ଗୁରୁବାରରେ ଜନ୍ମିତ ପିଲାଙ୍କର ସ୍ଵଭାବ କିଭଳି ହୋଇଥାଏ ? ଏହି ବାରରେ ଜନ୍ମିତ ପିଲାଙ୍କର ଖାସ୍ ଗୁଣ କଣ ହୋଇଥାଏ ?

ବନ୍ଧୁଗଣ ସପ୍ତାହର ପ୍ରତ୍ଯେକଟି ବାରର କିଛି ନା କିଛି ମହତ୍ଵ ରହିଛି । ତେବେ ସେହି ବାର ଅନୁଯାଇ ସେହି ବାରରେ ଜନ୍ମିତ ପିଲାଙ୍କ ଉପରେ ମଧ୍ୟ ତାହାର ପ୍ରଭାବ ପଡିଥାଏ । ତେବେ ଗୁରୁବାରର ଜନ୍ମିତ ପିଲାଙ୍କ ସ୍ଵଭାବ କିଭଳି ହୋଇଥାଏ ? ଚାଲନ୍ତୁ ଆଲୋଚନା କରିବା । ଗୁରୁବାରର ସ୍ଵାମୀ ଦେବତା ହେଉଛନ୍ତି ଦେବଗୁରୁ ବୃହସ୍ପତି ଅଟନ୍ତି । ତେଣୁ ଗୁରୁବାରରେ ଯେଉଁ ପିଲା ଜନ୍ମ ଗ୍ରହଣ କରିଥାଏ । ସେହି ପିଲା ଉପରେ ବୃହସ୍ପତି ଗ୍ରହର ପ୍ରଭାବ ରହିଥାଏ ।
ଗୁରୁବାରରେ ଜନ୍ମିତ ପିଲାଙ୍କର ଲକି ନମ୍ବର 4, ଲକି କଲର ହଳଦିଆ, ଲକି ବାର ମଙ୍ଗଳବାର ଓ ଗୁରୁବାର । ଏହି ବାରରେ ଜନ୍ମିତ ପିଲା ମାନେ ବହୁତ ବୁଦ୍ଧିମାନ ଓ ସାହସୀ ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି । ଏହି ଲୋକ ମାନେ ଯେକୌଣସି ସମସ୍ଯାରେ ନିଜକୁ ସେହି ସମସ୍ଯା ସହ ଲଢିବା ପାଇଁ ପ୍ରସ୍ତୁତ କରି ରଖିଥାନ୍ତି । ଏହି ଲୋକ ମାନେ ଯେତିକି ମଧ୍ୟ ସାଙ୍ଗ ବନାଇ ଥାନ୍ତି । ତାଙ୍କ ମାନଙ୍କ ସହ ଭଲ ବନ୍ଧୁତାର ସମ୍ପର୍କ ରଖିଥାନ୍ତି ।
ଏମାନଙ୍କ ସ୍ଵଭାବ ତଥା କଥାବାର୍ତ୍ତା ବହୁତ ଭଲ ହୋଇଥିବାରୁ ଏମାନଙ୍କ ସହିତ ଅନେକ ଲୋକଙ୍କର ଭଲ ସମ୍ପର୍କ ରହିଥାଏ । ଗୁରୁବାରରେ ଜନ୍ମିତ ଲୋକ ଡେଙ୍ଗା, ଗୋରା ଓ ଦେଖିବାକୁ ସୁନ୍ଦର ତଥା ଆକର୍ଷଣୀୟ ହୋଇଥାନ୍ତି । ସେଥିପାଇଁ ତ ଏମାନଙ୍କୁ ବହୁତ ଲୋକ ପ୍ରଥମ ଦେଖାରେ ହିଁ ପସନ୍ଦ କରି ନେଇଥାନ୍ତି । ଏହି ବାରରେ ଜନ୍ମିତ ଲୋକମାନେ ନିଜ ଜୀବନକୁ ମନଭରି ଏଞ୍ଜୟ କରିବାକୁ ବହୁତ ପସନ୍ଦ କରିଥାନ୍ତି ।
ଏମାନେ ନିଜର ଅତୀତକୁ ଭୁଲି ନିଜର ବର୍ତ୍ତମାନରେ ଭଲରେ ବଞ୍ଚିବାରେ ଇଛା ରଖିଥାନ୍ତି । ତେଣୁ ଏମାନେ ଅଧିକାଂଶ ସମୟରେ ଖୁସି ଥିବାର ନଜର ଆସିଥାନ୍ତି । ଗୁରୁବାରରେ ଜନ୍ମ ଲାଭ କରିଥିବା ମହିଳା ମାନେ ଇଶ୍ଵରବିଶ୍ଵାସୀ ହୋଇଥାନ୍ତି । ଭଗବାନ ଙ୍କ ଉପରେ ଏମାନଙ୍କର ବହୁତ ଆସ୍ଥା ଓ ବିଶ୍ବାସ ରହିଥାଏ । ଧାର୍ମିକ ଗୁଣ ଥିବା କାରଣରୁ ଏମାନେ କେବେବି କାହାର ଅମଙ୍ଗଳ ବିଷୟରେ ନିଜର ମନରେ ଭାବନା ମଧ୍ୟ ଆଣିନଥାନ୍ତି ।
କାହା ହୃଦୟ ସହ ଖେଳି ତାଙ୍କୁ ଧୋକା ଦେବାକୁ ମଧ୍ୟ ଚାହାନ୍ତି ନାହିଁ । ଏମାନେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଏମାନେ ନିଜର କ୍ଯାରିଅର ଉପରେ ଫୋକୋଷ ଦେଉଥିବା କାରଣରୁ ଭବିଷ୍ୟତରେ ଜଣେ ସଫଳ ବ୍ୟକ୍ତି ହିସାବରେ ବାହାରିବାର ସମ୍ଭାବନା ଏମାନଙ୍କ ଠାରେ ଯଥେଷ୍ଟ ଭାବେ ରହିଥାଏ । ଭଲ ପାଇବା କ୍ଷେତ୍ରରେ ଏମାନେ ସବୁ ଭାବିବିଚାରୀ ହିଁ କିଛି ନିଷ୍ପତ୍ତି ନେଇଥାନ୍ତି ।