IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରେ ଲୁଣର ଏହି ନିୟମ କରିବା ଦ୍ଵାରା ଘରକୁ ଆସିଥାଏ ସୁଖ, ଶାନ୍ତି ଓ ସମୃଦ୍ଧି ! ବ୍ୟକ୍ତିର ଭାଗ୍ୟର ଦ୍ଵାର ଖୋଲିଯାଇଥାଏ… Bayagita tips

ବନ୍ଧୁଗଣ ସମସ୍ତଙ୍କ ଘରେ ଲୁଣର ନିହାତି ଭାବେ ବ୍ୟବହାର କରାଯାଇଥାଏ । କାରଣ ଲୁଣ ଏକ ନିତ୍ୟ ବ୍ୟବହାର୍ଜ୍ୟ ପଦାର୍ଥ ଅଟେ । ଲୁଣ ଖାଦ୍ୟକୁ ସ୍ଵାଦିଷ୍ଟ ବନାଇଥାଏ । ତେବେ ଲୁଣ ଖାଲି ଖାଦ୍ୟକୁ ସ୍ଵାଦଯୁକ୍ତ ନୁହେଁ, ବଂର ମଣିଷର ଭାଗ୍ୟକୁ ମଧ୍ୟ ମାଲାମାଲ କରିଥାଏ । ଲୁଣ ଘରର ଅନେକ ବାସ୍ତୁଦୋଷକୁ ମଧ୍ୟ ଘରୁ ହଟାଇ ଘରକୁ ଅନେକ ଉନ୍ନତି ଆଣିଥାଏ । ତେବେ କେବଳ ଲୁଣର ସଠିକ ବ୍ୟବହାର ଦ୍ଵାରା ହିଁ ଲୁଣରୁ ଏହିସବୁ ଫାଇଦା ପାଇପାରିବେ ।

ସମୁଦ୍ରରୁ ଲୁଣ ପ୍ରସ୍ତୁତି କରାଯାଇଥାଏ ଏହା ଆମେ ସମସ୍ତେ ଜାଣିଛୁ । ଏଥିସହ ସମୁଦ୍ର ମଧ୍ୟ ଲକ୍ଷ୍ମୀଙ୍କ ବାପା ଘର ଅଟେ । ତେଣୁ ଲକ୍ଷ୍ମୀ ନିଜ ବାପାଙ୍କ ଘର ସହ ବାପାଘରର ସବୁ ଜିନିଷକୁ ମଧ୍ୟ ବହୁତ ପସନ୍ଦ କରିଥାନ୍ତି ।

1- ଯଦି ଘରକୁ ପୋଛିବା ସମୟରେ ପାଣିରେ 1 ଚାମଚ ଲୁଣ ମିଶାଇ ଘରକୁ ପୋଛା ମରିଥାନ୍ତି । ସପ୍ତାହରେ ଏହି ଉପାୟକୁ 2 ରୁ 3 ଥର ନିହାତି କରନ୍ତୁ । ଏହା କରିବା ଦ୍ଵାରା ଘର ର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ । ଘର ଉପରକୁ କୌଣସି ପ୍ରକାର ଖରାପ ନଜର ମଧ୍ୟ ପଡ଼ିପାରିନଥାଏ । ଘରେ ଥିବା ସମସ୍ତ ନେଗେଟିଭ ଏନର୍ଜି ମଧ୍ୟ ଘରୁ ଚାଲିଯାଇଥାଏ ।

ତାପରେ ଘରୁକୁ ଆଉ କୌଣସି ପ୍ରକାର ନେଗେଟିଭ ଏନର୍ଜି ମଧ୍ୟ ଭୁଲରେ ପ୍ରବେଶ କରିପାରିନଥାଏ । ଯାହା ଫଳରେ ଘର ମଧ୍ୟକୁ ସୁଖ ଓ ଶାନ୍ତିର ବାତାବରଣ ଆସିଥାଏ । ଘର ପରିବାରରେ ଉନ୍ନତି ହେବାର ନଜରକୁ ଆସିଥାଏ । ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟ ରହିଥାଏ ।

2- ଘରର ମୁଖ୍ୟଦ୍ଵାରର ଡାହାଣ ପଟେ ଏକ ନାଲି କପଡାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ । ଏହାକୁ କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ବାନ୍ଧି ଦିଅନ୍ତୁ । ପୁଣି ତାହାର ଏକ ମାସ ପରେ ସେହି କୃଷ୍ଣପକ୍ଷ ଚତୁର୍ଦ୍ଧଶୀ ତିଥିରେ ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ଦିଅନ୍ତୁ । ସେହି ସ୍ଥାନରେ ଆଉ ଏକ ନାଲି କପଡାରେ ଲୁଣ ଭରି କରି ସେହି ଠାରେ ଟାଙ୍ଗୀ ଦିଅନ୍ତୁ । ଏହିପରି କିଛି ଥର କ୍ରମାଗତ ଭାବେ କରନ୍ତୁ । ଏହା କରିବା ଦ୍ଵାରା ଘରର ସବୁ ନଜର ଦୋଷ ଘରୁ ଚାଲିଯାଇଥାଏ । ଘରର ଆର୍ଥିକ କ୍ଷେତ୍ର ପୂର୍ବ ସମୟ ଅପେକ୍ଷା ବହୁତ ଭଲ ରହିବ ।

ତେବେ ଲୁଣର ଏହି ଉପାୟକୁ ଘରେ କରି ଦେଖନ୍ତୁ । ତାହାପରେ ଲୁଣର ଚମତ୍କାରୀତା ନିଜେ ହିଁ ଦେଖିବାକୁ ପାଇବେ । ଏହା ଲୁଣ ଘର ପାଇଁ ବହୁତ ଫାଇଦାବାନ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button