ସକାଳ 8 ଟା ପରେ ଭୁଲରେବି ସ୍ନାନ କରନ୍ତୁ ନାହିଁ, ନଚେତ ଏହି ସ୍ନାନ ଦ୍ଵାରା ଲାଭ ବଦଳରେ କ୍ଷତି ହୋଇଥାଏ…. Garud purana

ବନ୍ଧୁଗଣ ଆମର ପ୍ରତ୍ଯେକଟି କାର୍ଯ୍ୟ ପରି ସକାଳୁ ସ୍ନାନ କରିବା ମଧ୍ୟ ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟ ହୋଇଥାଏ । ଯାହା ଆମକୁ ପ୍ରତ୍ଯେକ ଦିନ କରିବା ଦରକାର ପଡିଥାଏ । କାରଣ ସ୍ନାନ କରିବା ଦ୍ଵାରା ଶରୀର ସ୍ବଚ୍ଛ ରହିବା ସହ ଆମ ଶରୀରରେ ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଯାହାକି ପ୍ରତ୍ଯେକ ବ୍ୟକ୍ତିକୁ ଦିନ ସାରା ସତେଜ ରଖିବା ସହ ପ୍ରତ୍ଯେକ କାର୍ଯ୍ୟକୁ ଉତ୍ତମ ରୂପେ କରିବା ପାଇଁ ମନକୁ ପ୍ରଫୁଲ୍ଲିତ ରଖିଥାଏ । ହେଲେ ଏହି ଗାଧୋଇବାର ମଧ୍ୟ ଅନେକ କିଛି ନିୟମମାନ ରହିଥାଏ ।
ଯେଉଁ ନିୟମ ମାନି ସ୍ନାନ କରିବା ଦ୍ଵାରା ସ୍ନାନ ଦ୍ଵାରା ମିଳୁଥିବା ଫାଇଦା ଆମ ପାଖରେ ପହଞ୍ଚି ଥାଏ । ବନ୍ଧୁଗଣ ଅନେକ ଲୋକ ଥାନ୍ତି । ଯେଉଁ ମାନେ ସକାଳୁ ଶୀଘ୍ର ସ୍ନାନ କରିବା ଅପେକ୍ଷା ନିଜର ସମୟ ଓ ସୁବିଧା ଦେଖି ଦିନର ଯେକୌଣସି ସମୟରେ ଗାଧାଇଥାନ୍ତି । ହେଲେ ସେମାନଙ୍କର ଗାଧାଇବାର ଏହି ଅଭ୍ଯାସ କିନ୍ତୁ ଜମାରୁ ଭଲ ହୋଇନଥାଏ । ଯାହା ଦ୍ଵାରା ସେମାନଙ୍କର ଗାଧୋଇବା ଦ୍ଵାରା ଫାଇଦା କମ ହେଲେ କ୍ଷତି ଅଧିକ ଘଟିଥାଏ ।
ସକାଳର ବ୍ରହ୍ମ ମୁହୂର୍ତ୍ତ ଅର୍ଥାତ 4 ଟା ରୁ ନେଇ 5 ଟା 30 ମିନିଟରେ ସ୍ନାନକୁ ସର୍ବଶ୍ରେଷ୍ଠ ସ୍ନାନ ବୋଲି ମନାଯାଇଥାଏ । ସକାଳ 5 ଟା ରୁ 6 ଟା ମଧ୍ୟରେ କରାଯାଉଥିବା ଦେବସ୍ନାନ ମଧ୍ୟ ଶୁଭ ବୋଲି ବିବେଚନା କରାଯାଇଥାଏ । ସକାଳୁ ସକାଳୁ ଯେଉଁ ସମୟରେ ଆକାଶରେ ତାରା ଦେଖାଯାଉଥିବ । ସେହି ସମୟର ରୁଷୀ ସ୍ନାନକୁ ମଧ୍ୟ ଭଲ କୁହାଯାଇଥାଏ ।
6 ଟା ରୁ ନେଇ 8 ଟା ମଧ୍ୟରେ କରାଯାଉଥିବା ସ୍ନାନକୁ ମାନବ ସ୍ନାନ କୁହାଯାଇଥାଏ । ଏହି ସ୍ନାନ ସମୟରେ ସ୍ନାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଭଲ ହୋଇବା ସହ ମନ ସକାରାତ୍ମକ ଉର୍ଜରେ ଭରିରହିଥାଏ । ଯାହା ଆପଣଙ୍କ ପୁରା ଦିନମାନ କାର୍ଯ୍ୟ କରିବାରେ ଆପଣଙ୍କ ମନକୁ ପ୍ରଫୁଲ୍ଲିତ ରଖିଥାଏ । ହେଲେ ଯେଉଁ ମାନେ ସକାଳର 8 ଟା ପରେ ସ୍ନାନ କରିଥାନ୍ତି । ସେପରି ସ୍ନାନକୁ ଭଲ ସ୍ନାନ ବୋଲି କୁହାଯାଇନଥାଏ ।
ଏହି ସମୟରେ ପରିବେଶରେ ଦେବୀଶକ୍ତିର ପ୍ରଭାବ ମଧ୍ୟ କମିଯାଇଥାଏ । ଯେଉଁ କାରଣରୁ 8 ଟା ପରେ ଗାଧାଉ ଥିବା ଲୋକଙ୍କ ମାନଙ୍କ ଠାରେ କୌଣସି କାର୍ଯ୍ୟ କରିବା ପ୍ରତି ଉତ୍ସାହ ଓ ଊର୍ଜାର ଅଭାବ ଦେଖାଯାଇଥାଏ । ଯେଉଁ କାରଣରୁ ସେମାନେ ଦିନମାନେ ଅଳସ ଅନୁଭବ କରିଥାନ୍ତି । ସେହି ଲୋକ ମାନଙ୍କର କୌଣସି କାର୍ଯ୍ୟରେ ବି ମନ ଲାଗି ନଥାଏ ।
ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିକୁ ସକାଳ 8 ଟା ବାଜିବା ପୂର୍ବରୁ ହିଁ ସ୍ନାନ କରିନେବା ଉଚିତ । ଯାହା ଦ୍ଵାରା ସେମାନଙ୍କ ପୁରା ଦିନଟି ସେମାନଙ୍କ ପାଇଁ ଆକ୍ଟିଭ ରହିଥାଏ ।