ଆପଣଙ୍କ ଉପରେ କେଉଁ ଶକ୍ତିର ହାତ ରହିଛି ? ଇଶ୍ଵରଙ୍କ ନାମ ନେଇ ଭାଗ୍ୟରେ କଣ ଲେଖା ରହିଛି ଜାଣନ୍ତୁ… Tarot card reading

ବନ୍ଧୁଗଣ କଥାରେ ଅଛି, ମନୁଷ୍ୟର ଭାଗ୍ୟ ତାହାର କର୍ମ ଉପରେ ନିର୍ଦ୍ଧାରିତ କରି କରାଯାଇଥାଏ । ତେବେ ଆପଣଙ୍କ ଭାଗ୍ୟରେ କଣ ଅଛି ତାହା ଆପଣ କି ଅନ୍ୟ କେହି ମଧ୍ୟ ଆଗରୁ ଜାଣିପାରିବେ ନାହିଁ । ହେଲେ ଯଦି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ବାସ ଥାଏ । ତେଣେ ଆପଣ ଭଗବାନଙ୍କୁ ସ୍ମରଣ କରି ନିଜ ପାଇଁ 1, 2, 3 ଓ 4 ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ବାଛି ନିଜ ଏହି ଟାରୋଟ କାର୍ଡ ମାଧ୍ୟମରେ ହିଁ ନିଜ ଭାଗ୍ୟ ବିଷୟରେ କିଛି ଜାଣିପାରିବେ । ଏଥିସହ ଆପଣଙ୍କ ଉପରେ କେଉଁ ଶକ୍ତି ଅର୍ଥାତ କେଉଁ ଇଶ୍ଵରଙ୍କ କୃପା ରହିଛି ତାହା ମଧ୍ୟ ଆପଣ ଏଥିରୁ ଜାଣିପାରିବେ ।
1- ଆପଣଙ୍କର ଅତୀତରେ ବହୁତ ଖରାପ ସ୍ଥିତି ଦେଇ ଆପଣ ଗତି କରିଛନ୍ତି । ବର୍ତ୍ତମାନ ସମୟରେ ବି ଅନେକ ସମୟରେ ଆଶାନୁଯାଇ ସଫଳତା ମିଳିପାରୁନାହିଁ । ଯେଉଁ କାରଣରୁ ଅନେକ ସମୟରେ ଆପଣ ବହୁତ ଉଦାସ ହୋଇପଡ଼ୁଛନ୍ତି । ତା’ ପରେ ଆପଣ ନିଜର ଭାଗ୍ୟକୁ ନିନ୍ଦା ଦେଉଛନ୍ତି । ହେଲେ ପ୍ରତ୍ଯେକଟି ମନୁଷ୍ୟକୁ ତା’ ର କର୍ମ ଅନୁସାରେ ଫଳ ମିଳିଥାଏ ବୋଲି ଏ କଥା ଆପଣଙ୍କୁ ବୁଝିନେବାକୁ ପଡିବ । ଯାହା ଦ୍ଵାରା ଆପଣ ନିଜର ଭାଗ୍ୟକୁ ସବୁବେଳେ ନିନ୍ଦା ନକରି ନିଜ କର୍ମକୁ କିଭଳି ଅଧିକ ଭଲ କରିବେ ସେହି କଥା ଉପରେ ଧ୍ୟାନ ଦେବାକୁ ପଡିବ । ଆପଣଙ୍କ ଉପରେ ଭଗବାନ ଭୈରବଙ୍କର ଆଶ୍ରୀବାଦ ରହିଛି ।
2- ଆପଣଙ୍କ ଉପରେ ମା’ ପାର୍ବତୀଙ୍କ ଆଶ୍ରୀବାଦ ରହିଛି । ଆପଣ ବହୁତ ହିଁ ଭଲ ବ୍ୟକ୍ତି ଅଟନ୍ତି । ଆପଣଙ୍କ ଚେହେରାରେ ଏପରି ଏକ ଚମକ ରହିଛି । ଯାହାକୁ ଦେଖିଲେ ଲୋକଙ୍କ ମନରେ ଏକ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ବହୁତ ଯତ୍ନବାନ ସ୍ଵଭାବର ଆପଣ ଅଟନ୍ତି । ସ୍ଵର ମଧ୍ୟ ମଧୁର ଅଟେ । ଆପଣ ଯେଉଁ କ୍ଷେତ୍ରରେ ନିଜର କ୍ଯାରିଅର ବନାଇବାକୁ ଚାହୁଁଛନ୍ତି । ଯଦି ସେଥିପ୍ରତି ଆପଣ ସଠିକ ପରିଶ୍ରମ କରିବେ । ତେବେ ନିହାତି ଭାବେ ସଫଳତା ଆପଣଙ୍କୁ ହିଁ ମିଳିବ । କାରଣ ଆପଣଙ୍କ ଉପରେ ମା’ ପାର୍ବତୀଙ୍କ ଆଶ୍ରୀବାଦ ରହିଛି ।
3- ଆପଣ ବହୁତ ବାସ୍ତବିକ ଚିନ୍ତାବାଦୀ ଲୋକ ଅଟନ୍ତି । ବାସ୍ତବକୁ ନେଇ ବଞ୍ଚିବା ଭଲ ହେଲେ ଆପଣ ଦରକାର ଠାରୁ ଅଧିକ ବାସ୍ତବବାଦୀ ଯେତେବେଳେ ହୋଇଯାଇଥାନ୍ତି । ସେତେବେଳେ ହୁଏତ ଆପଣଙ୍କ ଚିନ୍ତାଧାରା ଅନୁସାରେ ଆପଣ ନେଇଥିବା ନିଷ୍ପତ୍ତିଟି ଠିକ ଅଟେ ହେଲେ ଲୋକଙ୍କୁ ବେଳେବେଳେ ଏହି କଥା ହଜମ ହୋଇନଥାଏ । ତେଣୁ ଆପଣ କରୁଥିବା କାର୍ଯ୍ୟ ଯେମିତି କାହାର ମନକୁ ଆଘାତ ନପହଞ୍ଚେ ସେଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ।
4- ଆପଣ ଜଣେ ବହୁତ କ୍ରିଏଟିଭ ମାଇଣ୍ଡର ଲୋକ ଅଟନ୍ତି । ନିଜର କଥା ଦ୍ଵାରା ଲୋକଙ୍କୁ ବେଶ ଖୁସି ମଧ୍ୟ କରିଦେଇଥାନ୍ତି । ସବୁବେଳେ କିଛି ନା କିଛି ନୂଆ ନୂଆ କଥା ଆପଣଙ୍କ ମନକୁ ଆସିବାରେ ଲାଗିଥାଏ । ତେଣୁ ଆପଣ ସେହି ସବୁ ନୂଆ ନୂଆ ଯୋଜନା ମଧ୍ୟରୁ ସବୁଠାରୁ ବେଷ୍ଟ ପାର୍ଟ ଉପରେ କାମ କରି ଲାଇଫରେ ସଫଳତା ହାସଲ କରନ୍ତୁ ।