IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଅଟାକୁ ଚକଟି ଅଧିକ ସମୟ ପର୍ଯ୍ୟନ୍ତ ଆପଣ ରଖୁଛନ୍ତି କି ! ଏପରି କରନ୍ତୁ ନାହିଁ, ବହୁତ ବଡ କ୍ଷତି ହୋଇଥାଏ…

ସମସ୍ତଙ୍କ ଘରେ ପ୍ରାୟତଃ ରୁଟି ଅଧିକାଂଶ ସମୟରେ ହୋଇଥାଏ । ଦିନ ହେଉ ବା ରାତି ଅନେକ ଲୋକ ରୁଟି କରି ଖାଇବାକୁ ଭଲ ପାଇଥାନ୍ତି । ସେଥିପାଇଁ ଘରର ମହିଳା ମାନେ ଥରେ ଅଧିକ ଅଟା ଚକଟି ରୁଟି କରିବା ସହ ତାହାକୁ ଦିନର ଅନ୍ୟ କୌଣସି ସମୟରେ ରୁଟି ପାଇଁ ବଳାଇ ରଖିଥାନ୍ତି । ନଚେତ ଚକଟା ଅଟା ଅଧିକ ହୋଇଯାଇଥିଲେ ବଳକା ଅଟାକୁ ଫ୍ରିଜରେ ରଖି ଅନ୍ୟ କେଉଁ ସମୟରେ ରୁଟି କରିଥାନ୍ତି । ହେଲେ ବହୁତ ପୂର୍ବରୁ ଚକଟା ହୋଇରହିଥିବା ଅଟାରେ ରୁଟି ପ୍ରସ୍ତୁତ କରି ଖାଇଲେ କଣ ସବୁ କ୍ଷତି ଘଟିଥାଏ ଚାଲନ୍ତୁ ଜାଣିବା ।

1-  ଅଟାକୁ ଚକଟି ପ୍ରାୟ 2 ରୁ 3 ଘଣ୍ଟା ପର୍ଯ୍ୟନ୍ତ ରଖି ତାହାର ରୁଟି କରିପାରିବେ । ହେଲେ ଅଟାକୁ ଅଧିକ ସମୟ ଚକଟିକି ରଖିଦେଇ ବହୁତ ବିଳମ୍ବରେ ସେହି ଅଟାରୁ ରୁଟି ପ୍ରସ୍ତୁତ କରିବା ଉଚିତ ହୋଇନଥାଏ । କାରଣ ଅଧିକ ସମୟ ଚକଟା ହୋଇ ରହିଥିବା ଅଟାରେ କିଛି ରାସାୟନିକ ପରିବର୍ତ୍ତନ ମଧ୍ୟ ହୋଇଯାଇଥାଏ ।

ଯାହା ସ୍ଵାସ୍ଥ ପକ୍ଷେ କ୍ଷତିକାରକ ହୋଇଥାଏ । ଏହା ଆୟୁରଭେଦରେ ମଧ୍ୟ ସ୍ପଷ୍ଠରେ କୁହାଯାଇଅଛି । ସେଥିପାଇଁ ଅଟାକୁ ଚକଟି ଫ୍ରିଜରେ ରଖନ୍ତୁ ନାହିଁ । ରୁଟି ପ୍ରସ୍ତୁତ କରିବାର ଠିକ କିଛି ସମୟ ପୂର୍ବରୁ ଅଟାକୁ ଚକଟି ସେଥିରୁ ରୁଟି ବନାନ୍ତୁ । ସେହି ରୁଟି ଖାଇବା ସ୍ଵାସ୍ଥ ପାଇଁ ବହୁତ ହିତକର ହୋଇଥାଏ ।

2- ଶାସ୍ତ୍ରର ମାନ୍ୟତା ଅନୁସାରେ ଫ୍ରିଯରେ ଅଧିକ ସମୟ ଅଟାକୁ ଚକଟି ରଖିବା ଉଚିତ ହୋଇନଥାଏ । କାରଣ ଚକଟା ଅଟାକୁ ଫ୍ରିଜରେ ରଖିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବଢିଥାଏ । ଯେଉଁ ମାନେ ମୃତ୍ୟୁ ପରେ ପିଣ୍ଡ ପାଇବାରୁ ବଞ୍ଚିତ ହୋଇ ରାହିଯାଇଥାନ୍ତି । ଏପରି ଭୁତ ଓ ପ୍ରେତ ମାନେ ଅଧିକ ସମୟ ପର୍ଯ୍ୟନ୍ତ ଚକଟା ହୋଇରହିଥିବା ଅଟାରୁ ତୃପ୍ତି ପାଇବା ପାଇଁ ଚାହିଁଥାନ୍ତି ।

କାରଣ ବାସି ଭୋଜନକୁ ଭୁତର ଭୋଜନ ବୋଲି କୁହାଯାଇଥାଏ । ସେପରି ଖାଦ୍ୟକୁ ନିଜ ଭୋଜନରେ ଖାଉଥିବ ବ୍ୟକ୍ତି ରୋଗ ଓ ସମସ୍ଯାରେ ବହୁ ସମୟରେ ପୀଡିତ ହୋଇଥାନ୍ତି । ତେଣୁ ଘରର କୌଣସି ସ୍ଥାନରେ କି ଫ୍ରିଜରେ ଅଟାକୁ ଚକଟି ଅଧିକ ସମୟ ରଖନ୍ତୁ ନାହିଁ ।

3- ଯେଉଁ ଘରର ମହିଳା ମାନେ ଅଟାକୁ ଚକଟି ଅଧିକ ସମୟ ପର୍ଯ୍ୟନ୍ତ ରଖି ସେହି ଚକଟା ଅଟାରୁ ରୁଟି ପ୍ରସ୍ତୁତ କରିଥାନ୍ତି । ସେହି ଘରେ ଆଳସ୍ୟ, କ୍ରୋଧ ଓ ଦରିଦ୍ରତା ବୃଦ୍ଧି ପାଇଥାଏ । ଯାହାକି ଘରର ଉନ୍ନତିରେ ବାଧକ ହୋଇଥାଏ । ତେଣୁ ଅଟାକୁ ଦଳି ବା ଚକଟି ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button