ରାଜ୍ୟ

ରାଜ୍ୟରେ ନିର୍ମାଣ ହେବ ୨୦ଟି ସୁପରସ୍ପେଶିଆଲିଟି ହସ୍ପିଟାଲ୍‌ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ୨୦ଟି ସୁପରସ୍ପେଶିଆଲିଟି ହସ୍ପିଟାଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ସୁଦୃଢ ହୋଇଛି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ “ପ୍ରତିଟି ଜୀବନ ମୂଲ୍ୟବାନ” ମନ୍ତ୍ରକୁ ସାକାର ହେଉଛି । ୬ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ୍ ହୋଇଛି । ୯୬.୫ ଲକ୍ଷ ପରିବାରକୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ୭ଶହ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଛି । ୯୮ ପ୍ରତିଶତ ହିତାଧିକାରୀଙ୍କ ମତାମତ ସନ୍ତୋଷଜନକ ରହିଛି । ୨୦୦୦ମସିହାରେ ଲୋକଙ୍କ ପାଖରେ ବଥ ଅପରେସନ୍ ପାଇଁ ପଇସା ନଥିଲା, ଏବେ ଆପୋଲୋରେ ମାଗଣାରେ ବାଇପାସ ସର୍ଜରୀ କରାଯାଉଛି ।

କେବଳ ସ୍ୱାସ୍ଥ୍ୟ ନୁହେଁ ଗତ ୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ବିକାଶ ହୋଇଛି । ସେହିପରି ୨୦୦୦ ମସିହାରେ ରାଜ୍ୟରେ ୩ଟି ୟୁନିଭର୍ସିଟି ଥିବା ବେଳେ ଏବେ ଏହି ସଂଖ୍ୟା ୩୫ରେ ପହଞ୍ଚିଛି । ସେତେବେଳେ ୯ ଭାଗ ଜଳସେଚିତ ଜମି ଥିବା ବେଳେ ଏବେ ୬୦ ଭାଗ ଜମିକୁ ଜଳସେଚନ କରାଯାଉଛି । ୨୦୦୦ ମସିହାରେ ଶିଳ୍ପ କହିଲେ ନାଲକୋ, ସେଲ୍ ଥିଲା ଏବେ କଳିଙ୍ଗନଗର, ଝାରସୁଗୁଡ଼ା, ଅନୁଗୁଳ, ପାରାଦୀପ, ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ୍ କରିଡର ପାଲଟିଛି । ସେହିପରି ଏବେ ବିପର୍ଯ୍ୟୟ ପ୍ରଶମନରେ ଭାରତ ଏକ ନମ୍ବର ହୋଇଛି । ୨୦୦୦ ମସିହାରେ ରାଜ୍ୟ ଧାନ ମାଗୁଥିବା ବେଳେ ଏବେ ଭାରତରେ ତୃତୀୟ ଧାନ ଉତ୍ପାଦନକାରୀ ରାଜ୍ୟ ପାଲଟିଛି । ସେତେବେଳେ ଦୁଇଟି ଜଳଜ ବିଦ୍ୟୁତ କେନ୍ଦ୍ର ଥିବା ବେଳେ ଏବେ ୪୦ଟି ତାପଜ ବିଦ୍ୟୁତ କାରଖାନା ହୋଇଛି । ୨୦୦୦ ମସିହାରେ ୩ ହଜାର କୋଟିର ବଜେଟ୍ ଥିବା ବେଳେ ଏବେ ଅଢ଼େଇ ଲକ୍ଷ କୋଟିର ବଜେଟ୍ ହୋଇଛି । ସେହିପରି ୭୨୦ କିଲୋମିଟରର ରାଜ୍ୟ ରାଜପଥ ଏବେ ୨୩ହଜାର ୨ କିଲୋମିଟରରେ ପହଞ୍ଚିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button