ପୁରୁଣାରୁ ଅତି ପୁରୁଣା କାଶକୁ ଏହି ଉପଚାର ଦ୍ଵାରା ଭଲ କରନ୍ତୁ, ଥରେ ମାତ୍ର ସେବନରେ କାଶ ମୂଳରୁ ବନ୍ଦ ! Home Remedies

ବନ୍ଧୁଗଣ ଥଣ୍ଡା, କାଶ ହେବା କାହାକୁ ଅବା ଭଲ ଲାଗିଥାଏ । ଯେତେବେଳେ ବ୍ୟକ୍ତିର କାଶ ହେବା ଆରମ୍ଭ ହୋଇଯାଇଥାଏ । ବ୍ୟକ୍ତି ସେହି ସମୟରେ କାଶୀ କାଶୀ ନୟାନ୍ତ ହୋଇଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଉପଚାର ବିଷୟରେ କହିବା ପାଇଁ ଯାଉଛୁ । ଯେଉଁ ଉପଚାରକୁ ଯଦି ଆପଣ କରିକି ତାହାର ବ୍ୟବହାର କରିବେ । ତେବେ ଛୋଟ ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର କାଶ ସମସ୍ଯା ଦୂର ହୋଇଯିବ ।
ତେବେ ଏହି କାଶ ଭଲ କରିବା ପାଇଁ କରିବାକୁ ଯାଉଥିବା ଉପାୟ ପାଇଁ ଏହି ସବୁ ସମଗ୍ରୀର ଦରକାର ପଡିବ । ତେବେ ଏହି ଉପଚାର ପାଇଁ ପ୍ରଥମେ ଆପଣଙ୍କୁ ଛୋଟ ଖଣ୍ଡେ ଅଦାର ଆବଶ୍ୟକ ପଡିବ । ଆପଣ ଅଦାକୁ ଧୋଇ ତାହାକୁ 4 ରୁ 5 ଖଣ୍ଡ ଟିକି ଟିକି କରି କାଟି ଦିଅନ୍ତୁ । ଏହାପରେ ଆପଣଙ୍କୁ ଦିତୀୟରେ 4 ରୁ 5 ଟି ଫୁଲ ଲାଗିଥିବା ଲବଙ୍ଗର ଦରକାର ପଡିବ । ତୃତୀୟରେ 8 ରୁ 10 ଟି ଗୋଲମରୀଚ ନିଅନ୍ତୁ ।
ଏହାପରେ ଆପଣ ଗ୍ଯାସରେ ଏକ ତାୱା ବସାଇ ଲବଙ୍ଗ ଓ ଗୋଲମରୀଚକୁ କଳା ହେବା ପର୍ଯ୍ୟନ୍ତ ଭାଜୀ ନିଅନ୍ତୁ । ତାହା ଭାଜୀ ହୋଇଯିବା ପରେ ତାକୁ ବାହାର କରି ସେହି ଗରମ ତାୱାରେ ସାମାନ୍ୟ ଅଦାକୁ ସେକି ଦିଅନ୍ତୁ । ତାପରେ ଆପଣ ଲବଙ୍ଗ ଓ ଗୋଲମରୀଚକୁ କୁଟା ସାହାଜ୍ଯରେ କୁଟି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏହାକୁ କୁଟି ସାରି କାଢି ଦେଲା ପରେ ସେଥିରେ ଅଦାକୁ ମଧ୍ୟ ପକାଇ ଛେଚି ଦିଅନ୍ତୁ ।
ଯେଉଁ ବ୍ୟକ୍ତିଙ୍କୁ କାଶ ହେଉଥିବ । ସେହି ବ୍ୟକ୍ତି ଲବଙ୍ଗ ଓ ଗୋଲମରୀଚ ଗୁଣ୍ଡରୁ ଅଧା ଚାମଚ ଓ ଅଦା ଛେଚାର 5 ରୁ 10 ବୁନ୍ଦା ରସ ସେଥିରେ ମିଶାଇ ଦିଅନ୍ତୁ । ପରେ ସେଥିରେ 1 ଚାମଚ ମହୁ ମିଶାଇ ତାହାର ସେବନ କରି ନିଅନ୍ତୁ । ଏହି ଉପଚାରର ସେବନ କରିବା ପରେ ଆପଣଙ୍କର ଯେତେ ଅଧିକ କାଶ ହେଉଥାଉ ପଛେ ଏହା କାଶକୁ ମୂଳରୁ ଭଲ କରିଦେବ ।
ଯଦି ଆପଣଙ୍କ ଘରେ କେଉଁ ଛୋଟ ପିଲାଙ୍କର କାଶ ହେଉଥିବ । ତେବେ ସେମାନଙ୍କୁ ଲବଙ୍ଗ ଓ ଗୋଲମରୀଚ ଗୁଣ୍ଡରୁ ଚିମୁଟାଏ ଓ ସେଥିରେ ଅଧା ଚାମଚ ମହୁ ମିଶାଇ ଗୋଳାଇ ଦିଅନ୍ତୁ । ଏହାପରେ ଛୋଟ ପିଲାଙ୍କ କାଶ ଭଲ କରିବା ପାଇଁ ତାଙ୍କୁ ଏହା ସେବନ କରିବା ପାଇଁ ଦିଅନ୍ତୁ ।
ଏହାର ମାତ୍ର ଥରେ ସେବନ ଦ୍ଵାରା ଥଣ୍ଡା, କାଶ ଠାରୁ ଛୋଟ ପିଲା ଠାରୁ ବୁଢା ସମସ୍ତଙ୍କୁ ଆରାମ ମିଳିବ ।