“ଜୟ ହିନ୍ଦ” ସ୍ଲୋଗାନ କିଏ ଦେଇଥିଲେ ? Independence Movement of India Slogan

ବନ୍ଧୁଗଣ ଇଂରେଜ ମାନଙ୍କ ଅଧୀନରେ ବହୁ ବର୍ଷ ଧରି ରହିଥିବା ପରାଧୀନ ଭାରତକୁ ସ୍ଵାଧୀନ କରିବା ପାଇଁ ବହୁ ଜଣ ସ୍ଵାଧୀନ ସଂଗ୍ରାମୀଙ୍କର ଭୂମିକା ଏଥିରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ରହିଥିଲା । ତେବେ ସେଥିମଧ୍ୟରୁ ଅନେକ ସ୍ଵାଧୀନତା ସଂଗ୍ରାମୀ ମାନେ ନିଜର ଏପରି କିଛି କାଳଜୟୀ ସ୍ଲୋଗାନ ଦେଶବାସୀଙ୍କୁ କହିଯାଇଛନ୍ତି । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ମାନଙ୍କ ମୁହଁରୁ ଶୁଣିବାକୁ ମିଳିଥାଏ । ତେବେ ଚାଲନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ ସ୍ଲୋଗାନ ଓ ତାହାକୁ କିଏ କହିଥିଲେ ଆଲୋଚନା କରିବା ।
1- ସ୍ଵାଧୀନତା ଆମର ଜନ୍ମଗତ ଅଧିକାର କିଏ କହିଥିଲେ ?
ଉତ୍ତର;- ଏହା ବାଲ ଗଙ୍ଗାଧର ତିଳକ କହିଥିଲେ ।
2- ଇନ୍-କିଲାବ-ଜିନ୍ଦାବାଦ କାହାର ସ୍ଲୋଗାନ ?
ଉତ୍ତର;- ଏହା ଭଗତ ସିଂ ଙ୍କର ସ୍ଲୋଗାନ ।
3- ସାରେ ଜାହଁସେ ଆଚ୍ଛା ହିନ୍ଦୁସ୍ଥାନ ହମାରା କିଏ ରଚନା କରିଥିଲେ ?
ଉତ୍ତର;- ଏହା ମହମ୍ମଦ ଇକବାଲ ରଚନା କରିଥିଲେ ।
4- ପୂର୍ଣ୍ଣ ସ୍ଵରାଜର ଡାକରା କିଏ ଦେଇଥିଲେ ?
ଉତ୍ତର;- ଏହା ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ ।
5- ବିଶ୍ରାମ କରିବା ହେଉଛି କଳଙ୍କ ଆରାମ ହରାମ ହେ ଏହା କିଏ କହିଥିଲେ ?
ଉତ୍ତର;- ଏହା ପଣ୍ଡିତ ଜବାହାରଲାଲ ନେହେରୁ କହିଥିଲେ ।
6- କର ବା ମର ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- କର ବା ମର ଏହା ମହାତ୍ମା ଗାନ୍ଧୀ କହିଥିଲେ ।
7- ମାରୋ ଫିରୋଙ୍ଗିକୋ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଏହା ମଙ୍ଗଳ ପାଣ୍ଡେ କହିଥିଲେ ।
8- ଜୟ ହିନ୍ଦର ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ଜୟ ହିନ୍ଦର ସ୍ଲୋଗାନ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ।
9- ଦିଲ୍ଲୀ ଚଲୋ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର;- ସୁଭାଷ ଚନ୍ଦ୍ର ବୋଷ ଏହା କହିଥିଲେ ।
10- ଭାରତଛାଡ ଆନ୍ଦୋଳନ କିଏ ସ୍ଲୋଗାନ ଦେଇଥିଲେ ?
ଉତ୍ତର;- ଏହା ମହାତ୍ମା ଗାନ୍ଧୀ ସ୍ଲୋଗାନ ଦେଇ କହିଥିଲେ ।
11-ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ଵାଧୀନତା ଦେବି ସ୍ଲୋଗାନ କିଏ କହିଥିଲେ ?
ଉତ୍ତର;- ଏହା ସୁଭାଷ ଚନ୍ଦ୍ର ବୋଷ କହିଥିଲେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଜ୍ଞାନପୂର୍ଣ୍ଣ ପୋଷ୍ଟଟି କିଭଳି ଲାଗିଲା ? ଆପଣଙ୍କର ମତାମତ ଆମକୁ ନିହାତି ଭାବେ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପଢିବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।