IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବଳ ପ୍ରତିଦିନ ଖାଆନ୍ତୁ ଏହାକୁ ଗୋଟିଏ ଚାମଚ…ଆଉ ତା’ପରେ ଦେଖନ୍ତୁ ଚମତ୍କାର (Magical Seeds For Weight Loss)

ନମସ୍କାର ବନ୍ଧୁଗଣ, ଓଜନ କମାଇବା ସମସ୍ୟା ବୋଧ ହୁଏ ଏକ ବଡ ସମସ୍ୟା ଯେଉଁଥି ପାଇଁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏବଂ ଭୋକ ଉପାସରେ ରହିବାକୁ ମଧ୍ୟ ପଡିଥାଏ । ଏହାପରେ ମଧ୍ୟ କୌଣସି ଫାଇଦା ମିଳିନଥାଏ ଆଉ ଓଜନ ବଢିବା ସହ ଆପଣଙ୍କ ଚିନ୍ତା ମଧ୍ୟ ବଢିଥାଏ । କିନ୍ତୁ ଆଜି ଆପଣଙ୍କ ଚିନ୍ତା ଦୂର ହେବ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ଅଳସି ମଞ୍ଜୀର ସେବନ କରି ଖୁବ ସହଜରେ ନିଜ ଫିଗରକୁ ମେଣ୍ଟେନ କରିପାରିବେ । ତେବେ ଆସନ୍ତୁ ଜାଣିବା ।

ଆପଣ ନିଜର ଓଜନ କମାଇବା ପାଇଁ ଅଳସି ମଞ୍ଜିକୁ କଡେଇରେ ହାଲକା ଭାଜି ନିଅନ୍ତୁ । ଭଜିବା ବେଳେ ଆପଣଙ୍କୁ ଏଥିରେ ତେଲ ପକାଇବାର କୌଣସି ଆବଶ୍ୟକତା ନାହିଁ । ଆପଣ ସିଧା ସଳଖ ମଞ୍ଜିକୁ ଖାଇବା ଅନୁଚିତ । ଆପଣଙ୍କୁ ନିଜର ଓଜନ କମାଇବା ପାଇଁ ଭଲ ରେଜଲ୍ଟ ପାଇବା ପାଇଁ ଏହାର ପାଉଡର ପ୍ରସ୍ତୁତ କରି ଏହାକୁ ପାଉଡର ଫର୍ମରେ ଖାଇବା ଆବଶ୍ୟକ ।

ଗୋଟିଏ ବଡ ଚାମଚ ପ୍ରତ୍ୟକ ଦିନ ଆପଣଙ୍କ ପାଇଁ ଢେର ହୋଇଥାଏ ଓଜନ କମାଇବା ପାଇଁ । ଯଦି ଆପଣ ଚାହିଁବେ ତେବେ ଅଧା ଅଧା ଚାମଚ ଖାଇ ମଧ୍ୟ ଆରମ୍ଭ କରିପାରିବେ । ଆପଣଙ୍କୁ ପ୍ରତ୍ୟକ ଦିନ ଗୋଟିଏ ଚାମଚ ଅଳସି ମଞ୍ଜୀର ପାଉଡର ଖାଇବା ଉଚିତ । ଯଦି ଶିତ ଦିନ ହୋଇଥିବ ତେବେ ଆପଣ ଦୁଇ ଚାମଚ ଖାଇପାରିବେ ।

ଆପଣ ସକାଳୁ ସକାଳୁ ଖାଲି ପେଟରେ ନେବା ଦରକାର । ଆପଣ ଏକ ଗ୍ଳାସ ଗରମ ପାଣିରେ ଏକ ଚାମଚ ଅଳସି ମଞ୍ଜୀର ପାଉଡରକୁ ମିଶାଇ ସେବନ କରନ୍ତୁ । ଏହାକୁ ଗୋଳାଇ ସାରିବା ପରେ ଅଧିକ ସମୟ ନ ରଖି ତାହାକୁ ସଙ୍ଗେ ସଙ୍ଗେ ସେବନ କରିଦେବା ଉଚିତ । ନଚେତ ଏହା ଫୁଲିଯିବ ଆଉ ଜେଲିଭଳି ହୋଇଯିବ ।

ଅଳସି ମଞ୍ଜିରେ ଗ୍ଳୁଟାମିନ ଏବଂ ଆର୍ଜିନୀନ ନାମକ ଆମିନୋଏସିଡ ମିଳିଥାଏ । ଯାହା ଆପଣଙ୍କ ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିଥାଏ । ଯଦି ଆପଣ ଏହାକୁ ସକାଳୁ ଗରମ ପାଣିରେ ନେବାକୁ ଚାହୁଁନାହାନ୍ତି ତେବେ ଆପଣ ଦିନରେ ଯେକୌଣସି ସମୟରେ ଏକ ଛୋଟ ଗିନା ଦହିରେ ମିଶାଇ ନେଇପାରିବେ ।

ଆପଣ ଅଳସି ମଞ୍ଜି ଯଦି ନେଉଛନ୍ତି ତେବେ ଆପଣଙ୍କୁ ଧ୍ୟାନ ରଖିବା ଜରୁରୀ କି ଆପଣଙ୍କୁ ଦିନକୁ ନିହାତି ଭାବରେ 4 ରୁ 5 ଲିଟର ପାଣି ପିଇବା ଆବଶ୍ୟକ ହୋଇଥାଏ । ଥାଇରଏଡ, ଗ୍ୟାସ ସମସ୍ୟା ଏବଂ ଗର୍ଭବତୀ ମହିଳା ମାନେ ଅଳସି ମଞ୍ଜି ଖାଇବା ଅନୁଚିତ । ଆପଣ ଅଳସି ମଞ୍ଜି ସହିତ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବାକୁ ପଡିବ ।

ଏବଂ ଯେଉଁ ବାହାର ଖାଦ୍ୟ ସବୁ ଖାଉଛନ୍ତି ତାହାକୁ ଭୁଲିବାକୁ ପଡିବ । ତେବେ ଯାଇ ଆପଣ ନିଜର ଓଜନକୁ ଫଟାକ ସେ କମାଇପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button