ରାଜ୍ୟ

ବିଦେଶ ଚାଳାଣ ପୂର୍ବରୁ ଏସଟିଏଫ ହାତରେ ଧରା ପଡ଼ିଲେ ୨ଚାଳାଣକାରୀ, ଉଦ୍ଧାର କଲେ ବଜ୍ରକାପ୍ତା (ଫ – Ibnodisha

[ad_1]

ଜୟପୁର: ବିଦେଶକୁ ବଜ୍ରକାପ୍ତା ଚାଳାଣ କରିବାକୁ କିଛି ବନ୍ୟଜନ୍ତୁ ଚାଳାଣକାରୀ ମାନେ ଯୋଜନା କରିଥିବା ବେଳେ ତାହାକୁ ଜୟପୁର ବନଖଣ୍ଡ ଏସଟିଏଫ୍ ସହଯୋଗରେ ପଣ୍ଡ କରିଛି। ଏସଟିଏଫର ଅଧିକାରୀ ମାନେ ବନ୍ୟଜନ୍ତୁ ଚାଳାଣକାରୀଙ୍କ ବେଶରେ ଜୟପୁର ସହରର ବାମୁଣୀଗାଁ ନିକଟରେ ଏହି ବନ୍ୟଜନ୍ତୁ ଚାଳାଣକାରୀ ଦ୍ବୟଙ୍କୁ ଧରିଥିବା ବେଳେ ସେମାନେ ବିକ୍ରୀ ପାଇଁ ନେଇଁ ଆସିଥିବା ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ପଚାରାଉଚାରା ଜାରୀ ରଖିଥିବା କହିଛନ୍ତି ଜୟପୁର ରେଂଜ ଅଧିକାରୀ ସଚ୍ଚିଦାନନ୍ଦ ପରିଡ଼ା।

ସୂଚନା ଅନୁଯାୟୀ, ବୈପାରୀଗୁଡା ରେଂଜର ରାମଗିରୀ ଅଂଚଳର କିଛି ବନ୍ୟଜନ୍ତୁ ଶୀକାରୀ ଓ ଚାଳାଣକାରୀ ମାନେ ନିୟମିତ ବ୍ୟବଧାନରେ ଏଭଳି ବନ୍ୟଜନ୍ତୁକୁ ଚାଳାଣ କରୁଥିବା ସୂଚନା ଜୟପୁର ବନଖଣ୍ଡର ରେଂଜ ଅଧିକାରୀ ପାଇଥିଲେ। ସେ ଏହି ସୂଚନାକୁ ନେଇ ଏସଟିଏଫର ସହଯୋଗ ଲୋଡ଼ିଥିଲେ। ଏସଟିଏଫ ଅଧିକାରୀ ମାନେ ଗତ କିଛି ଦିନ ହେବ ଜୟପୁରରେ ଡେରାପକାଇଥିଲେ। ଚାଳାଣକାରୀଙ୍କ ସହ ବନ୍ୟଜନ୍ତୁ କିଣୁଥିବା ବ୍ୟବସାୟୀଙ୍କ ଭଳି ଅଭିନୟ କରି ବଜ୍ରକାପ୍ତା କିଣିବାକୁ ଡିଲ୍ କରିଥିଲେ। ଚାଳାଣକାରୀ ମାନେ ବଜ୍ରକାପ୍ତାର ଦାମ ୬୦ଲକ୍ଷ ବୋଲି କହିଥିଲେ। ତା ପରେ ମୁଲଚାଲ ପରେ ୬ଲକ୍ଷରେ ଏହାକୁ କିଣିବାକୁ ଏସଟିଏଫର ଅଧିକାରୀ ମାନେ ଚାଳାଣକାରୀଙ୍କୁ କହିବା ପରେ ଆଜି ସଂଧ୍ୟାରେ ଏହି ଚାଳାଣକାରୀ ମାନେ ୧୮ଜଣିଆ ଗୃପ ସହ ଆସିଥିଲେ। ବାମୁଣୀଗାଁ ଠାରେ ଏସଟିଏଫର ଅଧିକାରୀ ଓ ପୂର୍ବରୁ ଛପି ରହିଥିବା ଜୟପୁର ବନଖଣ୍ଡର ରେଂଜ ଅଧିକାରୀ ଶ୍ରୀ ପରିଡ଼ା, ଫରେଷ୍ଟର ରଂଜିତା ନାୟକଓ ଅନ୍ୟ କର୍ମଚାରୀ ମାନେ ଡିଲ୍ ହେଉଥିବା ବେଳେ ମାଡ଼ି ବସିଥିଲେ। ତେବେ ଚଢ଼ାଉ ଦେଖି ‌ଘଟଣାସ୍ଥଳୁ ୧୬ଜଣ ଚମ୍ପଟ ମାରିଥିବା ବେଳେ ୨ଜଣ ଧରାପଡ଼ିଥିବା କହିଛନ୍ତି ରେଂଜ ଅଧିକାରୀ। ଆସନ୍ତାକାଲି ସବିଶେଷ ବିବରଣୀ ଦେବେ ବୋଲି କହିଛନ୍ତି ଜୟପୁର ବନଖଣ୍ଡ ରେଂଜ ଅଧିକାରୀ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button