IBN ଓଡ଼ିଶା ଏକ୍ସକ୍ଲୁସିଭ୍

Study tips- ଯଦି ପିଲାର ପାଠ ପଢାରେ ମନ ଲାଗୁନଥାଏ… ତେବେ ଏହି ଉପାୟ କରିବା ଦ୍ଵାରା ପିଲାର ପାଠ ବହୁତ ଭଲ ହୋଇଥାଏ….

ବନ୍ଧୁଗଣ ଯଦି ଆପଣଙ୍କ ପିଲା ପାଠ ପଢିବାକୁ ଇଛା କରୁନହିଁ । କି ପାଠ ପଢୁଥିଲେ ମଧ୍ୟ ପାଠ ଅଧିକ ସମୟ ଧରି ମନେ ରହୁନହିଁ । ନିଜର ଏକ ଉତ୍ତମ କ୍ଯାରିୟର ଗଢିବା ବେଳକୁ ଅନେକ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡୁଛି । ତେବେ ଏଭଳି କିଛି କାରଣ ଦେଖାଯାଉଥିଲେ ଘରର କିଛି ବାସ୍ତୁ ସମସ୍ଯା ରହୁଛି ବୋଲି ଜଣା ଯାଇଥାଏ । ବନ୍ଧୁଗଣ ଯଦି ଜଣେ ପିଲା ନିଜ ମନରୁ ପଢିବା ପାଇଁ ବସିଥାଏ । ତେବେ ସେହି ପିଲା ଭଲ ପାଠ ପଢିବା ସହ ଏକ ଭଲ କ୍ଯାରିଅର ମଧ୍ୟ ଗଢିପାରିଥାଏ ।

ହେଲେ ଏଭଳି ଅନେକ ସମୟରେ ଦେଖାଯାଇଥାଏ । ଯେ ପିଲା ପାଠ ପଢିବା ପାଇଁ ବସିଥାନ୍ତି । ହେଲେ ତାଙ୍କର ପାଠ ପଢିବାକୁ ଇଛା ହୁଏ ନାହିଁ । ମନ ମଧ୍ୟରେ ଅନେକ ପ୍ରକାର ଚିନ୍ତା ଘୁରି ବୁଲେ । ଯାହା ଫଳରେ ପିଲା ତା’ ର ପାଠ ପଢା ଉପରେ ଫୋକୋଷ କରିପାରିନଥାଏ । ହେଲେ ଯଦି ପିଲାର ପଠା ଘରେ ବା ଯେଉଁ ସ୍ଥାନରେ ପିଲା ପାଠ ପଢୁଥାଏ । ସେହି ସ୍ଥାନରେ ଏହିଭଳି କିଛି ଜିନିଷ ରଖିବେ । ତେବେ ପିଲାଙ୍କର ପାଠ ପଢା ନିହାତି ଭାବେ ଭଲ ହେବ ।

1- ପିଲାଙ୍କ ପଢା ସ୍ଥାନରେ ମା’ ସରସ୍ଵତୀଙ୍କ ମୂର୍ତ୍ତି ରଖିବା ବହୁତ ହିଁ ଶୁଭଫଳ ପ୍ରଦାନ କରିଥାଏ । କାରଣ ମା’ ସରସ୍ଵତୀ ହେଉଛନ୍ତି ବିଦ୍ୟାର ଦେବୀ । ତେଣୁ ପିଲାର ପଢା ଘରେ ଯଦି ମା’ ସରସ୍ଵତୀଙ୍କ ମୂର୍ତ୍ତି ରଖିବେ । ତେବେ ପିଲା ମାନଙ୍କୁ ମା’ ସରସ୍ଵତୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇବ । ଯାହା ଦ୍ଵାରା ପିଲାଙ୍କ ପାଠ ପଢା ଭଲ ହୋଇଥାଏ ।

2- ପିଲାଙ୍କର ପଢା ଘରେ ଯଦି ମା’ ସରସ୍ଵତୀଙ୍କ ମୂର୍ତ୍ତି ପାଖରେ ବୀଣା ରଖନ୍ତି । ତେବେ ଏହାର ବହୁତ ଭଲ ପ୍ରଭାବ ପିଲା ତଥା ପିଲାର ପାଠ ପଢା ଉପରେ ପଡିଥାଏ । ସେହି ପିଲାର ଉତ୍ତମ କ୍ଯାରିଅର ଉପରେ ବି ବହୁତ ଭଲ ପକାଇଥାଏ ।

3- ହଁସର ଫୋଟ ବା ମୂର୍ତ୍ତି ପିଲାର ପଢା ଘରେ ବା ଦ୍ଵାର ମୁହଁରେ ରଖିଲେ ବହୁତ ଶୁଭ ହୋଇଥାଏ । ଯାହା ଦ୍ଵାରା ପିଲାର ପାଠ ପଢା ପ୍ରତି ଆଗ୍ରହ ବଢିଥାଏ । ହଁସ ମା’ ସରସ୍ଵତୀଙ୍କର ବହନ ହୋଇଥିବାରୁ ଏହା ଘରର ଥିବା ବାସ୍ତୁଦୋଷକୁ ଦୂର କରି ପିଲାର ପାଠରେ ଆଗ୍ରହ ବଢାଇଥାଏ ।

4- ଘର ପାଇଁ ମୟୂରପୁଚ୍ଛ ଅତ୍ୟନ୍ତ ହିଁ ଶୁଭ ଫଳ ପ୍ରଦାନ କରିଥାଏ । ପିଲାର ପଢା ସ୍ଥାନରେ ମୟୂର ରଖିବା ଦ୍ଵାରା ବହୁତ ଅଧିକ ପିଲାର ପଢା ଉପରେ ଭଲ ପ୍ରଭାବ ପକାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button