IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏଭଳି ସଂକେତ କ’ଣ ଆପଣ ଦେଖୁଛନ୍ତି କି ! ଭଲ ସମୟ ଆଗମନର ସୂଚନା ଦେଉଥିବା 6 ଟି ସଂକେତ !

ଜୀବନରେ ଟଙ୍କା ପଇସାର ମହତ୍ଵ ବହୁତ ଅଧିକ ହୋଇଥାଏ । ଏମିତି କୌଣସି ବ୍ୟକ୍ତି ଏହି ଦୁନିଆରେ ନାହିଁ । ଯେଉଁ ବ୍ୟକ୍ତି ଅଧିକ ଧନ କମାଇବାର କାମନା ରଖିନଥାଏ । ତେଣୁ ସମସ୍ତଙ୍କର ଧନବାନ ବନିବାର ଏକ ସ୍ଵପ୍ନ ନିହାତି ଭାବେ ରହିଥାଏ । କାରଣ ସମସ୍ତେ ସୁଖ ସୁବିଧାରେ ଭରା ଥିବା ଜୀବନ ବଞ୍ଚିବାକୁ ପସନ୍ଦ କରିଥାନ୍ତି । ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କୁ ନିଜର ଭଲ କାର୍ଯ୍ୟ ଦ୍ଵାରା ପ୍ରସନ୍ନ କରିଦେଇଥାଏ । ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ଧନର ବର୍ଷା କରାଇଥାନ୍ତି।

ତେବେ ଯେତେବେଳେ କୌଣସି ଲୋକର ଭଲ ସମୟ ଆରମ୍ଭ ହେବାକୁ ଯାଉଥିବ । ସେତେବେଳେ ତାଙ୍କୁ ଏହି ସବୁ ସୂଚନା ମିଳିଥାଏ । ଯାହାର ଅନ୍ଦାଜ ଲଗାଇ ତାହାର ଭଲ ସମୟ ଆସିବାକୁ ଯାଉଛି ବୋଲି ବ୍ୟକ୍ତି ଜାଣିପାରିଥାଏ । 1- ଅଚାନକ ଭାବେ ଯଦି କଳା ପିମ୍ପୁଡି ଘରେ ଗୋଲ ଆକାର କରି ବସିଥାନ୍ତି । ତେବେ ଏଭଳି ସଂକେତ ଅତ୍ୟଧିକ ଶୁଭ ସଂକେତ ଅଟେ । କାରଣ ଏହି ସଂକେତ ମା’ ଲକ୍ଷ୍ମୀଙ୍କର ସେହି ଘରକୁ ଆଗମନର ପୂର୍ବ ସୂଚନା ଦେଇଥାଏ ।

ତେଣୁ ଯେତେବେଳେ ଘରେ କଳା ପିମ୍ପୁଡି ଦେଖିବାକୁ ମିଳେ । ତେବେ ସେମାନଙ୍କ ଉପରେ ହଳଦୀ ଓ ସିନ୍ଦୁର ଚଢାଇ ତାଙ୍କର ପ୍ରଣାମ କରନ୍ତୁ । ସେମାନଙ୍କୁ କହିବା ଅଟା ଓ ଚିନୀ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା କରଜରେ ଥିବା ବ୍ୟକ୍ତି କରଜରୁ ମୁକ୍ତି ପାଇଯାଇଥାଏ । ଘରେ ଟଙ୍କା ପଇସା ବୃଦ୍ଧି ହୋଇଥାଏ । ତେଣୁ ଝାଡୁ ଦ୍ଵାରା କଳା ପିମ୍ପୁଡିକୁ ଜମାରୁ ବାହାରକୁ କରନ୍ତୁ ନାହିଁ ।

2- କଳା ପିମ୍ପୁଡି ଭଳି ଝିଟିପିଟିକୁ ମଧ୍ୟ ମା’ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ବିବେଚନା କରାଯାଇଥାଏ। ଘରେ ଯଦି କୌଣସି ସ୍ଥାନରେ 3 ଜଣ ଝିଟିପିଟି ଏକ ସାଥିରେ ଦେଖିବାକୁ ମିଳନ୍ତି । ତେବେ ଏହା ମଧ୍ୟ ଶୁଭ ସଂକେତ ମାନାଯାଇଥାଏ । ଏହା ମଧ୍ୟ ଗୃହକୁ ମାତା ଲକ୍ଷ୍ମୀଙ୍କର ଆଗମନର ସୂଚନା ସେହି ଘରର ଲୋକଙ୍କୁ ଦେଇଥାନ୍ତି । ଯଦି ଝିଟିପିଟି ଜଣେ ଅନ୍ୟ ଜଣଙ୍କର ପଛରେ ପିଛା କରିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଘରର ଉନ୍ନତି ହେବାର ସଂକେତ ବୋଲି କୁହାଯାଇଥାଏ ।

3- ଦୀପାବଳୀ ଦିନ ତୁଳସୀ ବୃକ୍ଷରେ ଝିଟିପିଟିର ଦେଖାଯିବାର ଅର୍ଥ ହେଉଛି । ଏହା ଘରର ଆର୍ଥିକ ଅବସ୍ଥା ମଜଭୁତ ରହିବାର ସଙ୍କେତ  ଦେଇଥାଏ । 4- ଯଦି କୌଣସି ପକ୍ଷୀ ଘରେ ଆସି ବସା ବନାଇଥାଏ । ତେବେ ଏହା ଭଳି ସୂଚନା ଦେଇଥାଏ ।

ତେଣୁ ଯଦି ଘରେ କୌଣସି ପକ୍ଷୀ ବସା ବନାଉଥାଏ । ତେବେ ତାହାକୁ ଭାଙ୍ଗନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button