IBN ଓଡ଼ିଶା ବ୍ୟୁରୋ

ଯଦି ଆପଣଙ୍କ ବାଡିରେ ଏହି ସବୁ ଗଛ ରହିଛି, ତୁରନ୍ତ ଗଛକୁ ହଟାନ୍ତୁ, ନଚେତ ଘର ପ୍ରତି ଘୋର ସଙ୍କଟ ! Sadhu Vani

ବନ୍ଧୁଗଣ ଅନେକ ଲୋକ ନିଜ ଖୁସି ପାଇଁ ଘରେ ଏକ ଗାର୍ଡେନ କି ବାଡି ରଖିଥାନ୍ତି । ଯେଉଁଠାରେ ସେମାନେ ବିଭିନ୍ନ ପ୍ରକାର ଫୁଲ, ଫଳ ଆଦି ବିଭିନ୍ନ ପ୍ରକାର ଗଛ ଲଗାଇଥାନ୍ତି । ତେବେ ବନ୍ଧୁଗଣ ଗଛ ଲଗାଇବା ପୂର୍ବରୁ ଆପଣଙ୍କୁ ଏହି କିଛି କଥା ଉପରେ ଧ୍ୟାନ ରଖିବାକୁ ପଡିବ । ଯେ ଘରର ବାଡିରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଅନୁଚିତ । କାରଣ ଏପରି କିଛି ଗଛ ରହିଛି, ଯାହାକୁ ଘର ଆଖପାଖରେ ଲଗାଇବା ଦ୍ଵାରା ଘରର ଅନିଷ୍ଠ ହୋଇଥାଏ ।

1- ଘରର ଆଖପାଖ ତଥା ବାଡିରେ କୌଣସି କଣ୍ଟାଜାତୀୟ ବୃକ୍ଷ ରଖିବା ଅନୁଚିତ । କାରଣ ସକାଳୁ ଉଠିବା ମାତ୍ରେ କଣ୍ଟା ଜାତୀୟ ବୃକ୍ଷକୁ ଦେଖିବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ହୋଇନଥାଏ । ଘରେ ସବୁବେଳେ ଅଭାବ, ଅନାଟନ ଲାଗି ରହିଥାଏ । ଏଥିସହ ଘରର ସଦସ୍ୟଙ୍କ ମଧ୍ୟରେ ବହୁ ସମୟରେ କଳିଝଗଡା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ଘର ସାମ୍ନାରେ କି ଘରର ବାଡିରେ କଣ୍ଟା ଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ ।

2- ଘରର ଆଖପାଖରେ କି ଘରର ବାଡିରେ କନିଅର ଗଛକୁ ରଖନ୍ତୁ ନାହିଁ । ଯଦି ଘର ଆଖପାଖରେ ଏହି ଗଛକୁ ଲଗାଇବାକୁ ଚାହୁଁଥାନ୍ତି । ତେବେ ତାହାକୁ ଘର ଠାରୁ ଦୂର କରି ଲଗାନ୍ତୁ । କାରଣ ଯେଉଁ ବ୍ୟକ୍ତି ଘର ଆଖପାଖରେ କନିଅର ଗଛକୁ ରଖିଥାଏ । ସେହି ଘରର ସଦସ୍ୟ କେବେ ନା କେବେ ବିଷ ଖାଇବାର ସମ୍ଭାବନା ରହିଥାଏ । ତେଣୁ ଘର ଠାରୁ ଦୂରରେ କନିଅର ଗଛକୁ ଲଗାନ୍ତୁ ।

3- ଘରର ଆଖପାଖରେ ବରଗଛ ଓ ଓସ୍ତଗଛକୁ ଏକାଠି ରଖନ୍ତୁ ନାହିଁ । କାରଣ ଏହା ଅଶୁଭ ହୋଇଥାଏ । ଯଦି ଏହି 2 ଗଛ ମଧ୍ୟରୁ କୌଣସି ଏକ ଗଛ ଘର ପାଖରେ ରହିଥାଏ । ତେବେ ଠିକ ଅଛି । ହେଲେ 2 ଟି ଗଛକୁ କେବେବି ଏକାଠି କରି ଲଗାନ୍ତୁ ନାହିଁ ।

ତେବେ ଘର ଆଖପାଖ ସ୍ଥାନରେ କି ଘରର ବାଡି ମଧ୍ୟରେ ଏହି ବୃକ୍ଷକୁ ଲଗାନ୍ତୁ ନାହିଁ । ନଚେତ ଘର ପ୍ରତି ଘୋର ବିପଦ ମାଡି ଆସିଥାଏ । ଘରେ ମଧ୍ୟ ଅଯଥା କଳହ, ଝଗଡା ଲାଗି ରହିଥାଏ । ଯାହା ଦ୍ଵାରା ଘରର ଶାନ୍ତି ଭଙ୍ଗ ହୋଇଥାଏ । ତେଣୁ ଘରର ଉନ୍ନତି ତଥା ଶାନ୍ତି ପାଇଁ ଏହି ସବୁ ବୃକ୍ଷକୁ ଘର ପାଖରେ ଲଗାନ୍ତୁ ନାହିଁ ।

ଯାହାକି ଶାସ୍ତ୍ରରେ ପୂର୍ବରୁ ବର୍ଣ୍ଣିତ ରହିଛି । ଯଦି ଏହି ସମସ୍ତ ନିୟମର ପାଳନ କରିବେ । ତେବେ ଘରର ଅତ୍ୟନ୍ତ ଶୁଭ ହୋଇବ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button