ତୁଳସୀ ବୃକ୍ଷର ପୂଜନ ସମୟରେ ଏହି ମନ୍ତ୍ରର ନିହାତି ଭାବେ ଉଚ୍ଚାରଣ କରନ୍ତୁ … ସମସ୍ତ ମନବାଞ୍ଛା ପୂରଣ ହେବ… Puja tips

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ବହୁତ ମହତ୍ଵ ସ୍ଥାନ ଦିଆଯାଇଛି । ତୁଳସୀ ବୃକ୍ଷ 3 ପ୍ରକାରର ହୋଇଥାଏ । ସେଗୁଡିକ ହେଉଛି କୃଷ୍ଣ ତୁଳସୀ, ଧଳା ତୁଳସୀ ଓ ରାମ ତୁଳସୀ । ତେବେ ଏହି 3 ତୁଳସୀ ମଧ୍ୟରୁ କୃଷ୍ଣ ତୁଳସୀକୁ ଶ୍ରେଷ୍ଠ ବୋଲି କୁହାଯାଇଥାଏ । ତୁଳସୀ ବୃକ୍ଷର ପ୍ରତ୍ଯେକ ଦିନ ଦର୍ଶନ ଓ ପୂଜା କରିବା ଦ୍ଵାରା ଅନେକ ପାପ ନାଶ ହୋଇଥାଏ । ଏଥିସହ ଘରେ ଶାନ୍ତିର ବାତାବରଣ ମଧ୍ୟ ରହିଥାଏ । ଯେଉଁ ଘରେ ତୁଳସୀ ବୃକ୍ଷକୁ ଲଗାଯାଇ ତାହାର ଉପଯୁକ୍ତ ବିଧିବିଧାନ ମାନି ପୂଜା ଅର୍ଚନା କରାଯାଇଥାଏ ।
ସେହି ଘରର ସୁଖ, ସମୃଦ୍ଧି ବଢିବାରେ କେହି ମଧ୍ୟ ରୋକୀ ପାରିନଥାନ୍ତି । ତେଣୁ ବୃନ୍ଦାବତୀ ମାତା ଅର୍ଥାତ ତୁଳସୀ ବୃକ୍ଷର ପୂଜନ ସମୟରେ ଯେଉଁ ମାନେ ଏହି ମନ୍ତ୍ରର ଉଚ୍ଚାରଣ କରି ତୁଳସୀ ପୂଜା କରିବେ । ଘରର ଉନ୍ନତି ହୋଇଥାଏ । ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ଧୀରେ ଧୀରେ ବଢିବାରେ ମଧ୍ୟ ଲାଗିଥାଏ । ଏଥିସହ ଘରକୁ କୌଣସି ବଡ ରୋଗ, ବ୍ୟାଧୀ ମଧ୍ୟ ଆସିନଥାଏ ।
ତେବେ ସକାଳୁ ଉଠି ପ୍ରାତଃ ସ୍ନାନ କରି ଯେତେବେଳେ ତୁଳସୀଙ୍କୁ ପୂଜା କରିବାକୁ ଯିବେ । ସେତେବେଳେ ଏହି ବିଶେଷ ମନ୍ତ୍ରର ଉଚ୍ଚାରଣ ନିହାତି ଭାବେ କରନ୍ତୁ । ତେବେ ସେହି ବିଶେଷ ମନ୍ତ୍ରଟି ହେଉଛି ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନୀ, ଆଧି ବ୍ୟାଧୀ ହରା ନୀତ୍ୟଙ୍ଗ, ତୁଳସୀ ତ୍ଵଙ୍ଗ ନମୋସ୍ତେସ୍ତୁ ।
ତେବେ ଯେଉଁ ମାନେ ସକାଳୁ ସକାଳୁ ବୃନ୍ଦାବତୀ ମାତା ଅର୍ଥାତ ତୁଳସୀ ମାତାଙ୍କୁ ପୂଜା କରୁଥାନ୍ତି । ସେମାନେ ନିଷ୍ଠା ସହକାରେ ତୁଳସୀ ବୃକ୍ଷର ପୂଜା କରିବା ଉଚିତ । ଏଥିସହ ଏହି ମନ୍ତ୍ରଟିର ମଧ୍ୟ ଉଚ୍ଚାରଣ କରନ୍ତୁ । ଏହାଦ୍ବାରା ବିଶେଷ ଭାବେ ମା’ ବୃନ୍ଦାବତୀଙ୍କର ଆଶ୍ରୀବାଦ ସେହି ବ୍ୟକ୍ତି ଓ ସମଗ୍ର ପରିବାରକୁ ପ୍ରାପ୍ତ ହୋଇଥାଏ ।
ଆପଣଙ୍କ ଘର ଉପରକୁ ଆସୁଥିବା ସମସ୍ତ ବିପଦ ମା’ ବୃନ୍ଦାବତୀଙ୍କ ବିଶେଷ କୃପାରୁ ଦୂର ହୋଇଥାଏ । ଏଥିସହ ଘରେ ଲାଗିରହୁଥିବା ସମସ୍ଯା ମଧ୍ୟ ଧୀରେ ଧୀରେ ଦୂର ହୋଇଥାଏ । ଘରର ଆର୍ଥିକ ଅବସ୍ଥା ଭଲ ରହିବା ସହ ବଡ ବଡ ରୋଗବ୍ୟାଧୀ ସେହି ପରିବାରର ସଦସ୍ୟଙ୍କ ପାଖ ମାଡି ପାରିନଥାଏ ।