ରାଜ୍ୟ

ଉଭୟ ନଦୀ ପାର ବେଳେ ସ୍ଵାମୀ ସହ ଘଟିଲା ଦୁର୍ଘଟଣା – Ibnodisha

[ad_1]

ଜଗତସିଂହପୁର : ମୃତ୍ୟୁ କେତେବେଳେ ଆସେ ଆଉ କେମିତି ବି ଆସେ କିଏବା କହିବ l ସ୍ତ୍ରୀ ଆଗରେ ଭାସିଗଲା ସ୍ଵାମୀ | ସାଙ୍ଗ ହୋଇ ଯାଇଥିଲେ କାମକୁ ଆଉ ଫେରିବା ବାଟରେ ଦୁହେଁ ମିଶି ନଦୀ ପାର ହେଉଥିବା ବେଳେ ସ୍ଵାମୀ ସହ ଘଟିଲା ଦୁର୍ଘଟଣା  | ସ୍ତ୍ରୀର ଆଖି ସାମ୍ନାରେ ନଦୀ ର ସ୍ରୋତରେ ଭାସି ଚାଲିଗଲା ସ୍ଵାମୀ  | ସ୍ଥାନୀୟ ଲୋକ ସ୍ତ୍ରୀ ର ପାଟି ଶୁଣି ଆସି ଉଦ୍ଧାର କଲାବେଳକୁ ସ୍ଵାମୀ ମୃତ  | ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ବଜାର ନିକଟରେ ଥିବା ଗୋବରୀ ନଦୀରେ  | ସ୍ଵାମୀ ପୂରଣ ଗୌଡ ଓ ସ୍ତ୍ରୀ ହାରାମଣୀ ଗୌଡ ଦୁହେଁ ଆଜି ମୂଲ ଲାଗିବାକୁ ପାଖ କୋରୁଅ ଗ୍ରାମକୁ ଯାଇ କାମ ସାରି ମଧ୍ୟାହ୍ନ ରେ ଘରକୁ ଫେରୁଥିଲେ  | ବଜାର ପଟେ ନଆସି ଘର ର ରାସ୍ତା ପାଖ ପଡିବ ଭାବି ଦୁହେଁ ସାଙ୍ଗ ହୋଇ  ଗୋବରୀ ନଦୀରେ ପଶି ଆସୁଥିବା ବେଳେ ଏକ ଖାଲରେ ପଡିଗଲେ ସ୍ଵାମୀ ପୂରଣ  | ନଦୀ ରେ ବୁଡି ଯାଇ ପାଣି ପି ଅଣନିଃଶ୍ବାସୀ ହେବାବେଳକୁ ସ୍ତ୍ରୀ ସ୍ଵାମୀ ଙ୍କୁ ନପାଇ ଜୋରରେ ଚିତ୍କାର କରି ଡାକ ପକାଇଲେ  | ଲୋକେ ଆସି ଉଦ୍ଧାର କଲାବେଳକୁ ପୂରଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି  | ସବୁଠାରୁ ବଡ କଥା ହେଉଛି ପୂରଣଙ୍କୁ ପ୍ରଥମେ ସ୍ଥାନୀୟ ଡେରିକି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଥିବା ଡାକ୍ତର ତାଙ୍କୁ ମେଡିକାଲରେ ପୁରାଇ ଦେବାକୁ ମନା କରି ଦେଇଥିଲେ ଓ ସେଠାରେ ମେଡିକାଲ  ପରିସରରେ ସ୍ଵାମୀ ର ମୃତ ଦେହ କୁ ରଖି ସ୍ତ୍ରୀ ହାରାମଣୀ ପ୍ରାୟ ଦେଢ ଘଣ୍ଟା କାନ୍ଦି କାନ୍ଦି ଚିତ୍କାର କରୁଥିଲା ବେଳେ ଡାକ୍ତର ଙ୍କ ହୃଦୟ ତରଳି ନଥିବା ଓ ପରେ ପୂରଣ ଙ୍କୁ ନାଉଗାଁ ମେଡିକାଲ ଅଣାଯାଇଥିଲା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button