IBN ଓଡ଼ିଶା ବ୍ୟୁରୋ

ଆପଣଙ୍କ ବର୍ତ୍ତମାନ ସ୍ଥିତି ପାଇଁ ଇଶ୍ଵରଙ୍କ କଣ ସନ୍ଦେଶ ରହିଛି ? ଭାଗ୍ୟରେ କଣ ଲେଖା ଅଛି… Tarot Reading

ବନ୍ଧୁଗଣ ଜୀବନରେ ଅନେକ ସମସ୍ଯା ଆସିଥାଏ ସତ । ହେଲେ ସେହି ସବୁ ସମସ୍ଯାର ସାମ୍ନା କରି ଆମକୁ ଜୀବନରେ ଆଗକୁ ବଢିବାକୁ ପଡିଥାଏ । କାରଣ ଆମ ଜୀବନରେ ସୁଖ ଓ ଦୁଃଖ ତ ଲାଗିକି ରହିଥାଏ । ହେଲେ ଆମେ ନିଜର ପରିଶ୍ରମ କରିବ ସହ ଭଗବାନଙ୍କ ଉପରେ ଆସ୍ଥା ରଖି ଆଗକୁ ବଢିବା ପାଇଁ ପଡିଥାଏ । ତେବେ ଆପଣଙ୍କ ଜୀବନରେ ବର୍ତ୍ତମାନ ସ୍ଥିତି କଣ ରହିଛି ? ଏହି ସ୍ଥିତି ପାଇଁ ଭଗବାନ ଆପଣଙ୍କୁ କଣ ସନ୍ଦେଶ ଦେବା ପାଇଁ ଯାଉଛନ୍ତି ? ତାହା ଜାଣିବା ପାଇଁ 1 ଠାରୁ 4 ଭିତରେ କୌଣସି ଏକ ନମ୍ବରକୁ ବାଛି ଦିଅନ୍ତୁ ।

1- ଯେଉଁ ମାନେ ପ୍ରଥମ ନମ୍ବରଟିକୁ ବାଛିଛନ୍ତି । ସେମାନେ ବର୍ତ୍ତମାନ ସମୟରେ କୌଣସି ଏକ କାର୍ଯ୍ୟ ବା କୌଣସି ଏକ ନିଷ୍ପତ୍ତି ନେବା ପାଇଁ ଦ୍ଵନ୍ଦରେ ପଡିଯାଇଛନ୍ତି । ସେମାନେ କଣ କରିବେ ନା ନାହିଁ କିଛି ମଧ୍ୟ ବୁଝି ପାରୁନାହାନ୍ତି । ତେବେ ସେମାନଙ୍କୁ ଇଶ୍ଵରଙ୍କର ତରଫରୁ ଏହା ସୂଚନା ମିଳୁଛି । ଯେ ସେମାନେ ଯେଉଁ କାର୍ଯ୍ୟ ପାଇଁ ଦ୍ଵନ୍ଦରେ ବର୍ତ୍ତମାନ ରହୁଛନ୍ତି । ସେହି କାର୍ଯ୍ୟ କରିବାର ଏହା ଉପଯୁକ୍ତ ସମୟ ନୁହେଁ । ତେଣୁ ସବୁ ବୁଝିବିଚାରୀ ମନକୁ ଶାନ୍ତ କରି ଉପଯୁକ୍ତ ସମୟରେ ସେହି କାର୍ଯ୍ୟ ବିଷୟରେ ଚିନ୍ତା କରି କରନ୍ତୁ ।

2- ଆପଣ ନିଜ ଉପରେ ଅଧିକ ଫୋକୋଷ କରନ୍ତୁ । ଆପଣଙ୍କର କେଉଁଥିରେ କଣ କମି ରହିଛି । କେଉଁ ଉପରେ ଆପଣ ଅଧିକ ସମୟ ଦେବା ଦରକାର, ସେହି କଥା ଭାବନ୍ତୁ । ଆପଣଙ୍କ ସହ ଜଡିତ ପ୍ରତ୍ଯେକଟି କଥା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରନ୍ତୁ । ଏଥିସହ ଭଗବାନଙ୍କ ଉପରେ ଭରଷା ରଖି ଆଗକୁ ବଢନ୍ତୁ ।

3- ଆପଣ ଯଦି କୌଣସି କଥାକୁ ନେଇ ଚିନ୍ତିତ ରହୁଥିଲେ । କିଛି ନିଷ୍ପତ୍ତି ପାଇଁ ଦ୍ଵନ୍ଦ ମଧ୍ୟରେ ପଡିଯାଇଥିଲେ । ତେବେ ଇଶ୍ଵରଙ୍କ ତରଫରୁ ଆପଣଙ୍କୁ ହଁ ର ସନ୍ଦେଶ ଆସିଯାଇଛି । ତେଣୁ ଆପଣ ବିନା କୌଣସି ସଙ୍କୋଚରେ ନିଜର କୌଣସି କାମ ବା କୌଣସି ନିଷ୍ପତ୍ତି ନେବା ପାଇଁ ହଁ ଆରାମରେ କରିପାରିବେ ।

4- ଆପଣଙ୍କ ଜୀବନରେ ବହୁତ ବଡ ଖୁସି ଖବର ଆଗାମୀ ସମୟରେ ମିଳିବା ପାଇଁ ଯାଉଛି । ଯଦି ବର୍ତ୍ତମାନ ସମୟରେ ଆପଣ ବହୁତ ବ୍ୟସ୍ତ ରହୁଥାନ୍ତି । ଭଲ ସମୟର ଅପେକ୍ଷା କରି ରହିଛନ୍ତି । ତେବେ ଆପଣଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ନିଜର କର୍ମ କରି ଚାଲନ୍ତୁ । ଭଗବାନଙ୍କ ତରଫରୁ ଆପଣଙ୍କ ଆଗାମୀ ସମୟ ଭଲ ହିଁ ରହିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button