IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବେବି ଘରର ଏହି ବସ୍ତୁକୁ ଅନ୍ୟକୁ ଦେବାର ଭୁଲ କରନ୍ତୁ ନାହିଁ, ଲକ୍ଷ୍ମୀଛଡା ହୋଇଯିବେ…

ବନ୍ଧୁଗଣ ଦରକାର ସମୟରେ ଅନ୍ୟର ସାହାଜ୍ଯ କରିବା ବହୁତ ଭଲ ଗୁଣ ଅଟେ । ତେଣୁ ନିଜର ଶକ୍ଷ ଅନୁସାରେ ଲୋକଙ୍କର ସେବା କରିବା, ଦାନ ଆଦି କାର୍ଯ୍ୟ କରିବା ଦ୍ଵାରା ପୂଣ୍ୟ ମିଳିଥାଏ । ତେବେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି । ଯେ ଦାନ କରିବା ବହୁତ ଭଲ କାର୍ଯ୍ୟ ହୋଇଥାଏ । ହେଲେ ଏହି କିଛି ବସ୍ତୁ ଅଛି, ଯାହାକୁ ବ୍ୟକ୍ତି ନିଜ ଘରୁ କେବେବି କାହାକୁ ଦାନ କରିବା ଉଚିତ ହୋଇନଥାଏ । ଯଦି ଦାନ ପାଇଁ ବର୍ଜିତ ଏହି କିଛି ଜିନିଷ ଆପଣ ଅନ୍ୟ କାହାକୁ ଦାନ କରିଥାନ୍ତି । ତେବେ ଆପଣ ନିଜେ ନିଜ ଘରର ସୁଖ, ସମୃଦ୍ଧି ଅନ୍ୟକୁ ଦେଇଥାନ୍ତି । ତେବେ କେଉଁ ସବୁ ଜିନିଷ ଦାନ କରିବା ଅନୁଚିତ ତାହା ଜାଣନ୍ତୁ ।

1- ପୁରୁଷ ନିଜ ଘରର ମହିଳାଙ୍କ ଗହଣା ଅନ୍ୟକୁ ଦେବା ଉଚିତ ହୋଇନଥାଏ । କାରଣ ଘରର ମହିଳାଙ୍କ ଗହଣା ଆପଣଙ୍କ ସମୃଦ୍ଧିକୁ ପ୍ରତି ଫଳିତ କରିଥାଏ । ତେଣୁ ଘରର ମହିଳା ଙ୍କ ଗହଣା ଗୁଡିକୁ କାହାକୁ ରୁଣରେ ବା ଦାନରେ ଦିଅନ୍ତୁ ନାହିଁ ।

2- ଘରର ଝାଡୁକୁ ଅନ୍ୟ କାହାକୁ କେବେବି ଦେବା ଉଚିତ ହୋଇନଥାଏ । କାରଣ ଆପଣ ମାନେ ତ ଜାଣିଥିବେ । ଘରର ଝାଡୁକୁ ମା’ ଲକ୍ଷ୍ମୀକର ପ୍ରତୀକ ରୂପେ ବିବେଚନା କରିଥାନ୍ତି । ଯଦି ଆପଣ ଝାଡୁକୁ ଅନ୍ୟ କାହାକୁ ଦେବେ । ତେବେ ଆପଣଙ୍କ ଘରୁ ମା’ ଲକ୍ଷ୍ମୀ ମଧ୍ୟ ଚାଲିଯିବେ ।

3- ସନ୍ଧ୍ଯା ସମୟରେ କ୍ଷୀର କିମ୍ବା ଜାତୀୟ କୌଣସି ପଦାର୍ଥ, ଦହି, ନଡିଆ, ଚାଉଳ ଓ ଅଟା ଭଳି ଧଳା ଜିନିଷକୁ ସନ୍ଧ୍ଯା ସମୟରେ ମାଗିଲେ ଦେବା ଉଚିତ ହୋଇନଥାଏ । କାରଣ ଧଳା ଜିନିଷ ଉପରେ ଖରାପ ଦ୍ରୁଷ୍ଟିଶକ୍ତି ଶୀଘ୍ର ଲାଗିଯାଇଥାଏ । ତେଣୁ ସୂର୍ଯ୍ୟ ଅସ୍ତ୍ର ହୋଇଯିବା ପରେ ଏହି ସମସ୍ତ ସାମଗ୍ରୀକୁ କିଏ ମାଗିଲେ ଦିଅନ୍ତୁ । କିମ୍ବା ଦାନ ସ୍ୱରୂପ ମଧ୍ୟ ସନ୍ଧ୍ଯା ସମୟରେ ଏହି ଜିନିଷ ଦିଅନ୍ତୁ ନାହିଁ । ଯଦି ବହୁତ ଆବଶ୍ୟକତା ଥାଏ । ତେବେ ବଜାରରୁ ଏହି ସାମଗ୍ରୀ କିଣିକି ଦେଇପାରିବେ । ହେଲେ ନିଜ ଘରର ଏହି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ ।

4- ତେବେ ରୋଷେଇ ଘରର ବ୍ଯବହ୍ରୁତ ଜିନିଷ ମଧ୍ୟ ଅନ୍ୟ କାହାକୁ ଦାନ ରୂପେ ଦେବା ଅନୁଚିତ ହୋଇଥାଏ । ତେବେ ଏହି ସବୁ ଜିନିଷକୁ ଆପଣ ଅନ୍ୟକୁ ଦାନ କରିବାରୁ ନିବୃତ୍ତ ରୁହନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button