ଭାରତ ବନାମ ଇଣ୍ଡିଆ ବିବାଦ : ଏପରି କଥା କହିଲା ଜାତିସଂଘ – Ibnodisha
[ad_1]
ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତ ବିବାଦ ମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶମାନଙ୍କଠାରୁ ଔପଚାରିକ ଆବେଦନ ଆସିଲେ ତାହା ଉପରେ ଜାତିସଂଘ ବିଚାର କରିଥାଏ । ତୁର୍କୀର ଉଦାହରଣ ଦେଇ ସେ କହିଛନ୍ତି ଯେ ତୁର୍କୀର ନାମକୁ ତୁର୍କୀଏ କରିବାକୁ ସେଠାକାର ସରକାର ଔପଚାରିକଭାବେ ଜାତିସଂଘ ନିକଟରେ ଆବେଦନ କରିଥିଲେ । ଭାରତ ଯେପରି ନିଜ ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଏ, ତେବେ ଔପଚାରିକ ଅନୁରୋଧ ଆସିବା ପରେ ହିଁ ତାହା ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଆଗକୁ ସରକାରୀ ଯୋଜନା ଓ ସରକାରୀ କାର୍ଯ୍ୟକ୍ରମ, ଜାତୀୟ ଓ ଅନ୍ତର୍ଜାତୀୟ ନିମନ୍ତ୍ରଣ ଏବଂ ଆନୁଷଙ୍ଗିକ କାଗଜପତ୍ରଠାରୁ ଆରମ୍ଭ ସରକାରୀ ଦସ୍ତାବିଜରେ ‘ଭାରତ’ ନାମ ପ୍ରକାଶ ପାଇବା ଆରମ୍ଭ ହୋଇପାରେ। ଭାରତ ନାଁଟି ବି ସମ୍ବିଧାନରେ ଥିବାରୁ ଏଥିଲାଗି କୌଣସି ସମସ୍ୟା ହେବ ନାହିଁ । ତେବେ ତାହା ପିଛିଲା ଭାବେ ଲାଗୁ ହେବ ନାହିଁ ।
ଗତମାସରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ନୂଆ ଦଣ୍ଡବିଧି ସଂହିତା ପାଇଁ ନାମ ପ୍ରସ୍ତାବ ଦେବା ପରଠାରୁ ଏହି ପ୍ରସଙ୍ଗ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲେ । ଏବେ ଜି-୨୦ ନିମନ୍ତ୍ରଣ ପତ୍ରରେ ସରକାରପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ଲେଖିବା ପରେ ତାହାକୁ ନେଇ ବିବାଦ ଲାଗି ରହିଛି ।
[ad_2]