ଅସହ୍ୟ ମୁଣ୍ଡବ୍ୟଥାକୁ କେବଳ 5 ମିନିଟରେ ଦୂର କରନ୍ତୁ… କେବଳ ଏହି ଉପାୟ ଦ୍ଵାରା ମୁଣ୍ଡବିନ୍ଧା ଗାୟବ ! Home remedy

ବନ୍ଧୁଗଣ ଅନେକ ଗୁଡିଏ କାରଣରୁ ପ୍ରାୟତଃ ସମୟରେ ବହୁ ଲୋକଙ୍କର ମୁଣ୍ଡବିନ୍ଧା ହୋଇଥାଏ । ଯାହାକି ବହୁତ ଯନ୍ତ୍ରଣାଦାୟକ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ଚିଡିଚିଡ଼ା ସ୍ଵଭାବର ମଧ୍ୟ ହୋଇଯାଇଥାଏ । ତେବେ ମୁଣ୍ଡବିନ୍ଧା ଭଲ କରିବା ପାଇଁ ଆଜି ଆମେ ଆପଣଙ୍କୁ ଏକ ବହୁତ ଭଲ ଉପାୟ ବିଷୟରେ ଏଠାରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ମୁଣ୍ଡର ଅସହ୍ୟ ବିନ୍ଧାକୁ କିଛି ମିନିଟ ମଧ୍ୟରେ ସଂପୂର୍ଣ୍ଣ ଭଲ କରିଦେବ ।
1- ତେବେ ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ 2 ଟି ଛୋଟ ଛୋଟ ଖଣ୍ଡ ଅଦାର ଆବଶ୍ୟକ ପଡିବ । ତାପରେ ସେହି ଅଦାକୁ ଆପଣ ଛେଚିକି ତାହାର ରସ ବାହାର କରି ନିଅନ୍ତୁ । ତାପରେ ଏକ ଛଣା ମାଧ୍ୟମରେ ଅଦା ଛେଚାରୁ ଅଦା ରସ ବାହାର କରି ଏକ ପାତ୍ରରେ ରଖିଦିଅନ୍ତୁ । ତେବେ ଏହି ଉପାୟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଆଉ 2 ଟି ସାମଗ୍ରୀର ଆବଶ୍ୟକତା ପଡିବ । ତାହା ହେଉଛି ଲବଙ୍ଗ ଓ ଅନ୍ୟଟି ହେଉଛି ମହୁ ।
ତେବେ ଆପଣ ଏକ ପାତ୍ରରେ 2 ଚାମଚ ଅଦା ରସରେ 2 ଟି ଲବଙ୍ଗ ପକାନ୍ତୁ । ତାପରେ ସେଥିରେ 1 ଚାମଚ ମହୁକୁ ଆଡ୍ କରି ଗୋଳାଇ ଦିଅନ୍ତୁ । ଆପଣଙ୍କ ମୁଣ୍ଡ ବିନ୍ଧା ପାଇଁ ଉପାୟ ପ୍ରସ୍ତୁତ ହୋଇଯିବ । ମୁଣ୍ଡ ବିନ୍ଧା ହେଉଥିବା ଲୋକ ଯଦି ଏହି ପ୍ରସ୍ତୁତ କରିଥିବା ଉପଚାରକୁ ସେବନ କରିବ । ତେବେ ସେହି ବ୍ୟକ୍ତିକୁ ସେଥିରୁ ତୁରନ୍ତ ଆରାମ ମିଳିବ ।
ଏଥିସହ ଶରୀରରେ ହେଉଥିବା ଦରଜ, ଯନ୍ତ୍ରଣା ଓ ଥକାପଣରୁ ଶରୀରକୁ ମୁକ୍ତି ମିଳିଥାଏ । ଏହା ଛଡା ମୁଣ୍ଡବିନ୍ଧାରୁ ଆରାମ ପାଇବା ପାଇଁ ଅନ୍ୟ ଆଉ ଏକ ଉପାୟ ବିଷୟରେ ମଧ୍ୟ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ ପ୍ରଥମ ଅଦାରସ ଓ ଦିତୀୟରେ ଡାଲଚିନୀ ଗୁଣ୍ଡର ଅବଶ୍ୟକ ପଡିବ । ଆପଣ ଏକ ପାତ୍ରରେ 2 ଚାମଚ ଅଦା ରସ ସହ ଅଧା ଚାମଚ ଡାଲଚିନୀ ଗୁଣ୍ଡକୁ ମିଶାନ୍ତୁ । ତାପରେ ତାହାକୁ ଭଲ ଭାବେ ଗୋଳାଇ ମିଶାଇ ଦିଅନ୍ତୁ ।
ଯେଉଁ ବ୍ୟକ୍ତିର ମୁଣ୍ଡବିନ୍ଧା ହେଉଥିବ । ସେ ଏହି ଉପାୟଟି ପ୍ରସ୍ତୁତ କରି ତାହାକୁ ଯଦି ଆଣି ମୁଣ୍ଡବ୍ୟଥା ହେଉଥିବା ସ୍ଥାନରେ ମାଲିସ କରନ୍ତି । ବହୁତ ଜଲ୍ଦି ହିଁ ଆପଣଙ୍କର ମୁଣ୍ଡ ବ୍ୟଥା ଭଳି ସମସ୍ଯା ଭଲ ହୋଇଯିବ । ତେବେ ପ୍ରଥମ ଉପାୟଟିକୁ ସେବନ କରି ମୁଣ୍ଡବିନ୍ଧା ଦୂର କରିପାରିବେ । ନଚେତ ଦିତୀୟ ଉପାୟ ପ୍ରସ୍ତୁତ କରି ତାହାକୁ ମୁଣ୍ଡରେ ଲଗାଇ ନିଜ ମୁଣ୍ଡବିନ୍ଧାକୁ ଭଲ କରିପାରିବେ ।