IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାଇଗଣ ଖାଉଥିଲେ ଜାଣି ରଖନ୍ତୁ, ବାଇଗଣ ଖାଇବାର ଅନେକ ଫାଇଦା ! Benefits of brinjal

ବନ୍ଧୁଗଣ ଆମେ ବିଭିନ୍ନ ପ୍ରକାରର ପନିପରିବା ଖାଇଥାଉ । ଯାହା ଆମ ଶରୀର ପାଇଁ ବହୁତ ସ୍ଵାସ୍ଥକର ଖାଦ୍ୟ ହୋଇଥାଏ । ତେବେ ସେହି ସବୁ ପରିବା ମଧ୍ୟରେ ଆମେ ବାଇଗଣ ମଧ୍ୟ ଖାଇଥାଉ । ତେବେ ବାଇଗଣ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଅନେକ ଉପକାରୀତା ସମ୍ବଦ୍ଧରେ ଏଠାରେ ଆମେ ଆପଣଙ୍କୁ କହିବୁ । ଏଥିସହ ବାଇଗଣ ଖାଇବା ଦ୍ଵାରା କେଉଁ ରୋଗ, ବେମାରୀ ଦୂର ହୋଇଥାଏ । ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିବା ।

ବାଇଗଣରେ କପର, ମ୍ୟାଗନେସିୟମ୍, ପୋଟାସିୟମ, ଫାଇବାର, ଭିଟାମିନ-ବି1, ମାଙ୍ଗାନିଜ ଭଳି ଅନେକ ପୋଷକ ତତ୍ଵ ଭରି ହୋଇ ରହିଥାଏ । 1- ବାଇଗଣ ଖାଇବା ଦ୍ଵାରା ତ୍ଵଚାର ସୁନ୍ଦରତା ବଢିବା ସହ କେଶ ମଧ୍ୟ ଭଲ ରହିଥାଏ । 2- ବାଇଗଣ ଖାଇବା ଦ୍ଵାରା ସ୍ମରଣ ଶକ୍ତି ଭଲ ରହିଥାଏ । ଏଥିସହ ଏହା ଖାଇବା ଦ୍ଵାରା ହଜମଶକ୍ତି ଭଲ ରହିବା ସହ ଖାଦ୍ୟ ଭଲ ଭାବେ ପଚନ ହୋଇଥାଏ ।

3- କଞ୍ଚା ବାଇଗଣକୁ ଛେଚି ସେଥିରେ ରସ ମିଶାଇ ଖାଇବା ଦ୍ଵାରା କଫ ଓ କାଶ ଭଳି ସମସ୍ଯା ଖୁବ ଶୀଘ୍ର ଭଲ ହୋଇଯାଇଥାଏ । ଦୈନିକ ଯଦି କୌଣସି ବ୍ୟକ୍ତି କଞ୍ଚା ବାଇଗଣ ଖାଇଥାଏ । ତେବେ ସେହି ବ୍ୟକ୍ତିର ଅନିଦ୍ରାପଣ ଦୂର ହୋଇଥାଏ । ଏଥିସହ ବ୍ୟକ୍ତିକୁ ରାତିରେ ଭଲ ନିଦ୍ରା ହୋଇଥାଏ ।

4- ଧୃମ ପାନ କରୁଥିବା ବ୍ୟକ୍ତି ଯଦି ତାହାକୁ ଛାଡିବାକୁ ଚାହୁଁଥାଏ । ତେବେ ସେହି ବ୍ୟକ୍ତିକୁ ବାଇଗଣର ସେବନ କରିବା ଦରକାର । କାରଣ ବାଇଗଣର ସେବନ ଦ୍ଵାରା ଧୃମପାନ ଭଳି ଖରାପ ଅଭ୍ଯାସରୁ ଶୀଘ୍ର ମୁକ୍ତି ମିଳିଥାଏ । 5- ବାଇଗଣ ସେବନ କରୁଥିବା ବ୍ୟକ୍ତିଙ୍କର ରକ୍ତଚାପ ସର୍ବଦା ନିୟନ୍ତ୍ରିତ ହୋଇକି ରହିଥାଏ । ଏଥିସହ ବାଇଗଣର ସେବନ ବ୍ୟକ୍ତିର ଷ୍ଟ୍ରେସ ଲେବଲକୁ କମାଇବାରେ ବହୁ ଅଧିକ ସାହାଜ୍ଯ କରିଥାଏ ।

6- ପୋଡା ବାଇଗଣ ସହିତ ଯେଉଁ ବ୍ୟକ୍ତି ଗୋଲମରୀଚ ଗୁଣ୍ଡ ଓ ଖାଣ୍ଟି ସୋରିଷ ତେଲ ମିଶାଇ କରି ସେବନ କରିଥାଏ । ସେହି ବ୍ୟକ୍ତିର ଯକୃତ ଜନିତ ସମସ୍ଯା ଦୂର ହୋଇଯାଇଥାଏ । 7- ବାଇଗଣ ଖାଇଲେ ହାର୍ଟ ମଧ୍ୟ ଭଲ ରହିଥାଏ । ହାର୍ଟର ଅନେକ ପ୍ରକାର ସମସ୍ଯା  ଶରୀରରେ ହୋଇନଥାଏ ।

8- ଏଥିସହ ବାଇଗଣର ସେବନ ଦ୍ଵାରା ବ୍ୟକ୍ତିକୁ ବହୁତ ଜଲ୍ଦି ଡାଇବେଟିସ ଭଳି ସମସ୍ଯା ହୋଇନଥାଏ । ତେଣୁ ବାଇଗଣ ଖାଇବା ଦ୍ଵାରା ଉପୋରୋକ୍ତ ଏହିସବୁ ଫାଇଦା ମିଳିଥାଏ । ତେଣୁ ନିଜ ଖାଦ୍ୟରେ ଆଜି ଠାରୁ ବାଇଗଣ ଖାଇବା ସାମିଲ କରି ଦେଖନ୍ତୁ । କାରଣ ବାଇଗଣ ସେବା ସ୍ଵାସ୍ଥ ପାଇଁ ବହୁତ ଭଲ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button