ରାଜନୀତି

ଗୁରୁଦିବସ କାର୍ଯ୍ୟକ୍ରମ : ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ବିରୋଧ – Ibnodisha

[ad_1]

ଭବାନୀପାଟଣା : ଦିବ୍ୟଶଙ୍କର ମିଶ୍ରଙ୍କୁ ନିଜ କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ହଟହଟା ହେବାକୁ ପଡ଼ିଛି। କେବଳ ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି। ତାଙ୍କ ସାଙ୍ଗରେ ବିରୋଧର ଶିକାର ହୋଇଛନ୍ତି ନର୍ଲା ବିଧାୟକ ଭୁପିନ୍ଦର ସିଂହ। କଳାହାଣ୍ଡି ଜିଲ୍ଲା ନର୍ଲାରେ ମଙ୍ଗଳବାର ଏକ ନୂତନ ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନ ଓ ୨୬ତମ ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ପୂର୍ବରୁ ବିରୋଧୀ କଂଗ୍ରେସ କର୍ମକର୍ତ୍ତାଙ୍କ ଦ୍ବାରା ବିରୋଧର ଶିକାର ହୋଇଛନ୍ତି। ବହୁଚର୍ଚ୍ଚିତ ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ, ୫ଟି ଯୋଜନାରେ ରୂପାନ୍ତରିତ କାର୍ଯ୍ୟରେ ହରିଲୁଟ ଓ ବ୍ଲକରେ ଶିକ୍ଷକ ସମସ୍ୟା ନେଇ ନର୍ଲା ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ମିଶ୍ର ଓ ଶ୍ରୀ ସିଂହଙ୍କୁ ତୀବ୍ର ବିରୋଧ କରିଥିଲେ। ଉଭୟ ବିଧାୟକ ସଭାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଣ୍ଡାମାଡ଼ କରିବା ସହିତ କଳାପତାକା ପ୍ରଦର୍ଶନ କରିଥିଲେ।ସୂଚନା ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ଆଜି ନର୍ଲା ଠାରେ ୨୬ତମ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆୟୋଜନରେ ନର୍ଲାସ୍ଥିତ ପ୍ରାଥମିକ ଶିକ୍ଷକ ସଂଘ ଭବନ ପରିସରରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ଶକ୍ତିମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୂଳ ସଚୀବ ଡଃ ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, କଳାହାଣ୍ଡି ଡିଇଓ ସୁଶାନ୍ତ କୁମାର ଚୋପଦାର, ନର୍ଲା ବିଇଓ ତପିମଣି ଜାନି ପ୍ରମୁଖ ଉପସ୍ଥିତ ଥିଲେ। ଥମେ ନର୍ଲା ପ୍ରାଥମିକ ଶିକ୍ଷକ ଭବନ ଉଦଘାଟନ ହେବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପଠନ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିନକେତନ ସାହୁ ଓ ବ୍ଲକ ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଶରତ ଭୋଇ ଓ ଶିକ୍ଷୟିତ୍ରୀ ପ୍ରିତିନନ୍ଦା ପ୍ରଧାନ ତଥା ଥୁଆମୂଳ ରାମପୁର ସଂଘ ସଭାପତି ଅଜିତ ନାଏକ । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ଅବସରପ୍ରାପ୍ତ ଶିକ୍ଷକ ଓ ୧୩ ଗୋଟି ବ୍ଲକରୁ ୧୭ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button