8 ଜଣ ଲୋକ 7 ଟି କଦଳୀକୁ ନଭାଙ୍ଗି ନକାଟି କିପରି ଖାଇପାରିବେ ? Odia dhaga dhamali

ବନ୍ଧୁଗଣ ଏହି ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକଙ୍କର ମୁହଁରୁ ହସ ମଧ୍ୟ ଉଡିଯାଇଥାଏ । ହେଲେ କିଛି ମିଠା ମିଠା କଥା କି ମଜାଳିଆ ଢଗ ଶୁଣିଲେ । ଆମ ମାନଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିଥାଏ । ତେବେ ଚାଲନ୍ତୁ ସେହିଭଳି କିଛି ଓଡିଆ ଢଗଢମାଳୀ ଆଲୋଚନା କରିବା ।
1- କେଉଁ ଗଛର ପତ୍ର ପୂଜାରେ ଲାଗିବା ସହ ତାକୁ ଆମେ ସେବନ ମଧ୍ୟ କରିଥାଉ ?
ଉତ୍ତର;- ପାନ ପତ୍ର ପୂଜାରେ ଲାଗିବା ସହ ତାକୁ ଆମେ ସେବନ ମଧ୍ୟ କରିଥାଉ ।
2- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା । କହିଲା ଭୋକ ହେଲେ ଖାଇବୁ । ଶୋଷ ହେଲେ ପିଇବୁ ଓ ଶୀତ ହେଲେ ଜାଳିବୁ ତାହା କଣ ?
ଉତ୍ତର;- ଏହାର ଉତ୍ତର ହେଉଛି ନଡିଆ ।
3- ଦିନରେ ଶୁଏ ରାତିରେ କାନ୍ଦେ, ଯେତେ କାନ୍ଦିବ ସେତେ ଖାଇବ ?
ଉତ୍ତର;- ଏହାର ଉତ୍ତର ହେଉଛି ମହମବତୀ ।
4- ଏମିତି କେଉଁ କାମ ଅଛି, ପୁଅ ଜୀବନରେ ଥରେ କରେ, ହେଲେ ଜଣେ ଝିଅ ସବୁବେଳେ କରିଥାଏ ?
ଉତ୍ତର;- ଏହାର ଉତ୍ତର ହେଉଛି ସିନ୍ଦୁର ।
5- ଦୁଇ ଭାଇ ଜଣଙ୍କୁ ଖାଇଲେ, ପେଟ ଥଣ୍ଡା ଆଉ ଜଣଙ୍କୁ ଖାଇଲେ ପେଟ ଗରମ ! ଏହାର ଉତ୍ତର କଣ ?
ଉତ୍ତର;- ଏହାର ଉତ୍ତର ହେଉଛି ଚିନୀ ଓ ମିଶ୍ରୀ ।
6- ସୂର୍ଯ୍ୟ ପୃଥିବୀରେ କେବେହେଲେ କଣ ଦେଖିନାହିଁ ?
ଉତ୍ତର;- ସୂର୍ଯ୍ୟ ପୃଥିବୀରେ ଅନ୍ଧାର ଦେଖିନାହିଁ ।
7- ଡେଣା ନଥାଇ ଆକାଶେ ଉଡେ, ମଣିଷକୁ ଝାମ୍ପି ନିଏ ?
ଉତ୍ତର;- ଡେଣା ନଥାଇ ଉଡେ, ସେ ହେଉଛି ଆକାଶ ଛତା ।
8- ଦୁଇ ବାଳକର ରଙ୍ଗ ସମାନ । ଜଣେ ହଜିଗଲେ, ଆଉ ଜଣେ କୋଊ କାମକୁ ନୁହେଁ ?
ଉତ୍ତର;- ଏହାର ଉତ୍ତର ହେଉଛି ଚପଲ ।
9- କେଉଁଠିକୁ ଶହେ ଲୋକ ଗଲେ ଫେରନ୍ତି ଅନେଶତ ?
ଉତ୍ତର;- ଏହାର ଉତ୍ତର ହେଉଛି ମଶାଣୀ ।
10- ମନା କଲେ ବି ସାଙ୍ଗ ଛାଡେନା, ସେ କିଏ ?
ଉତ୍ତର;- ମନା କଲେ ବି ସାଙ୍ଗ ଛାଡେନା, ସେ ହେଉଛି ଆମ ଛାଇ ।
11- କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡି କୁଆଡେ ଯାଏନା ?
ଉତ୍ତର;- ଏହାର ଉତ୍ତର ହେଉଛି ପତାକା ।
12- ପଥର ହେଲେ ବି ସେ ପାଣି, ତାହା କଣ ?
ଉତ୍ତର;- ଏହାର ଉତ୍ତର ହେଉଛି ବରଫ ।
13- ମୁଁ ସବୁଠାରେ, ମାତ୍ର କେହି ଧରି ପାରନ୍ତି ନାହିଁ ?
ଉତ୍ତର;- ଏହାର ଉତ୍ତର ହେଉଛି ପବନ ।
14- ପବନ ଖାଇଲେ, କିଏ ମରିଯାଇଥାଏ ?
ଉତ୍ତର;- ଏହାର ଉତ୍ତର ହେଇଛି ପବନ ।
15- 7 ଟି କଦଳୀ ଅଛି, 8 ଜଣ ଲୋକ ନଭାଙ୍ଗି କକାଟି କିପରି ଖାଇବେ ?
ଉତ୍ତର;- କଦଳୀ ସେକ କରି 8 ଜଣ ଲୋକ ଖାଇପାରିବେ ।