାର୍ଯ୍ୟରେ କେବେ ବି ସଫଳତା ହୋଇ ନଥାନ୍ତି । ବିଦ୍ଵାନ ଲୋକମାନେ କେବେ ବି ଅନ୍ୟଠାରୁ ପ୍ରତିଶୋଧ ନେବାକୁ ଭାବି ନ ଥାନ୍ତି । ସେମାନେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିଥାନ୍ତି । ଯେଉଁମାନେ ଅନ୍ୟ ଉପରେ ଚିତ୍କାର କରିଥାନ୍ତି ସେମାନେ ନିଜ ଜୀବନରେ ଉନ୍ନତି କରିପାରି ନଥାନ୍ତି ।

ତୃତୀୟ ନୀତିବାଣୀ : ଯେଉଁ ମଣିଷ ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିଥାଏ ସେ ତା ଜୀବନରେ ନଷ୍ଟ ହୋଇଯାଏ । ବଡ ବଡ ରାଜା ମହାରାଜାମାନେ ସ୍ତ୍ରୀଙ୍କୁ ପାଇବା ପାଇଁ ନିଜ ରାଜ୍ୟ ସହ ମାନ ସମାନ ହରାଇ ବସିଥିଲେ । ତେଣୁ କୋଣସି ସ୍ତ୍ରୀକୁ ପାଇବା ପାଇଁ ଖରାପ କାମ କରିବା ନିଜର ମୂର୍ଖତାର ପରିଚୟ ଅଟେ । ଏହିଭଳି ଲୋକମାନେ ନିଜ ଜୀବନରେ ଦୁଖ ଭୋଗ କରିଥାନ୍ତି ।

ଚତୁର୍ଥ ନୀତିବାଣୀ : ଯେଉ ଲୋକମାନେ ପଇସା ପଛରେ ନିଜର ସବୁ ସମୟ ଲଗାଇଥାନ୍ତି ସେମାନେ ନିଜ ଜୀବନରେ ସଫଳ ହୋଇ ନଥାନ୍ତି । ବ୍ୟକ୍ତିକୁ ନିଜ ଚେଷ୍ଟା ମାଧ୍ୟମରେ ଓ ଅନ୍ୟର କଲ୍ୟାଣରେ ସମୟ ବାହାର କରିବା ଉଚିତ । ସେହି କାମଟି ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଯେଉଁମାନେ ଅନ୍ୟକୁ ଲୁଟି ପଇସା ରୋଜଗାର କରିବାର ଶୈଳୀକୁ ଆପଣେଇଥାନ୍ତି ସେମାନେ ନିଜ ଜୀବନରେ ସଫଳତା ପାଇପାରିନଥାନ୍ତି ।

ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ ଶୁକ୍ରାଚାର୍ଯ୍ୟଙ୍କର ଏହି ନୀତିବାଣୀଟି ଭଲ ଲାଗିଥାଏ ତେବେ  ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button